ଏସସିଓ ସମିଟ୍ : ପ୍ରଧାନମନ୍ତ୍ରୀ ମୋଦି ପହଂଚିଲେ ବିସ୍କେକ୍ ! ପ୍ରଥମଥର ପାଇଁ ଗୋଟିଏ ମଞ୍ଚରେ ଇମରାନ୍ ଖାନ୍ ଏବଂ ନରେନ୍ଦ୍ର ମୋଦିଙ୍କୁ ଦେଖିବାକୁ ମିଳିବ ।

194

ସଙ୍ଘାଇ କରପୋରେସନ୍ ଅର୍ଗନାଇଜେସନ୍ (ଏସସିଓ) ଶିଖର ସମ୍ମିଳନୀରେ ଯୋଗ ଦେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିସ୍କେକ୍ ପହଂଚି ଯାଇଛନ୍ତି । ଶିଖର ସମ୍ମିଳନୀ ୧୩ ଓ ୧୪ ଜୁନ୍ ଆୟୋଜିତ ହେବ । ଏହି ସମ୍ମିଳନୀରେ ଯୋଗ ଦେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅନ୍ୟ ଦେଶର ନେତାମାନଙ୍କ ସହ ଦ୍ୱିପକ୍ଷୀୟ କଥାବାର୍ତ୍ତା କରିବେ । ଭାରତର ରଣନୀତିରେ ମଧ୍ୟ ଏସିଆର ମହତ୍ତ୍ୱ ହାଇଲାଇଟ୍ କରାଯିବ । ମୋଦି ଶିଖର ସମ୍ମିଳନୀରେ କିର୍ଗିସ୍ଥାନ ରାଷ୍ଟପତୀ ସୁରୋନବେ ଜୀନବେକୋବଙ୍କ ଦ୍ୱିପକ୍ଷୀୟ କଥାବାର୍ତ୍ତା କରିବେ । ତେବେ ପୁଲୱାମା ଆକ୍ରମଣ ପରେ ପ୍ରଥମ ଥର ପାଇଁ ପ୍ରଧାନମନ୍ତ୍ରୀ ମୋଦି ଏବଂ ପାକ୍ ପ୍ରଧାନମନ୍ତ୍ରୀ ଇମରାନ୍ ଖାନ୍ ଏକାଠି ଗୋଟିଏ ମଞ୍ଚରେ ଦେଖିବାକୁ ମିଳିବ ।