ବନ୍ୟା ସରିଲା, ଆରମ୍ଭ ହେଲା ରାଜନୀତି ! ଦୁଇ ଦିନିଆ କେରଳ ଗସ୍ତରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ।

34

କନକ ନ୍ୟୁଜ୍ : ଦୁଇ ଦିନିଆ କେରଳ ଗସ୍ତରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି । ରାହୁଲ ବନ୍ୟାରେ କ୍ଷତିଗ୍ରସ୍ତ ହୋଇଥିବା କେରଳର ବିଭିନ୍ନ ଅଂଚଳ ବୁଲି ଦେଖୁଛନ୍ତି । ଏହା ସହ ବିଭିନ୍ନ ରିଲିଫ କ୍ୟାମ୍ପ ଯାଇ ବନ୍ୟା ପୀଡିତଙ୍କ ସହ ଆଲୋଚନା କରି ସେମାନଙ୍କ ସମସ୍ୟା ସଂପର୍କରେ ପଚାରି ବୁଝିଛନ୍ତି । ସବୁଠୁ ଅଧିକ କ୍ଷତିଗସ୍ତ ହୋଇଥିବା ଚେଙ୍ଗାନୁର,ଆଲପୁଷା ଓ ଅଗାଂମାଲି ଯାଇ ବନ୍ୟା ସ୍ଥିତିର ସମୀକ୍ଷା କରିବେ ରାହୁଲ ।

ବନ୍ୟା ପୀଡିତଙ୍କୁ ଯଥା ସମ୍ଭବ ସହାୟତା କରିବାକୁ ରାହୁଲ ଗାନ୍ଧୀ କଂଗ୍ରେସ କର୍ମୀଙ୍କୁ କହିଛନ୍ତି । ଆଲପୁଷାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ବନ୍ୟା ସମୟରେ ଉଦ୍ଧାର କ୍ାର୍ଯ୍ୟରେ ନିୟୋଜିତ ଥିବା ମତ୍ସଜୀବୀଙ୍କୁ ସମ୍ବୋର୍ଦ୍ଧିତ କରିବେ ରାହୁଲ । କଂଗ୍ରେସର ସମସ୍ତ ସାଂସଦ ଓ ବିଧାୟକ ଗୋଟିଏ ମାସର ଦରମା ବନ୍ୟା ପୀଡିତଙ୍କୁ ଦେବାକୁ ଘୋଷଣା କରିଛନ୍ତି ।