ଯେକୈାଣସି କୀଟ କାମୁଡିଲେ ବା ଦଂଶନ କଲେ ଆପଣାନ୍ତୁ ଏହି ଘରୋଇ ଉପାୟ। 

60

ଗ୍ରୀଷ୍ମ ଋତୁ ହେଉ ବା ବର୍ଷା ଋତୁ, ଏହି ଦୁଇଟି ଋତୁରେ କୀଟପତଙ୍ଗ କାମୁଡିବାର ସମ୍ଭାବନା ଅଧିକ ଥାଏ । ଏହା ହେଉଛି ପ୍ରକୃତ ସମୟ ଯେତେବେଳେ ଆମକୁ ସୁରକ୍ଷିତ ରହିବା ପାଇଁ ଅଧିକ ସତର୍କତା ଅବଲମ୍ବନ କରିବାକୁ ପଡେ । କୀଟ ଦଂଶନ ଦ୍ୱାରା ଆମ ଶରୀରରେ ଜଳାପୋଡା ତଥା ବିଭିନ୍ନ ପ୍ରତିକ୍ରିୟା ସୃଷ୍ଟି ହୁଏ । ଜାଣନ୍ତୁ ଏମାନଙ୍କଠୁ ବଂଚିବା ପାଇଁ କିଛି ଘରୋଇ ଉପାୟ ।

ଲକ୍ଷଣ :

• ପୀଡା ହେବା ଓ କୁଣ୍ଡେଇ ହେବା

• ନାଲି ପଡିବା ଓ ଫୁଲିବା

• ମନ ବିଚଳିତ ହେବା

• ଜୋରରେ ହୃତ ସ୍ପନ୍ଦନ ହେବା

• ଜଳାପୋଡା ହେବା

• ଅଣନିଶ୍ୱାସୀ ଲାଗିବା

• ଶରୀରରେ ଫଳିଯିବା

• ଗଣ୍ଠି ଯନ୍ତ୍ରଣା ହେବା

ପିଆଜ : ୧ ଚାମଚ ପିଆଜ ରସରେ ୧ ଚାମଚ ଲେମ୍ବୁ ରସ ମିଶାନ୍ତୁ । ସେହି ମିଶ୍ରଣକୁ ଏକ ତୁଳା ସାହାଯ୍ୟରେ କାମୁଡିଥିବା ସ୍ଥାନରେ ଲଗାନ୍ତୁ । ସେହି ତୁଳାକୁ ୧୦ରୁ ୧୫ ମିନିଟ୍ ପର‌୍ୟ୍ୟନ୍ତ ଛାଡି ଦିଅନ୍ତୁ । ତା’ପରେ ଗରମ ପାଣିରେ ଧୋଇ ଦିଅନ୍ତୁ । ଏହି ପ୍ରକ୍ରିୟାକୁ ୨ରୁ ୩ ଦିନ ପର‌୍ୟ୍ୟନ୍ତ ପ୍ରତିଦିନ ଦୋହରାନ୍ତୁ ।

ବରଫ ଖଣ୍ଡ : ଗୋଟିଏ ମୁଠା ବରଫ ଖଣ୍ଡକୁ ଏକ କୋମଳ ସୂତା କପଡାରେ ଘୋଡାନ୍ତୁ । ସେହି ବରଫ ଖଣ୍ଟକୁ କୀଟ କାମୁଡିଥିବା ସ୍ଥାନରେ ୧୦ ମିନିଟ୍ ପାଇଁ ରଖନ୍ତୁ । ଏହାକୁ ବାରମ୍ବାର ଦୋହରାନ୍ତୁ । ପୀଡା କମିଯିବ ।

ମହୁ : ୨ ଚାମଚ ମହୁକୁ ଅଧା ଚାମଚ ହଳଦୀ ଗୁଣ୍ଡ ସହ ମିଶାଇ ପ୍ରଭାବିତ ସ୍ଥାନରେ ଲଗାନ୍ତୁ । କିଛି ଘଣ୍ଟା ପର‌୍ୟ୍ୟନ୍ତ ଛାଡି ଦେଇ ଉଷୁମ ପାଣିରେ ଧୋଇ ଦିଅନ୍ତୁ । ଏହି ପ୍ରକ୍ରିୟାକୁ ୨ରୁ ୩ ଦିନ ପର‌୍ୟ୍ୟନ୍ତ ଦୋହରାନ୍ତୁ ।