ଭଗବାନଙ୍କ ଏଭଳି ଜଣେ ଦୂତ ଯେ ଦେଖିପାରନ୍ତିନି ନିରାଶ୍ରୟଙ୍କ ଆଖିରେ ଲୁହ ! ମୁଣ୍ଡରେ ଛାତ ଦେବା ପାଇଁ କାନ୍ଧରେ ବୋହି ଘରକୁ ନେଇଆସନ୍ତି । 

174

8କୁହନ୍ତି ଯାହାର କେହି ନଥାନ୍ତି ତାଙ୍କୁ ଭଗବାନ ସାହା ହୁଅନ୍ତି । କିନ୍ତୁ ଦୁନିଆରେ ଆଜି ବି କିଛି ଲୋକ ଅଛନ୍ତି ଯାହାଙ୍କୁ ଦେଖିଲେ ଲାଗେ ସତରେ ତାଙ୍କୁ ଦୁଃଖିଜନଙ୍କ ସେବା ପାଇଁ ଭଗବାନ ହିଁ ପୃଥିବୀକୁ ପଠାଇଛନ୍ତି । ଆଜି ଆମେ ଆପଣଙ୍କୁ ଏଭଳି ଜଣେ ବ୍ୟକ୍ତିଙ୍କ କଥା କହିବାକୁ ଯାଉଛୁ ଯେ ନିରାଶ୍ରୟଙ୍କ ପାଇଁ ଈଶ୍ୱର ପାଲଟିଛନ୍ତି । ଗୁରୁଗ୍ରାମର ବନ୍ଧବାଡୀ ନାମକ ଏକ ସ୍ଥାନରେ ରୁହନ୍ତି ରବି କାଲରା । ଏହି ଅଞ୍ଚଳର ଗରିବ,ଦିବ୍ୟାଙ୍ଗ,ନିରାଶ୍ରୟ ଏବଂ ବୟଷ୍କ ଲୋକଙ୍କ ସାହାଯ୍ୟ ପାଇଁ ସେ ସଦାସର୍ବଦା ତତ୍ପର ରୁହନ୍ତି ଏବଂ ମାଗଣାରେ ଏମାନଙ୍କ ସେବା କରନ୍ତି ।

ଅଧ୍ୟକ୍ଷ ରବି କାଲରା ହେଉଛନ୍ତି ‘ ଦ ଆର୍ଥ ସେବିୟର୍ସ ଫାଉଣ୍ଡେସନ୍’ ର ସଂସ୍ଥାପକ । ଏହି ସଂସ୍ଥା ଏକ ସ୍ୱୟଂ ସେବୀ ସଂସ୍ଥା ଯେଉଁଥିରେ ଭାରତ ସରକାରଙ୍କ ଗୃହ ମନ୍ତ୍ରାଳୟ ତରଫରୁ ମାନ୍ୟତା ପ୍ରାପ୍ତ କରାଯାଇଛି । ୨୦୦୮ ମସିହାରେ ଏହି ସଂସ୍ଥା ଆରମ୍ଭ ହୋଇଥିଲା । ସଂସ୍ଥାରେ ବୃଦ୍ଧାଶ୍ରମ ଏବଂ ବାଳ ସୁଧାର ଗୃହ ରହିଛି ଯେଉଁଠି ଶାରୀରିକ ରୁପରେ ଅକ୍ଷମ ଲୋକ ଯାହାଙ୍କ ଏ ଦୁନିଆରେ କେହି ନାହାନ୍ତି ତାଙ୍କ ଦେହ ପା’ର ଯତ୍ନ ନିଆଯାଏ । ଏହି ସଂସ୍ଥାରେ ଏକ ଗୋଶାଳା ମଧ୍ୟ ରହିଛି । ଏହି ଫାଉଣ୍ଡେସନ୍ କୁ ହିଁ ଲୋକମାନେ ସରକାର ମାନିଥାନ୍ତି ।

ରବି କାଲରା ଦିଲ୍ଲୀରେ ରୁହନ୍ତି । ନିରାଶ୍ରୟଙ୍କ ସେବା କରିବା ନେଇ ସେ ଖୁବ୍ ଚର୍ଚ୍ଚିତ । ରବିଙ୍କ ଆଶ୍ରମରେ ୩୦୦ ବୟଷ୍କ ,ବେସାହାରା,ମାନସିକ ରୁପରେ ଦୁର୍ବଳ,ନିରାଶ୍ରୟ ଲୋକ ଅଛନ୍ତି ଯାହାଙ୍କୁ ନିଃଶୁଳ୍କରେ ଏଠାରେ ଚିକିତ୍ସା ଦିଆଯାଏ । ଏଥିପାଇଁ ଲୋକଙ୍କ ସେବା କରିବାରେ ଏହି ଗାଁ ଖୁବ୍ ଚର୍ଚ୍ଚିତ ହୋଇଛି । ଗାଁରେ କୌଣସି ସ୍କୁଲର କାନ୍ଥ ଭାଙ୍ଗିଗଲେ ରବିଙ୍କ ପାଖରେ ଆଗ ଖବର ପହଞ୍ଚେ । କୌଣସି ନେତା ଏବଂ ସରକାରଙ୍କୁ ଜଣାଇବା ପୁର୍ବରୁ ଲୋକମାନେ ଅଧିକ ରବିଙ୍କୁ ବିଶ୍ୱାସ କରନ୍ତିି । ଏବେ ପର୍ଯ୍ୟନ୍ତ ସେ ୪,୭୫୦ ଅଜଣା ଶବର ଅନ୍ତିମ ସଂସ୍କାର ମଧ୍ୟ କରି ସାରିଛନ୍ତି । ସକାଳେ କର୍ମକ୍ଷେତ୍ରକୁ ଯାଇ ପ୍ରତିଦିନ ରାତିରେ ସେ ନିରାଶ୍ରୟଙ୍କୁ ଖୋଜିଥାନ୍ତି ଆଖିରେ ଯେ ପଡିଲା ତାକୁ ଆଶ୍ରମ ନେଇଆସନ୍ତି । ତେବେ ସରକାରଙ୍କ ତରଫରୁ ଏହି ସଂସ୍ଥାକୁ ଅନୁଦାନ ପ୍ରାପ୍ତ ହୋଇନଥିଲେ ମଧ୍ୟ କିଛି ସହୃଦୟବାନ ଲୋକଙ୍କ ସହାୟତାରେ ସଂସ୍ଥା ସୁଚାରୁରୂପେ ଚାଲିଛି ।