ଆଉ ଦିନକ ପରେ ଢେଙ୍କାନାଳର ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜା । ସଜେଇ ହେଉଛି ପୂଜାମଣ୍ଡପ । ୧୧ ଦିନ ଧରି ସହରର ୪୮ଟି ମଣ୍ଡପରେ ପୂଜା ପାଇବେ ମା’ ଲକ୍ଷ୍ମୀ
କନକ ବ୍ୟୁରୋ: ଆଉ ଦିନକ ପରେ ଢେଙ୍କାନାଳ ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜା । ପୂଜାକୁ ବେଶ ଜାକଜମକରେ ପାଳନ କରିବାକୁ ପୂଜା ଅନୁଷ୍ଠାନ ଗୁଡିକର ସାଜସଜ୍ଜା ଏବେ ଚୁଡାନ୍ତ ପର୍ଯ୍ୟାୟରେ । ୧୧ ଦିନ ଧରି ସହରରେ ୪୮ଟି ମଣ୍ଡପରେ ପୂଜା ପାଇବେ ମା ଲକ୍ଷ୍ମୀ ।
Kanak News is now on WhatsApp
Join and get latest news updates delivered to you via WhatsApp
ଆସନ୍ତା ୨୪ ତାରିଖ କୁମାରପୁର୍ଣ୍ଣିମାଠାରୁ ୧୧ ଦିନ ବ୍ୟାପି ଢେଙ୍କାନାଳ ସହରରେ ଅନୁଷ୍ଠିତ ହେବାକୁ ଯାଉଛି ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜା । ମିଳିତ ପୂଜା ବଜାର କମିଟି ଅଧୀନରେ ୪୮ଟି ମଣ୍ଡପରେ ମାଙ୍କ ମୃଣ୍ମୟ ମୂର୍ତ୍ତିପୂଜା ପାଇବାକୁ ଯାଉଛି । ସେଥିଲାଗି ଏବେ ଠାରୁ ସମସ୍ତ ଅନୁଷ୍ଠାନଗୁଡିକ ଚଳଚଂଚଳ ହୋଇପଡିଛି । ଚଳିତ ବର୍ଷ ମଉଡମଣୀ ପୂଜା ଅନୁଷ୍ଠାନ ମୀନା ବଜାର ତାର ୭୫ ବର୍ଷ ପୂର୍ତି ପାଳନ କରୁଥିବାରୁ ମେଢ ଏବଂ ଲାଇଟ ଡେକୋରେସନକୁ ବିଶେଷ ପ୍ରାଧାନ୍ୟ ଦେଇଛି । ଗଣେଷ ବଜାର, ମହାବୀର ବଜାର, ବସ ଷ୍ଟାଣ୍ଡ, ଲକ୍ଷ୍ମୀ ବଜାର, ବାଜି ଚୌକ, ଦେଉଳ ସାହି ଆଦି ଅନୁଷ୍ଠାନ ଗୁଡିକ ବାଉଁଶ ଗେଟ ନିର୍ମାଣ କାମ ଅଧାରୁ ଅଧୀକ ସାରିଦେଲେଣି । ସେହିପରି ମୂର୍ତି ତିଆରି କାମ ମଧ୍ୟ ଆରମ୍ଭ ହୋଇଗଲାଣି । ପ୍ରଶାସନ ଏବଂ ମୁନସିପାଲିଟି ମିଳିତ ଉଦ୍ୟମରେ ରାସ୍ତା ଅବରୋଧ କରିଥିବା ଦୋକାନଗୁଡିକୁ ଉତ୍ତେଦ କରାଯାଇଛି ଫଳରେ ଭିଡ ନିୟନ୍ତ୍ରଣ ଏବଂ ଟ୍ରାଫିକ ବ୍ୟବସ୍ଥା ସୁରୁଖୁରୁରେ ହୋଇପାରିବ ।
ଢେଙ୍କାନାଳ ଗଜଲକ୍ଷ୍ମୀ ପୂଜାର ବିଶେଷତ୍ୱ ହେଉଛି ଦୀର୍ଘ ୮ କିଲୋମିଟର ରାସ୍ତାର ଉଭୟ ପଟେ ରଂଗୀନ ଆଲୋକମାଳା ଦର୍ଶକମାନକୁଂ ବେଶ ଆକୃଷ୍ଟ କରିଥାଏ । ତା ଉପରେ ସୁଉଚ ଆଲୋକ ତୋରଣ ଏବଂ କପଡା ତୋରଣ ପୂଜାର ସୌନ୍ଦର୍ଯ୍ୟକୁ ଦ୍ୱିଗୁଣିତ କରିଦିଏ । ଏହି ସବୁ ବ୍ୟବସ୍ଥା ପୂଜାର ଏକ ମାସ ଆଗରୁ ଆରମ୍ଭ ହୋଇଯାଇଥାଏ । କାରିଗରମାନେ ସେମାନକଂ କଳାନୈ÷ପୁଣକୁ ପରିପ୍ରକାଶ କରିବା ଦିଗରେ ମଧ୍ୟ ଏକ ପ୍ରକାର ପ୍ରତିଯୋଗିତା ଦେଖାଦେଇଥାଏ କାରଣ ମୂର୍ତି ତିଆରିରେ ପ୍ରଶାସନ ପକ୍ଷରୁ ପ୍ରାଇଜ ରଖାଯାଇଛି । ମହିଷାପାଟ ଇନ୍ଦିରାଗାନ୍ଦୀ ପଡିଆରେ ୯ ଦିନ ଧରି ପଲ୍ଲିଶ୍ରୀମେଳାରେ ମଧ୍ୟ ଲୋକମାନକଂ ଭିଡ ବେଶ ପରିଲିକ୍ଷିତ ହୋଇଥାଏ । ଏହି ୧୧ ଦିନରେ ପାଖାପାଖୀ ୨୦ ଲକ୍ଷ ଲୋକକଂ ସମାଗମକୁ ଆଖି ଆଗରେ ରଖି ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଉଛି ।