ଭାରତର ଗଳି ଗଳିରେ ବିକ୍ରି ହେଉଛି ଅସଲି ବ୍ରାଣ୍ଡର ନକଲି ପ୍ରଡକ୍ଟ ! ଏଭଳି ଦେଖି ଅସଲି ଏବଂ ନକଲି ଭିତରେ ଫରକ କରି ଠକାମୀରୁ ବଞ୍ଚନ୍ତୁ ।

1,305

ଭାରତରେ ଅନେକ ଗୁଡିଏ ଦ୍ରବ୍ୟର ନକଲ ବିକ୍ରି ହୁଏ । ଯାହାକୁ ବେଳେବେଳେ ଆପଣ ଚାଇନିଜ୍ କପି ମଧ୍ୟ କହିଥାନ୍ତି । ଏହି ଦ୍ରବ୍ୟ ଅସଲ ନାଁ ନେଇ ବିକ୍ରି ହେଲେ ମଧ୍ୟ ବାସ୍ତବରେ ନକଲି ପ୍ରଡକ୍ଟ ହୋଇଥାନ୍ତି । ତେବେ ଆସନ୍ତୁ ଜାଣିବା ଏଭଳି କିଛି ନକଲି ପ୍ରଡକ୍ଟ ବିଷୟରେ କିଛି ।

 

୧ . ଆଡିଦାସ୍ : ଆଡିଦାସ୍ ଏକ ବହୁତ ବଡ ବ୍ରାଣ୍ଡ୍ ଅଟେ ଯେଉଁଥିପାଇଁ ଏହାର ହଜାର ନକଲି ପ୍ରଡକ୍ଟ ଆପଣଙ୍କୁ ମିଳିଯିବ । ଯଦି ଆପଣଙ୍କୁ ଆଡିଦାସ୍ ର ଟି-ସାର୍ଟ ୩୦୦୦ ଟଙ୍କାରୁ କମ୍ ଦାମରେ ମିଳୁଛି ତେବେ ଏହି ଟି-ସାର୍ଟ ନକଲି ବୋଲି ଜାଣିନିଅନ୍ତୁ । ଆଡିଦାସ୍ ର ଟିସାର୍ଟରେ ସିରିଏଲ୍ ନମ୍ବର ଲେଖା ହୋଇଥାଏ ଯାହାକୁ ଆପଣ ଆଡିଦାସ୍ ୱେବସାଇଟ୍ ରେ ଚେକ୍ କରିପାରିବେ ଏବଂ ୩୦୦୦ ଟଙ୍କାରୁ କମ୍ ଦାମର ଟିସାର୍ଟ ଆଡିଦାସ୍ ବିକ୍ରି ମଧ୍ୟ କରିନଥାଏ ।

 

୨ . ନାଇକ୍ : ଆଡିଦାସ୍ ଭଳି ନାଇକ୍ ର ଟି-ସାର୍ଟ ମଧ୍ୟ ଖୁବ୍ ମହଙ୍ଗା ତେଣୁ ଯଦି ଆପଣଙ୍କୁ ନାଇକ୍ ବ୍ରାଣ୍ଡ୍ ର ୨୦୦୦ ଟଙ୍କାରୁ କମ୍ ଦାମରେ ଟି-ସାର୍ଟ ମିଳିଯାଏ ତେବେ ଏହା ନକଲି ବୋଲି ଜାଣିନିଅନ୍ତୁ । ସେହିଭଳି ଯଦି ନାଇକ୍ ର ଜୋତା ଆପଣ କିଣୁଛନ୍ତି ତେବେ ସାବଧାନ ହୋଇ ଏହାର ଲୋଗୋ ଦେଖନ୍ତୁ ଯଦି ଏହା ପ୍ଲେନ୍ ନ ହୋଇ ଖଦଡା ଥିବ ତେବେ ଏହା ନକଲି ବୋଲି ଜାଣିନିଅନ୍ତୁ ।

 

୩ . ଭେସଲିନ୍ : ସେହିଭଳି ଭେସଲିନ୍ ବ୍ରାଣ୍ଡ୍ ର ଅନେକ ନକଲି ପ୍ରଡକ୍ଟ ମଧ୍ୟ ବଜାରରେ ଉପଲବ୍ଧ । ଯଦି ଆପଣ ଏହାର ଲୋଗୋ ଧ୍ୟାନର ସହ ଦେଖିବେ ତେବେ ଅସଲି ଏବଂ ନକଲିରେ ଫରକ ଜାଣିପାରିବେ । ଯଦି ଟ୍ରେଡମାର୍କର ଚିହ୍ନ ‘ଇ’ ଉପରେ ରହିଛି ତେବେ ଏହି ପ୍ରଡକ୍ଟ ନକଲି । ଏହାର କାରଣ ଅସଲି ଭେସଲିନ୍ ରେ ଟ୍ରେଡମାର୍କର ଚିହ୍ନ ‘ଇ’ ତଳେ ଥାଏ ।

 

୪ . ଆପଲ୍ ମୋବାଇଲ୍ : ଅସଲି ଆପଲ୍ ମୋବାଇଲ୍ ସେଟରେ ଲୋଗୋ ବ୍ଲାକ୍ କଲରରେ ଆସୁଥିବା ବେଳେ ତଳେ ଇନଫରମେସନ୍ ଦିଆଯାଇଥାଏ କିନ୍ତୁ ନକଲି ପ୍ରଡକ୍ଟରେ ରୁପେଲି ରଙ୍ଗର ଲୋଗୋ ଥିବା ବେଳେ ଇନଫରମେସନ୍ ଦିଆଯାଇ ନଥାଏ ।