ଆଜିର ଦିନରେ ଆମେରିକା ସେନାବାହିନୀ ଗୁଳିରେ ଟଳିପଡିଥିଲା ଓସାମା ବିନ୍ ଲାଦେନ୍ । ଜାଣନ୍ତୁ ଆମେରିକା କିଭଳି ରଚିଥିଲା ହତ୍ୟାର ଷଡଯନ୍ତ୍ର ।

53

ସାତ ବର୍ଷ ପୂର୍ବେ ଆଜିର ଦିନରେ ଆତଙ୍କର ଅନ୍ୟନାମ କୁହାଯାଉଥିବା ଆତଙ୍କବାଦୀ ଓସାମା ବିନ୍ ଲାଦେନକୁ ଆମେରିକା ସେନାବାହିନୀ ମାରି ଗଡାଇଥିଲେ । ୨୦୧୧ ମସିହା ମଇ ମାସ ୨ ତାରିଖ ଦିନ ଆତଙ୍କ ସଂଗଠନ ଅଲ୍ କାଏଦା ମୁଖ୍ୟ ଓସାମା ବିନ୍ ଲାଦେନ ସେତେବେଳେ ପାକିସ୍ଥାନର ଏବଟାବାଦ୍ ସ୍ଥିତ ଠିକଣାରେ ରହୁଥିଲା । ଆଫଗାନିସ୍ଥାନର ଜଲାଲାବାଦର କମାଣ୍ଡୋମାନେ ଏବଟାବାଦ୍ ପହଞ୍ଚି ଏହି ଆତଙ୍କବାଦୀକୁ ମାରି ଗଡାଇଥିଲେ । ଜଣେ ପୂର୍ବ କମାଣ୍ଡୋ ରବର୍ଟ ଓ-ନୀଲ୍ ମୁତାବକ, “ଆମ ପାଖରେ ସମୟ ବହୁତ କମ୍ ଥିଲା । ଠିକଣାରେ ପହଞ୍ଚିବା ପରେ ଆମର ଏକ ହେଲିକେପ୍ଟର କ୍ରାସ୍ ହୋଇ ଯାଇଥିଲା ଏବଂ ଅନ୍ୟଟିରେ ତେଲ କମ୍ ଥିଲା । ଓସାମା ବିନ୍ ଲାଦେନକୁ ମାରି ଠିକଣା ସ୍ଥାନରୁ ବାହାରିବାକୁ ମାତ୍ର ୩୦ ମିନିଟ୍ ସମୟ ଆମ ପାଖରେ ଥିଲା । ଲାଦେନକୁ ମାରିବା ପାଇଁ କମାଣ୍ଡୋଙ୍କୁ କଠିନ ସମୟ ଦେଇ ଗତି କରିବାକୁ ପଡିଥିଲା । ଆମେରିକାରେ ଓବାମା ପ୍ରଶାସନ ଥିବା ସମୟରେ ଲାଦେନକୁ ମାରିବା ଉପାୟ କରାଯାଇଥିଲା । ରବର୍ଟ ଓ-ନୀଲ୍ଙ୍କ କହିବାନୁସାରେ ମୃତ୍ୟୁକୁ ପାଖରେ ଦେଖି ଲାଦେନ୍ ଖୁ୍ବ୍ ଡରି ଯାଇଥିଲା । ମୃତ୍ୟୁବେଳେ ଲାଦେନକୁ ପ୍ରାୟ ୫୪ ବର୍ଷ ବୟସ ହୋଇଥିଲା । ଲାଦେନ୍ ମୃତ୍ୟୁ ପରେ ଗଣମାଧ୍ୟମ ରିପୋର୍ଟ ଅନୁସାରେ ଜଣାପଡିଲା ଯେ ଲାଦେନ୍ ପର୍ଣ୍ଣ ଆଡିକ୍ଟ ଥିଲା । ମୃତ୍ୟୁ ପରେ ତା ଘରୁ ଲପଟପ୍ , କମ୍ପ୍ୟୁଟର ମିଳିଥିଲା । ଏହି କମ୍ପ୍ୟୁଟର ମାଧ୍ୟମରେ ସିଆଇଏକୁ ବିଭିନ୍ନ ତଥ୍ୟ ମିଳୁଥିଲା । ସୁଚନା ମୁତାବକ ଆତତାୟୀକୁ ମାରିବା ସମୟର ସମ୍ପୁର୍ଣ୍ଣ ଭିଡିଓ ଓବାମା ଲାଇଭ୍ ଦେଖୁଥିଲେ ।