ନା ରହିବ ପ୍ରଦୂଷଣର ଝଞ୍ଝଟ,ନା ଡରାଇବ ବର୍ଦ୍ଧିତ ତେଲ ଦର ! ଏବେ ଘରକୁ ଆସିବ ବିଜୁଳୀ କାର୍ ।

37

କେନ୍ଦ୍ରୀୟ ପରିବହନ ମନ୍ତ୍ରୀ ନିତୀନ ଗଡକରିଙ୍କ କହିବାନୁସାର,ଦେଶରେ ଇଲେକ୍ଟ୍ରୋନିକ ବାହନର ଉତ୍ପାଦନ ବଢାଇବା ଏବଂ ଆଗାମୀ ୫ ବର୍ଷ ମଧ୍ୟରେ ସବୁ ବାହନ ମଧ୍ୟରେ ଏହି ନୂତନ ଧରଣ ବାହନର ୧୫ ପ୍ରତିଶତ ମିଶାଇବାକୁ ଯୋଜନା ପ୍ରସ୍ତୁତ କରାଯାଇଛି । ଗଡକରି କହିଛନ୍ତିି ଯେ,ଦେଶରେ ଇଲେକ୍ଟ୍ରୋନିକ ବାହନର ଚାହିଦା ବଢିବାରେ ଲାଗିଛି । ତେବେ ଆଗାମୀ ୫ ବର୍ଷ ମଧ୍ୟରେ ଏହି ବାହନକୁ ୧୫ ପ୍ରତିଶତ ବଢାଇବା ପାଇଁ କାର୍ଯ୍ୟ ଚାଲିଛି । ତେବେ ଦେଶରେ ଏହି ବାହନର ଅଧିକ ଡିମାଣ୍ଡ ରହିଥିବାରୁ ସ୍ୱତଃ ଏହାର ଦାମ୍ ମଧ୍ୟ କମ୍ ରହିବ । ତେବେ ସରକାରଙ୍କ ତରଫରୁ ସରକାରୀ ବିଭାଗକୁ ଏହି ଇଲେକ୍ଟ୍ରୋନିକ କାର୍ ଦେବାକୁ ମଧ୍ୟ ଯୋଜନା କରାଯାଇଛି ।

ନୀତି ଆୟୋଗର ଏକ ରିପୋର୍ଟ ଅନୁସାରେ ଭାରତ ଇଲେକ୍ଟ୍ରୋନିକ ଦୁଇଚାକିଆ ବାହନକୁ ବଢାବା ଦେବାପାଇଁ ତେଲ ଆୟତରେ ଖର୍ଚ୍ଚ ହେବାକୁ ଥିବା ୧.୨ ଲକ୍ଷ କୋଟି ବିଦେଶୀ ଟଙ୍କାକୁ ବଞ୍ଚାଇବ । ଦେଶରେ ୧୭ କୋଟି ଦୁଇଚାକିଆ ବାହନ ରହିଛି । ଯଦି ଏଥିରୁ ପ୍ରତିଦିନ ଅଧା ଲିଟର ପେଟ୍ରୋଲ ଖର୍ଚ୍ଚ ହୁଏ ତେବେ ମୋଟ ୩୪ ଅରବ ଲିଟର ପେଟ୍ରୋଲ ଖର୍ଚ୍ଚ ହୋଇପାରେ ।

ରିପୋର୍ଟ ମୁତାବକ ପେଟ୍ରୋଲ ଲିଟର ପିଛା ୭୦ ଟଙ୍କା ହିସାବରେ ୨.୪ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ ହୋଇଥାଏ । ତେବେ ଯଦି ଅଶୋଧିତ ତେଲକୁ ଦେଖିବେ ଏବଂ ଅନ୍ୟ ଖର୍ଚ୍ଚକୁ ମିଶାଇଲେ ଏହା ୫୦ ପ୍ରତିଶତ ବସିଯାଏ ଯେଉଁଥିରେ ୧.୨ ଲକ୍ଷ କୋଟି ଟଙ୍କା ମୂଲ୍ୟର ତେଲର ସଂରକ୍ଷଣ କରିପାରିବେ । ତେବେ ଭବିଷ୍ୟତରେ ହେବାକୁ ଯାଉଥିବା ଏହି ବଡ ପରିବର୍ତ୍ତନରେ ଜନତା ପ୍ରଦୂଷଣରୁ ମୁକ୍ତି ପାଇବା ସହ ବର୍ଦ୍ଧିତ ତୈଳଦରରୁ ଆଶ୍ୱସ୍ତି ପାଇପାରିବେ ।