୧୭ ଶତାବ୍ଦୀରେ ମୋଗଲ ଭାରତକୁ ଆସିଥିଲେ । ନିଜ ଭବ୍ୟତା ଏବଂ ବାଣିଜ୍ୟ ଶୈଳୀ ମାଧ୍ୟମରେ ଭାରତରେ କାରବାର ଆରମ୍ଭ କଲେ ଏବଂ ସେମାନଙ୍କ ପଛେ ପଛେ ଇଂରେଜ ଭାରତକୁ ଆସିଲେ । ଜନ୍ ମିଲ୍ଟନ୍ ଲଣ୍ଡନରେ ଜନ୍ମିତ ହୋଇଥିବା ଜଣେ ଇଂରେଜ କବି ଥିଲେ । ତାଙ୍କର ଏକ ପ୍ରସିଦ୍ଧ କବିତା ଥିଲା “ପାରାଡାଇଜ୍ ଲଷ୍ଟ” । ଆପଣଙ୍କୁ ଜ୍ଞାତ ଥିବ ଇସଲାମ୍ ଧର୍ମର ପ୍ରଥମ ପୁରୁଷ ଏବଂ ନାରୀଙ୍କୁ ଆଡାମ୍ ଏବଂ ଇଭ୍ ନାମରେ ସମସ୍ତେ ଜାଣନ୍ତି । ଜନ୍ ମିଲ୍ଟନ୍ ଏହି କବିତାରେ ଲେଖାଅଛି ଯେ ଆଡାମଙ୍କୁ ଆଗ୍ରାରେ ଥିବା ତାଜ୍ ମହଲକୁ ଏଭଳି ଦେଖାଯାଇଥିଲା ଯେ ଏହା ପରମୁହୂର୍ତ୍ତରେ ଦୁନିଆର ଅଷ୍ଟମ ଅଜୁବା ହୋଇଗଲା ।

ମୋଗଲଙ୍କୁ ଉଚ୍ଚ ଅଟ୍ଟାଳିକା ଏବଂ ଅଟ୍ଟାଳିକା ମଧ୍ୟଭାଗରେ ଆକର୍ଷଣୀୟ ବଗିଚା ପ୍ରସ୍ତୁତ କରିବାର ଇଚ୍ଛା ପୂର୍ବରୁ ହିଁ ଥିଲା । ତେଣୁ ସେମାନେ ପ୍ରସ୍ତୁତ କରିଥିବା ସବୁ ସ୍ଥାନ ଦେଖିବାକୁ କିଛି ଅଲଗା ଢଙ୍ଗର ହିଁ ହୋଇଥାଏ । ନଦୀ କୂଳରେ ଥିବା ଆଗ୍ରାଠାରେ ମଧ୍ୟ ବଡ ବଡ ବ୍ୟବସାୟୀ ତଥା ନାମୀଦାମୀ ଲୋକଙ୍କ ସୁଉଚ୍ଚ ଅଟ୍ଟାଳିକା ମଧ୍ୟରେ ବିଶାଳ ବଗିଚାର ସୌନ୍ଦର୍ଯ୍ୟ ଦେଖାଗଲା । ଯେତେବେଳେ ମୁମତାଜ୍ ବେଗମ୍ ଇହଧାମ ତ୍ୟାଗ କଲେ ସେତେବେଳେ ତାଙ୍କୁ ଅକବରାବାଦ୍ ଠାରେ ସମାଧି ଦିଆଯିବାପାଇଁ ନିଷ୍ପତ୍ତି ନିଆଗଲା । ମକବରା ତିଆରି କରିବା ପାଇଁ ସ୍ଥାନର ଚୟନ ଆରମ୍ଭ କରାଗଲା । ଶାହଜାହାନ୍ ନିଜ ପ୍ରିୟ ପତ୍ନୀ ମୁମତାଜଙ୍କ ମକବରାକୁ ସ୍ୱର୍ଗ ସଦୃଶ ସୁନ୍ଦର ଦେଖିବାକୁ ଚାହୁଁଥିଲେ ତେଣୁ ଯମୁନା ନଦୀ କୁଳରେ ଏହି ମକବରା ତିଆରି କରିବା ପାଇଁ ନିଷ୍ପତ୍ତି ନିଆଗଲା । ରାଜା ଜୟ ସିଂହଙ୍କ ଏହି ଜମିକୁ ତାଜ୍ ମହଲ ପାଇଁ ନେଇ ଶାହଜାହାନ୍ ତା’ଠାରୁ ବିଶାଳ ମହଲକୁ ରାଜାଙ୍କୁ ଭେଟି ଦେଇଥିଲେ ଏବଂ ସେହି ସମୟରୁ ତାଜ୍ ମହଲ ପ୍ରସ୍ତୁତ କରିବାର ଏକ ନୂତନ ଅଧାୟ ଆରମ୍ଭ ହୋଇଥିଲା ।