ପୁରୁଣାରୁ ପୁରୁଣା ଅର୍ଶକୁ ସମୂଳେ ନାଶ କରିବାର କ୍ଷମତା ରଖେ ପାନପତ୍ର ! ଜାଣନ୍ତୁ ଖାଇବାର ବିଧି ।

13,030

ଭୋଜନ ପରେ ଖାଦ୍ୟ ହଜମ ପାଇଁ ଖିଆଯାଉଥିବା ପାନପତ୍ର ଯେ କେବଳ ସ୍ୱାଦ ପାଇଁ ଖିଆଯାଏ ତାହା ନୁହଁ ଏଥିରେ ଆପଣଙ୍କ ଅନେକ ସମସ୍ୟାର ସମାଧାନ ମଧ୍ୟ ହୋଇଥାଏ । ତେବେ ଆସନ୍ତୁ ଜାଣିବା ପାନପତ୍ରର ଉପକାରିତା ବିଷୟରେ କିଛି ।

୧ . ଆଣ୍ଟିସେଫ୍ଟିକ – ପାନପତ୍ର ଆଣ୍ଟିସେଫ୍ଟିକ ଭଳି କାମ କରିଥାଏ । କୌଣସି ସ୍ଥାନରେ କ୍ଷତ ହୋଇଥିଲେ ପାନପତ୍ରକୁ ବାଟି ଲଗାଇଲେ କିମ୍ବା କୌଣସି ସ୍ଥାନରେ ଫ୍ୟାକ୍ଚର ହୋଇଥିଲେ ପାନପତ୍ରକୁ ଗୋଡାଇଲେ ଉପସମ ମିଳିଥାଏ ।

୨ . ନାକରୁ ରକ୍ତ ପଡୁଥିଲେ ପାନପତ୍ରକୁ ଶୁଙ୍ଘିଲେ ମଧ୍ୟ ଉପସମ ମିଳିଥିଲେ । ଥକ୍କାପଣ,ନିଦ୍ରାହୀନତା କିମ୍ବା ଆଖିରେ କୌଣସି ସମସ୍ୟା ଦେଖାଗଲେ ଆଖି ଲାଲ୍ ପଡିଥିଲେ ତେବେ ପାନପତ୍ର ଫୁଟାଇ ଏହାକୁ ଥଣ୍ଡା କରି ଏହାର ପାଣିକୁ ଆଖିରେ ଛିଟା ମାରନ୍ତୁ ।

୩ . ଯଦି ଆପଣଙ୍କ କଥା କହିବା ସମୟରେ ଉଚ୍ଚାରଣ ମୋଟା ହୁଏ ତେବେ ପାନ ଖାଇବା ଏବଂ ପାନପତ୍ର ଫୁଟାପାଣି ପିଇବା ଅଧିକ ଲାଭଦାୟକ ହେବ । ଏଥିରେ ଗଳା ସମସ୍ୟା ଠିକ୍ ହେବା ସହ ଉଚ୍ଚାରଣରେ ବି ସୁଧାର ଆସିଥାଏ ।

୪ . ଦାନ୍ତମାଢିରୁ ରକ୍ତ ବାହାରୁଥିଲେ ପାନପତ୍ର ଫୁଟାପାଣିରେ ଗଳଗଳ କଲେ ମାଢିରୁ ରକ୍ତ ବାହାରିବା ବନ୍ଦ ହୋଇଥାଏ । ପାନପତ୍ରର ୭ ଟି ପତ୍ରକୁ ଦୁଇକପ୍ ପାଣିରେ ଚିନି ମିଶାଇ ଫୁଟାଇଲେ ଏହା ଯେତେବେଳେ ୧ ଗ୍ଲାସ୍ ହୋଇଯିବ ଏହାକୁ ପିଅନ୍ତୁ ଦିନରେ ୩ ଥର ଏହାକୁ ପିଇଲେ ବ୍ରୋକାଇଟିସ୍ ଠାରୁ ଉପସମ ମିଳିଥାଏ ।

୫ . କଫ – ପାନର ୧୫ ଟି ପତ୍ର ନେଇ ୩ ଗ୍ଲାସ୍ ପାଣିରେ ଫୁଟାନ୍ତୁ । ଏକ-ତୃତୀୟାଂଶ ପାଣି ରହିଗଲେ ଏହାକୁ ୩ ଥର ଦିନରେ ପିଅନ୍ତୁ । ଏଥିରେ କଫରୁ ଉପସମ ମିଳିଯିବ ।

୬ . ଶରୀରର ଦୁର୍ଗନ୍ଧ – ଶରୀରରେ ଅଧିକ ସମୟ ଦୁର୍ଗନ୍ଧ ରହୁଥିଲେ ପାନର ୫ ଟି ପତ୍ର ଦୁଇକପ୍ ପାଣିରେ ଫୁଟାଇ ଦ୍ୱିପ୍ରହର ସମୟରେ ପିଇବା ଦ୍ୱାରା ଶରୀରକୁ ଏହାର ଲାଭ ମିଳିଥାଏ ।

୭ . କୁଣ୍ଡିଆ – ଶରୀରରେ କୁଣ୍ଡିଆ ଭଳି ଅସୁବିଧା ଦେଖାଗଲେ ଗରମ ପାଣିରେ ପାନପତ୍ର ପକାଇ ଗାଧାନ୍ତୁ ।

୧୦ . ସ୍ତନପାନ – ସ୍ତନପାନ ସମୟରେ ଅସୁବିଧା ହେବା ଭଳି ସମସ୍ୟା ଦେଖାଯାଉଥିଲେ ପାନପତ୍ରରେ ନଡିଆ ତେଲ ଲଗାଇ ହାଲୁକା ଗରମ କରନ୍ତୁ ଏବଂ ସ୍ତନ ପାଖରେ ରଖିଦିଅନ୍ତୁ । ଏଥିରେ ଅସୁବିଧା କମ୍ ହେବ ।

୧୧ . ଅର୍ଶ – ଗୋଟିଏ ଦିନ କେବଳ ପାନପତ୍ର ଚୋବାଇ ଖାଆନ୍ତୁ ଆଉ କିଛି ଖାଆନ୍ତୁ ନାହିଁ । ୨୪ ଘଣ୍ଟା ଭିତରେ ଅର୍ଶ ସମସ୍ୟା ଦୂର ହୋଇଯିବ । ବହୁତ ଲୋକ ଏହି ଉପାୟ ଆପଣାଇ ଉପସମ ପାଇଛନ୍ତି ।