ନିଜ ସାଧାରଣ ବାଇକର ଇଞ୍ଜିନରେ ଲଗାନ୍ତୁ ଏହି ହଜାରେ ଟଙ୍କିଆ କିଟ୍ ! ଏକ ଲିଟରରେ ଦେବ ୧୧୦ କି.ମି. ମାଇଲେଜ୍ ।

2,683

ସମସ୍ତେ ଚାହିଁଥାନ୍ତି ଯେ ତାଙ୍କ ବାଇକ୍ ଭଲ ମାଇଲେଜ୍ ଦେଉ । କିନ୍ତୁ ହୁଏ କ’ଣ ଯାହା ଆମେ ଭାବୁ ତାହା କେବେ ସମ୍ଭବ ହୋଇନଥାଏ । ତେବେ ଆଜି ଆମେ ଆପଣଙ୍କୁ ଏଭଳି ଏକ ତରିକା ବିଷୟରେ କହିବାକୁ ଯାଉଛୁ ଯେଉଁ ପ୍ରକ୍ରିୟାରେ ଆପଣ ନିଜ ବାଇକର ମାଇଲେଜକୁ ଡବଲ୍ ଠାରୁ ଅଧିକ କରିପାରିବେ । ହଁ ଆଜ୍ଞା ଏହି କଥା ଶୁଣି ଆପଣଙ୍କୁ ବିଶ୍ୱାସ ହେଉନଥିବ କିନ୍ତୁ ଏହି ତରିକା ସମ୍ଭବ ।

ଯେଉଁ ଲୋକମାନେ ପ୍ରତିଦିନ ବାଇକ୍ ମାଧ୍ୟମରେ ଦୂର ବାଟ ଯାଏଁ ଯାତାୟାତ କରନ୍ତି ସେମାନଙ୍କ ପାଇଁ ଏହା ଏକ ଖୁସିଖବର ହୋଇପାରେ । ସାମାନ୍ୟ ମାତ୍ରାରେ କୌଣସି ମୋଟର ସାଇକେଲ୍ ପ୍ରତି ଲିଟର ପିଛା ୫୦ ରୁ ୫୫ କି.ମି ମାଇଲେଜ୍ ଦେଇଥାଏ । କିନ୍ତୁ ସେହି ବାଇକ୍ ଯଦି ବଢି ୧୧୦ ରୁ ୧୫୦ କି.ମି. ହୋଇଯାଏ ତେବେ କିଭଳି ହେବ । ଆମେ ଆଜି ଆପଣଙ୍କୁ ଏଭଳି ଏକ ଗ୍ୟାଜେଟ୍ ବିଷୟରେ କହିବାକୁ ଯାଉଛୁ ଯାହାକୁ ଲଗାଇବା ପରେ ପ୍ରତିଦିନ ପେଟ୍ରୋଲ୍ ପକାଇବାର ଟେନସନ୍ ରହିବ ନାହିଁ ।

ମାଇଲେଜ୍ ବଢାଇବା ପାଇଁ ବାଇକରେ କାର୍ବୋରିଟର ଲଗାଇବାକୁ ପଡିବ ଯାହାଦ୍ୱାରା ଗାଡିର ମାଇଲେଜ୍ ମଧ୍ୟ ବଢିବାକୁ ଲାଗିବ । ହାଇଡ୍ରୋ ଟେକ୍ ଏଚଏଚଓ ଫୁଏଲ୍ ସେଭର୍ କିଟ୍ କୁ ବାଇକରେ ଲଗାଇବା ପରେ ଏହାର ମାଇଲେଜ୍ ଡବଲ୍ ଠାରୁ ମଧ୍ୟ ଅଧିକ ହୋଇଯାଏ । ଏହି କିଟକୁ ଲଗାଇବା ପାଇଁ ୧୦୦୦ ରୁ ୧୨୦୦ ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ ହୋଇପାରେ । ଆପଣ କୌଣସି ମେକାନିକ୍ କିମ୍ବା ନିଜେ ମଧ୍ୟ ଏହି କିଟ୍ କୁ ବାଇକରେ ଲଗାଇପାରିବେ ।