ଏହି ଡକ୍ୟୁମେଣ୍ଟ୍ ଦେଇ କୃଷି ପାଇଁ କେବଳ ୪ ପ୍ରତିଶତ ସୁଧରେ ତିନି ଲକ୍ଷ ଟଙ୍କାର ଲୋନ୍ ନିଅନ୍ତୁ ! ଜାଣନ୍ତୁ କିଭଳି କରିବେ କିଷାନ୍ କ୍ରେଡିଟ୍ କାର୍ଡ

1,805

ମୋଦି ସରକାର କୃଷକଙ୍କ ପାଇଁ ପିଏମ୍ କିଷାନ୍ ସମ୍ମାନ ନିଧି ଅନୁସାରେ ୧୨ କୋଟି କୃଷକଙ୍କୁ ବାର୍ଷିକ ୬୦୦୦ ଟଙ୍କାର ସହାୟତା ଦେବା ପାଇଁ ଯାଉଛନ୍ତି । ଏହାସହ କିଷାନ୍ କ୍ରେଡିଟ୍ କାର୍ଡ (କେସିସି) ଜରିଆରେ ଲୋନ୍ ନେବା ବି ସହଜ ହୋଇଯାଇଛି । ଯଦି ଆପଣ ସମୟ ପୂର୍ବରୁ ଟଙ୍କା ଜମା କରିପାରୁଛନ୍ତିି ତେବେ ଏଥି ଜରିଆରେ ଲୋନ୍ ନେଇ ଆପଣ କୃଷିରୁ ଭଲ ରୋଜଗାର କରିପାରିବେ । ଖାସ୍ କଥା ହେଉଛି କି ଏଥିରେ ୩ ଲକ୍ଷ ଟଙ୍କାର ଋଣ କେବଳ ୭ ପ୍ରତିଶତ ସୁଧରେ ମିଳିଥାଏ । ସମୟ ହେବା ପରେ ଟଙ୍କା ଫେରସ୍ତ ଦେଲେ ୩ ପ୍ରତିଶତ ଟଙ୍କା ସୁଧ ମିଳିବ । ଠିକ୍ ସେହିଭଳି କୃଷକଙ୍କୁ ୪ ପ୍ରତିଶତ ସୁଧର ଟଙ୍କା ମିଳିବ ।

ଲୋକସଭା ରିପୋର୍ଟ ଅନୁସାରେ , ଦେଶର ପ୍ରତ୍ୟେକଟି କୃଷକ ଉପରେ ୪୭,୦୦୦ ଟଙ୍କାର କରଜ ରହିଛି । ସାହୁକାରଙ୍କ ଠାରୁ ଏଭଳି ଭାବରେ କରଜ ନିଆଯାଇଛି ଯେଉଁଠି ପ୍ରତ୍ୟେକ କିଶାନ୍ ୧୨,୧୩୦ ଟଙ୍କା ହାରାହାରି ଆସିଥାଏ । ସାହୁକରଙ୍କ ଠାରୁ ଆଣିଥିବା ଟଙ୍କାକୁ ସୁଝି ନ ପାରି ଏହି କୃଷକଙ୍କୁ ବାଧ୍ୟ ହୋଇ ଆତ୍ମହତ୍ୟା କରିବାକୁ ପଡିଥାଏ । ଏଭଳ ସ୍ଥିତିରେ କେସିସି ଜୀବନକୁ ସହଜ କରିଥାଏ । କରଜ ନେବାକୁ ସହଜ କରିବା ପାଇଁ ସରକାର ବାର୍ଷିକ ୧୯୯୮ ରେ କିସାନ୍ କ୍ରେଡିଟ୍ କାର୍ଡ ସ୍କିମ୍ ଆରମ୍ଭ କରିଥିଲେ । ତେବେ ୭ କୋଟି କୃଷକଙ୍କ ପାଖରେ କିଶାନ୍ କ୍ରେଡିଟ୍ କାର୍ଡ ରହିଛି । କିନ୍ତୁ ୧୪ କୋଟି କୃଷକ ପରିବାର ଦେଶରେ ରହିଛନ୍ତି । ତେଣୁ ବ୍ୟାଙ୍କକୁ କୁହାଯାଇଛି ଯେ କେବଳ ୩ ଟି ଡକ୍ୟୁମେଣ୍ଟ୍ ଆଧାରରେ ଲୋନ୍ ଜାରି କରାଯାଉ ।

ଏହି ଆଧାରରେ ପ୍ରଥମେ ଆବେଦକ ଜଣେ କୃଷକ କି ନାହିଁ ତାହା ଜାଣିବା ନିହାତି ଆବଶ୍ୟକ । ଏହାକୁ ଚିହ୍ନିବା ପାଇଁ ଆଧାର,ପାନ୍ ,ଫଟୋ ନେଇ ଏହାର ଏଫିଡେବିଟ୍ ନିଆଯାଇ ଯେକୌଣସି ବ୍ୟାଙ୍କରେ ଦେଖାଯାଉ କି କୌଣସି ବ୍ୟାଙ୍କରେ ଉକ୍ତ ବ୍ୟକ୍ତିଙ୍କର କୌଣସି କରଜ ତ ନାହିଁ ।

କିଏ ନେଇ ପାରିବେ କିଷାନ୍ କ୍ରେଡିଟ୍ କାର୍ଡ ?

ଏବେ କେସିସି କେବଳ କୃଷି ପର୍ଯ୍ୟନ୍ତ ସିମୀତ ହୋଇ ରହିନାହିଁ । ପଶୁପାଳନ ତଥା ମତ୍ସ୍ୟପାଳନ ମଧ୍ୟ ଏଥିରେ ୨ ଲକ୍ଷ ପର୍ଯ୍ୟନ୍ତ ସୁଧ ମିଳିପାରିବ । କୃଷି,ମତ୍ସ୍ୟପାଳନ ଏବଂ ପଶୁପାଳନ ସହ ଜଡିତ ବ୍ୟକ୍ତିି ,ଅନ୍ୟ ଜମିରେ କୃଷି କରୁଥିଲେ ମଧ୍ୟ ଏହାର ଲାଭ ଉଠାଇପାରିବେ । ୧୮ ବର୍ଷରୁ ଅଧିକ ଏବଂ ୭୫ ବର୍ଷରୁ କମ୍ ବ୍ୟକ୍ତିଙ୍କ ବୟସ ହେବା ଆବଶ୍ୟକ । ଆବେଦକଙ୍କ ବୟସ ୬୦ ବର୍ଷ ହୋଇଥିଲେ ଏକ କୋ-ଆପ୍ଲିକେଣ୍ଟ ମଧ୍ୟ ଲାଗିବ ।