କାର୍ ଚଲାଇବା ସମୟରେ ହଠାତ୍ ଦୂର୍ଘଟଣାର ସମ୍ମୁଖୀନ ହେଲେ କିଭଳି ବଞ୍ଚାଇବେ ନିଜର ତଥା ପରିବାରର ଜୀବନ ! ଜାଣିରଖନ୍ତୁ କିଛି ଟିପ୍ସ ।

211

କାର୍ ଚଲାଇବାକୁ ବହୁତ ଲୋକ ଭଲ ପାଆନ୍ତି କିନ୍ତୁ ଯଦି ଆପଣ କାର୍ ଚଲାଉଛନ୍ତି ଏବଂ ଏହାର ଫିଚର୍ ସମ୍ବନ୍ଧରେ ସେତେଟା ଜାଣିନାହାନ୍ତି ତେବେ ଆପଣଙ୍କ ପାଇଁ ଏହା ଖୁବ୍ କ୍ଷତିକାରକ ହୋଇପାରେ । ରାସ୍ତାରେ କାର୍ ଚଲାଉଥିବା ସମୟରେ ଯଦି ଦୁର୍ଭାବ୍ୟବଶତଃ କୌଣସି ଦୂର୍ଘଟଣା ଘଟିଯାଏ,ତେବେ କାର୍ ଭିତରେ ଏଭଳି ଅନେକ ଫିଚର ରହିଛି ଯାହା ଆପଣଙ୍କୁ ଦୂର୍ଘଟଣା ହେବାରୁ ବଞ୍ଚାଇପାରିବ । ତେବେ ଆସନ୍ତୁ ଜାଣିବା କେଉଁ ଫିଚର୍ କିଭଳି କାମ କରେ ।

ଆଣ୍ଟି ଲକ୍ ବ୍ରେକିଙ୍ଗ୍ ସିଷ୍ଟମ :

ଏବିଏସ୍ ଏଭଳି ଏକ ଟେକନିକ୍ ଯାହା ନିକଟରେ କାର୍ ଏବଂ ବାଇକ ପାଇଁ ଜରୁରୀ କରିଦିଆଯାଇଛି । ଏହି ଟେକନିକ୍ ଲାଗିବାର ସୁବିଧା ହେଉଛି ଜୋର୍ରେ ବ୍ରେକ୍ ମାରିବା ସମୟରେ ଏହା କାରର ଚକାକୁ ଲକ୍ ହେବାକୁ ଦେଇନଥାଏ । ଆପଣ ଦେଖିଥିବେ ଜୋରରେ ବ୍ରେକ୍ ମାରିବା ପରେ କାର୍ ନିଜର ସନ୍ତୁଳନ ହରାଇ ଦେଇଥାଏ । ଏହା କାରକୁ ନିୟନ୍ତ୍ରଣ ରଖି ଦୂର୍ଘଟଣା ହେବାରୁ ବଞ୍ଚାଇଥାଏ ।

ଏୟାରବ୍ୟାଗ୍ :

ଯେତେବେଳେ ବି କାର୍ ଦୂର୍ଘଟଣା ହୋଇଥାଏ ଏହି ଏୟାରବ୍ୟାଗ୍ କାମ କରିଥାଏ । କାର୍ କେଉଁ ଭାରୀ ସ୍ଥାନ କିମ୍ବା ଅନ୍ୟ କୌଣସି ଗାଡିକୁ ଧକ୍କା ଦେଲେ ଏହି ଏୟାରବ୍ୟାଗ୍ ସଙ୍ଗେ ସଙ୍ଗେ ଖୋଲିଯାଏ । ଏହି ପ୍ରକ୍ରିୟାରେ କାରର ଏଳ୍ସିଲେରୋମିଟର ସର୍କିଟ୍ ତୁରନ୍ତ ଆକ୍ଟିଭ୍ ହୋଇ ଇଲେକ୍ଟ୍ରୋକାଲ୍ କରେଣ୍ଟ୍ ବାହାରିଥାଏ । ଏହାପରେ ସେନ୍ସରରୁ ଏୟାରବ୍ୟାଗକୁ ସିଗନାଲ୍ ମିଳିଯାଏ ଏବଂ ଏୟାରବ୍ୟାଗ୍ ୧/୨୦ ସେକେଣ୍ଡ ସ୍ପିଡ୍ ଭିତରେ ହିଁ ଫୁଲିବାକୁ ଲାଗିଥାଏ । ଯେଉଁଥିରେ କାରରେ ବସିଥିବା ଲୋକ ସୁରକ୍ଷିତ ବାହାରକୁ ବାହାରି ଆସିଥାନ୍ତି ।

ରିୟର ପାର୍କିଙ୍ଗ୍ ସେନ୍ସର :

ରିୟର ପାର୍କିଙ୍ଗ୍ ସେନ୍ସର କାରକୁ ବ୍ୟାକ୍ କରିବା ସମୟରେ କାମରେ ଆସିଥାଏ । କାରକୁ ବ୍ୟାକ୍ କରୁଥିବା ସମୟରେ ଯଦି ଏହା କୌଣସି ବସ୍ତୁ କିମ୍ବା ଅନ୍ୟ କୌଣସି ଗାଡିର ନିକଟକୁ ଆସିଯାଏ ତେବେ ରିୟର ପାର୍କିଙ୍ଗ୍ ସେନ୍ସର ବାଜିଉଠେ । ଏହି ଉପାୟରେ କାର୍ ଚାଳକ ସାବଧାନ ହୋଇଯାଏ ଏବଂ କାର କ୍ଷତିଗ୍ରସ୍ତ ହେବାରୁ ବର୍ତ୍ତି ଯାଏ ।

ସେଣ୍ଟ୍ରାଲ୍ ଲକ୍ ସିଷ୍ଟମ :

ସେଣ୍ଟ୍ରାଲ୍ ଲକ୍ ସିଷ୍ଟମର ସାହାଯ୍ୟରେ ଆପଣ ଯେକୌଣସି ସ୍ଥାନରେ ନିଜ କାରକୁ ଲକ୍ କରିପାରିବେ । ତାହା ବି ଗୋଟିଏ ବଟନ୍ ଦବାଇ । ଏହି ପ୍ରକ୍ରିୟାରେ କାର୍ ବନ୍ଦ କରିବା ସମୟରେ ଏବଂ ଖୋଲିବା ସମୟରେ ଗୋଟିଏ ଶବ୍ଦ ହୋଇ୍ଥାଏ । ଯାହା କାର୍ ଲକ୍ ହୋଇଛି କି ନାହିଁ ସେ ବିଷୟରେ ଦର୍ଶାଇଥାଏ ।