ଆଜିଠାରୁ ଆରମ୍ଭ ହେଉଛି ଜିଓଫୋନ-ଟୁ ଏବଂ ଗିଗାଟିଭିର ବୁକିଂ: ମାତ୍ର ୬ଟି ସହଜ ଷ୍ଟେପକୁ ଫଲୋ କରି ଆପଣ ବି ପାଇପାରିବେ କଂପାନୀର ଏହି ଦୁଇଟି ସର୍ଭିସ

47

ରିଲାଏନ୍ସ ଜିଓର ମନସୁନ ଅଫରର ଶୁଭାରଓଫୋନ-ଟୁ ଏବଂ ଗିଗାଟିଭିର ବୁକିଂ: ମାତ୍ର ୬ଟି ସହଜ ଷ୍ଟେପକୁ ଫଲୋ କରି ଆପଣ ବି ପାଇପାରିବେ କଂପାନୀର ଏହି ଦୁଇଟି ସର୍ଭିସମ୍ଭ କିଛି ଦିନ ହେଲା ହୋଇସାରିଛି ଏବଂ ଏଥିସହିତ ୫୦୧ ଟଙ୍କିଆ ଜିଓ ଫୋନ ପାଇଁ କଂପାନୀର କଣ କଣ ସର୍ତ୍ତ ରହିଛି ତାହା ମଧ୍ୟ ସାମ୍ନାକୁ ଆସିଛି ଜିଓ ମନସୁନ ଅଫର ସହିତ କଂପାନୀ ୯୯ ଟଙ୍କିଆର ଏକ ପ୍ଲାନ ମଧ୍ୟ ଲଂଚ କରିଛି ଯାହାକି ଜିଓ ଫୋନ ପାଇଁ ସ୍ୱତନ୍ତ୍ର ଭାବରେ ଲଂଚ କରାଯାଇଛି ସେହିପରି ଯଦି ଆପଣ ଜିଓ ଫୋନର ଏହି ୫୦୧ ଟଙ୍କିଆ ଫୋନ କିଣିବାକୁ ଚାହୁଛନ୍ତି ତେବେ ଆପଣ ଘରେ ବସି ମଧ୍ୟ ଏହି ଫୋନ ବୁକିଂ କରିପାରିବେ ଏବଂ ନିଜର ପୁରୁଣା ଫୋନକୁ ବଦଳାଇପାରିବେ ତେବେ ଆସନ୍ତୁ ଜାଣିବା ୫୦୧ ଟଙ୍କିଆ ଜିଓ ଫୋନର ଅନଲାଇନ ବୁକିଂ ସଂପର୍କରେ

ଅନଲାଇନ ବୁକିଂରେ ଏହା ମଧ୍ୟ କୁହାଯାଇଛି କି, ଆପଣଙ୍କର ଫୋନ କେଉଁ କଂପାନୀର ରହିଛି ଏବଂ ତାର ମଡେଲ କଣ ସର୍ବ ପ୍ରଥମେ ଜିଓ.କମକୁ ଯାଆନ୍ତୁ ଏବେ ଆପଣଙ୍କୁ ଜିଓ ମନସୁନ ହଙ୍ଗାମା ଅଫରର ବ୍ୟାନର ନଜର ଆସିବ ଏବଂ ଏଥିସହିତ ହିଁ ଦୁଇଟି ବଟନ ମଧ୍ୟ ନଜର ଆସିବ ଯେଉଁଥିରେ ଗୋଟିଏରେଗେଟ୍ ନାଓଏବଂ ଅନ୍ୟଟିରେନୋ ମୋରଲେଖା ଯାଇଥିବ

ତେବେନୋ ମୋରଉପରେ କ୍ଲିକ କରି ତଳକୁ ଯିବା ପରେ ଆପଣଙ୍କୁ ଆପଣଙ୍କୁList of mobile phones eligibile for exchange ଆସିବ ।ଏହାର ଠିକ୍ ତଳକୁ ଆପଣଙ୍କ ଫୋନର ବ୍ରାଣ୍ଡ ପଚରା ଯିବ ଏବଂ ଏହାପରେ ଫୋନର ମଡେଲ ଯେଉଁଠି ଆପଣ ଆପଣଙ୍କର ପୁରୁଣା ଫିଚର ଫୋନ ସଂପର୍କରେ କହିବାକୁ ପଡିବ

