“ବୋଉଲୋ” ପରେ ରେଡିଓ ଚକଲେଟ୍ ୧୦୪ ଏଫ୍ ଏମ୍ ଶ୍ରୋତାଙ୍କୁ ଭେଟି ଦେଲା ଆଉ ଏକ ଗୀତ “ଭୂତ ହୋଇ ଗୋଡେଇବି” ।

527

ପ୍ରତ୍ୟେକ ସପ୍ତାହରେ ଭିନ୍ନ ସ୍ୱାଦର ଗୀତ ଭେଟି ଦେଉଥିବା ରେଡିଓ ଚକଲେଟ୍ ୧୦୪ ଏଫ୍ ଏମ୍ ପକ୍ଷରୁ ଚଳିତ ସପ୍ତାହରେ ମଧ୍ୟ ଏକ ଜବରଦସ୍ତ ଗୀତ ରିଲିଜ୍ କରାଯାଇଛି । ଏହି ଗୀତର ଟାଇଟେଲ୍ ରହିଛି ଭୂତ । କଣ୍ଠଶିଳ୍ପୀ ତାରିକ୍ ଅଜିଜ୍ ଏବଂ ରୋଜାଲିନଙ୍କ ଆକର୍ଷଣୀୟ ଭଏସ୍ ଏହି ଗୀତକୁ ଆହୁରି ଏଂଟରଟେନିଂ କରିଛି ।

ଗୀତିକାର ସାସମଲ୍ ମାନସ ଏହି ଗୀତର ଲିରିକ୍ସ ଦେଇଥିବା ବେଳେ ସଙ୍ଗୀତ ଭାର ତୁଲାଇଛନ୍ତି ସୌମିତ୍ରି ପିଲାଇ । ଗୀତ ରେକର୍ଡିଂ ବେଳେ ରୋଜାଲିନ ଓ ତାରିକ୍ ବେଶ ମସ୍ତି କରିବାର ନଜର ଆସିଛନ୍ତି । ଏହା ସହ ଏକ ରସିକିଆ ଭୂତକୁ ବି ଦେଖିବାକୁ ମିଳିଛି ମ୍ୟୁଜିକ୍ ଭିଡିଓରେ । ଯିଏ କି ସିଙ୍ଗରଙ୍କୁ ଡରାଉଥିବାର ନଜର ଆସିଛି ।

ପ୍ରତ୍ୟେକ ସପ୍ତାହରେ ଭିନ୍ନ ଭିନ୍ନ ସ୍ୱାଦର ନିଆରା ଗୀତ ଭେଟି ଦେଉଥିବା ରେଡିଓ ଚକଲେଟ୍, ଚଳିତ ସପ୍ତାହରେ କିଛି ଏହିପରି ଗୀତ ପ୍ରସ୍ତୁତ କରିଛି । ଉଭୟ ସିଙ୍ଗର୍ ରୋଜାଲିନ୍ ଏବଂ ତାରିକ୍ ଅଜିଜ୍ ନିଜ ଜବରଦସ୍ତ ଭେଟିଦେଇଛନ୍ତି ଏହି ଗୀତରେ । ଆଉ ଏହାର ମ୍ୟୁଜିକ୍ ମଧ୍ୟ ଖୁବ ଦମଦାର ରହିଛି । ୟୁଟୁବରେ ଏହି ଗୀତକୁ ରିଲିଜ୍ କରାଯାଇଥିବାବେଳେ, ଏହାକୁ ଶ୍ରୋତା ପସନ୍ଦ କରୁଥିବା ଦେଖିବାକୁ ମିଳୁଛି ।