ନବରଙ୍ଗପୁରର ନିଆରା ପର୍ବ ଦିଆଲି ! ଚାଷ କାମ ସାରିବା ପରେ ପୌଷମାସରେ ଗାଈଗୋରୁଙ୍କୁ ପୂଜାର୍ଚ୍ଚନା କଲେ ଆଦିବାସୀ ମଣିଷ 

132
କନକ ବ୍ୟୁରୋ : ଆଦିବାସୀ ଅଧୁଷିତ ନବରଙ୍ଗପୁର ଜିଲ୍ଲାର ନିଆରା ପର୍ବ ଦିଆଲି । ଏହି ପର୍ବକୁ କୃଷି ଭିତିକ ପର୍ବ ଭାବେ ପାଳନ କରାଯାଏ । ଚାଷ କାମ ସରିବା ପରେ ପ୍ରତିବର୍ଷ ପୌଷ ମାସରେ ଗାଈ ଗୋରୁଙ୍କୁ ଖୁସି କରାଇବା ପାଇଁ ଦିଆଲି ପର୍ବ ପାଳିଥାନ୍ତି ନବରଙ୍ଗପୁରର ଆଦିବାସୀ ସଂପ୍ରଦାୟ । ଘରେ ଘରେ ପିଠା ପଣା, ଖେଚୁଡି କରି ବିଭିନ୍ନ ଦେବାଦେବୀଙ୍କୁ ପୂଜା କରାଯାଇଥାଏ ।
ଆଦିବାସୀ ଅଧୁଷିତ ନବରଙ୍ଗପୁର ଉମରକୋଟ ବ୍ଲକ ପୁଜାରୀଭରଣ୍ଡି  ଗାଁର । ଦିଆଲି ପର୍ବ ପାଳନ ଅବସରରେ ଉତ୍ସବ ମୁଖର ପୁରା ଗାଁ । ଚାଷ କାମ ସରିବା ପରେ ପାରମ୍ପରିକ ପର୍ବ ଭାବେ ପାଳନ ହେଉଥିବା ଏହି ଦିଆଲି ପର୍ବର ଦୃଶ୍ୟ ଅତି ନିଆରା । କୃଷିଭିତ୍ତିକ ପର୍ବ ଦିଆଲିକୁ ଗୋରୁ ଗାଇଙ୍କ ଉଦ୍ଦେଶ୍ୟରେ ଚାଷି ପରିବା  ଅତି ଆନନ୍ଦର ସହ ପାଳିଥାନ୍ତି । ମୁଖ୍ୟତଃ ଏହି ପର୍ବରେ ଗୋମାତାଙ୍କୁ ପୂଜା କରିଥାନ୍ତି । ଚାଷୀଙ୍କ କହିବା ଅନୁସାରେ ଗୋରୁଗାଇଙ୍କୁ ଖୁସି କରାଇବା ପାଇଁ ଦିଆଲି ପର୍ବ ପାଳନ କରାଯାଏ । ଏହି ପର୍ବରେ ଗୋରୁ ଗାଇମାନଙ୍କୁ ପିଠା ପଣା ଓ ଖେଚୁଡି ଖାଇବାକୁ ଦିଆଯାଇଥାଏ ।
ଓଡିଆ ପରମ୍ପରା ଅନୁସାରେ ଗହ୍ମା ପୂର୍ଣ୍ଣିମା ଓ ଦୋଳ ପୂର୍ଣ୍ଣିମା ଗୋଠରେ ଗାଇଗୋରୁଙ୍କୁ ପୂଜାର୍ଚ୍ଚନା କରାଯାଏ । ସେମିତି ଆଦିବାସୀ ପରମ୍ପରାରେ ଏହି ଦିଆଲି ପର୍ବ ପାଳନ କରାଯ।।ଇଥାଏ ।