ପୁରୁଣା ଫୋନର କଂପାନୀ ଏବଂ ମଡେଲ ନମ୍ବର କହିବା ପରେ ଆପଣ ଜାଣିପାରିବେ କି ଆପଣଙ୍କ ପୁରୁଣା ଫୋନ ଏକ୍ସଚେଂଜ ହୋଇପାରିବ କି ନାହିଁ ଯଦି ଆପଣଙ୍କର ଫୋନ ଏକ୍ସଚେଂଜ ହେବାର ସାମର୍ଥ ଥିବ ତେବେ ମଡେଲ ଏବଂ ବ୍ରାଣ୍ଡ ନାଁ ଦେବା ପରେ Congratulationsଲେଖାଯିବ ତେବେ ଜାନୁଆରୀ ୨୦୧୫ରୁ ପୂର୍ବରୁ କିଣାଯାଇଥିବା ଫିଚର ଫୋନ ଏଠାରେ ଆପଣ ବଦଳାଇପାରିବେ ନାହିଁ

ସେହିପରି ଗେଟ ନାଓ ଅପସନ ଉପରେ କ୍ଲିକ୍ କରିବା ଦ୍ୱାରା ଆପଣଙ୍କଠାରୁ ଆପଣଙ୍କର ମୋବାଇଲ ନମ୍ବର ମଗାଯିବ ନମ୍ବର ଦେବା ପରେ ଆପଣଙ୍କର ଫୋନରେ ଏକ ଓଟିପି କୋଡ ଚାଲିଆସିବ ଯାହାକୁ ଆପଣଙ୍କୁ ଏଠାରେ ଦେବାକୁ ପଡିବ ଏହାପରେ ଏଠାରେ ଏକ ପେଜ ଓପନ ହୋଇଯିବ , ଯେଉଁଥିରେ ନାଁ, ମେଲ ଆଇଡି, ପିନ କୋଡ ଏବଂ ଡେଲିଭରୀ ଆଡ୍ରେସ ଦେବାକୁ ପଡିବ

ପିନ କୋଡ ଦେବା ପରେ ଆପଣଙ୍କୁ ପଚରା ଯିବ କି ଆପଣ ଫୋନକୁ ନିଜ ଘରକୁ ମଗାଇବାକୁ ଚାହୁଁଛନ୍ତି ନା କୌଣସି ଦୋକାନକୁ ଯାଇ ଆଣିବାକୁ ଚାହୁଁଛନ୍ତି ତେବେ ଘରକୁ ଫୋନ ମଗାଇଲେ ୯୯ ଟଙ୍କା ଡେଲିଭରି ଚାର୍ଜେସ ଲାଗିବ ଘରକୁ ଡେଲିଭରିର ବିକଳ୍ପକୁ ଚୟନ କରିବାଦ୍ୱାରା ଏଠାରେ ଆପଣଙ୍କୁ ସମୟ ମଧ୍ୟ କହିବାକୁ ହେବ

ସେହିପରି ଯଦି ଆପଣ ଫୋନକୁ କୌଣସି ଦୋକାନରୁ ନେବାକୁ ଚାହୁଁଛନ୍ତି ତେବେ ଆପଣଙ୍କୁ ଦୋକାନର ଠିକଣା ମିଳିଯିବ ଏବଂ ଆପଣଙ୍କୁ ନିର୍ଧାରିତ ସମୟ ମଧ୍ୟ ଏଠାରେ ଲେଖିବାକୁ ପଡିବ ଏଠାରେ ଆମେ କହି ରଖୁଛୁ କି,ତାରିଖ ଚୟନ କରିହେଉଛି କିନ୍ତୁ ସମୟ ଚନୟରେ ଏବେ କିଛି ସମସ୍ୟା ହେଉଛି

ଜିଓ ଗିଗାଟିଭି: ରେଜିଷ୍ଟ୍ରେସନ କରିବାର ପୂରା ପ୍ରକ୍ରିୟା

କଂପାନୀର ଏହା ଏକ ଫାଇବର ବ୍ରୋଡବ୍ୟାଣ୍ଡ ଆଧାରିତ ଏଚଡି ସେବା ଅଟେ ଯେଉଁଥିରେ କୌଣସି ପ୍ରକାରର ଆଂଟିଣା ଲଗାଇବାକୁ ଆପଣଙ୍କୁ ପଡିବ ନାହିଁ ଫୋନ ଆଧାରରେ ହିଁ ଲୋକଙ୍କୁ ଏଚଡି କ୍ୱାଲିଟିରେ ୬୦୦ରୁ ଅଧିକ ଚ୍ୟାନେଲ ଦେଖିବାର ସୁବିଧା ମିଳିବ ତେବେ ଏହିସବୁ ଚ୍ୟାନେଲ ଦେଖିବା ପାଇଁ ଆପଣ ରିଲାଏନ୍ସ ଦ୍ୱାରା ଉପଲବ୍ଧ କରାଯାଇଥିବା ସେଟଅପ ବକ୍ସ ସହିତ ସଂଯୋଗ କରି ଏହି ସେବାର ମଜା ଉଠାଇପାରିବେ

