ଆଜି ପଂଚାୟତ ପରୀକ୍ଷା ! ମାଲକାନଗିରି ଜିଲ୍ଲାରେ ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ ଆରମ୍ଭ

22

କନକ ବ୍ୟୁରୋ : ମାଓ ପ୍ରବଣ ମାଲକାନଗିରି ଜିଲ୍ଲାରେ ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ ଆରମ୍ଭ ହୋଇଛି । ମାଲକାନଗିରି ବ୍ଲକର ତିନୋଟି ଜିଲ୍ଲା ପରିଷଦ ଯୋନରେ ଥିବା ୧୯ଟି ଗ୍ରାମ ପଂଚାୟତର ୨୬୪ଟି ବୁଥରେ ଭୋଟ ଗ୍ରହଣ ହେଉଛି ।

ତେବେ ୨୬୪ ବୁଥ ମଧ୍ୟରୁ ୨୫ଟି ବୁଥ ସମ୍ବେଦନଶୀଳ ଓ ୧୭ଟି ବୁଥ ଅତି ସମ୍ବେଦନଶୀଳ ଚିହ୍ନଟ କରାଯାଇଛି । ଏସବୁ ବୁଥଗୁଡିକରେ ସାଧା ପୋଷାକଧାରୀ ପୋଲିସ ମୁତୟନ ହୋଇଛନ୍ତି । ବିଶେଷ କରି ମାଓ ପ୍ରବଣ ତଣ୍ଡିକି ପଂଚାୟତ ଲାଗି ସ୍ୱତନ୍ତ୍ର ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିଛି ମାଲକାନଗିରି ପୋଲିସ ।