କିପରି ହେବ ରେଜିଷ୍ଟ୍ରେସନ

କଂପାନୀ ତରଫରୁ କୁହାଯାଇଛି କି, ୧୫ ଅଗଷ୍ଟରୁ ଏହି ନୂଆ ସେବା ଆରମ୍ଭ ହେବ ଏହି ସୁବିଧାର ଲାଭ ଉଠାଇବା ପାଇଁ ଗ୍ରାହକତମାନେ ମାଇଜିଓ ଆପ କିମ୍ବା ଜିଓଡଟ୍ କମକୁ ଯାଇ ରେଜିଷ୍ଟ୍ରେସନ କରିପାରିବେ ରେଜିଷ୍ଟ୍ରେସନ ବର୍ତମାନ ୧୧୦୦ଟି ସହର ପାଇଁ ହେବ ଏଥିରେ ଯେଉଁ ସହରମାନଙ୍କରେ ସବୁଠାରୁ ଅଧିକ ରେଜିଷ୍ଟ୍ରେସନ ହେବ, ସେଠାରେ ପ୍ରଥମେ କନେକ୍ସନ ଦିଆଯିବ

୫୦୦ଟଙ୍କାରୁ ଆରମ୍ଭ ହେବ ପ୍ଲାନ

କଂପାନୀ ଗ୍ରାହକମାନଙ୍କ ପାଇଁ ୫ଟି ପ୍ଲାନ ଲଂଚ କରିବାକୁ ଯାଉଛି ଯାହାର ପ୍ରାରମ୍ଭିକ ଦାମ ରଖାଯାଇଛି ମାତ୍ର ୫୦୦ ଟଙ୍କା ଏବଂ ସର୍ବାଧିକ ୧୫୦୦ ଟଙ୍କା ରଖାଯାଇଛି ସମସ୍ତ ପ୍ଲାନରେ ଡିଟିଏଚ କନେକ୍ସନ ପାଇଁ କୌଣସି ପ୍ରକାରର ତଥା କୌଣସି ବି ଚାର୍ଜ ଲାଗିବ ନାହିଁ ୫୦୦ ଟଙ୍କିଆ ପ୍ଲାନରେ ଲୋକଙ୍କୁ ମାସିକ ୩୦୦ ଜିବି ଡାଟା ଏବଂ ୫୦ ଏମବିପିଏସର ସ୍ପିଡ ମିଳିବ

୭୫୦ର ପ୍ଲାନ

ଏହାପରେ ୭୫୦ ଟଙ୍କିଆ ପ୍ଲାନ ରହିଛି, ଯେଉଁଥଇରେ ଲୋକଙ୍କୁ ୪୫୦ ଜିବିର ଡାଟା ମିଳିବ ଏଥିରେ ମଧ୍ୟ ସ୍ପିଡ ୫୦ ଏମବିପିଏସର ମିଳିବ

୯୯୯ଟଙ୍କିଆ ପ୍ଲାନ

୯୯୯ଟଙ୍କିଆ ମାସିକ ପ୍ଲାନରେ ଲୋକଙ୍କୁ ୬୦୦ ଜିବି ଡାଟା ସମେତ ୧୦୦ ଏମବିପିଏସ ସ୍ପିଡ ମିଳିବ

୧୨୯୯ଟଙ୍କିଆ ପ୍ଲାନ

୧୨୯୯ ଟଙ୍କିଆ ପ୍ଲାନରେ ଗ୍ରାହକଙ୍କୁ ୩୦ ଦିନ ପର୍ଯ୍ୟନ୍ତ ୭୫୦ ଜିବି ଡାଟା ଏବଂ ୧୦୦ ଏମବିପିଏସର ସ୍ପିଡ ମିଳିବ ସମସ୍ତ ପ୍ଲାନରେ ଗ୍ରାହକଙ୍କୁ ଡିଟିଏଚ ଏବଂ ଲ୍ୟାଣ୍ଡଲାଇନ ଫୋନର ସୁବିଧା ମଧ୍ୟ କଂପାନୀ ତରଫରୁ ମିଳିବ

୧୫୦୦ ଟଙ୍କିଆ ପ୍ଲାନ

୧୫୦୦ଟଙ୍କିଆ ପ୍ଲାନରେ ଗ୍ରାହକଙ୍କୁ ୩୦ ଦିନ ଯାଏଁ ୯୦୦ ଜିବି ଡାଟା ଏବଂ ୧୫୦ ଏମବିପିଏସର ସ୍ପିଡ ମିଳିବ