ତୁଣ୍ଡ ଘା’ ସମସ୍ୟାରେ ଚିନ୍ତିତ ଅଛନ୍ତି କି ? ଚିନ୍ତା କରନ୍ତୁ ନାହିଁ ଜାଣିରଖନ୍ତୁ କିଛି ଟିପ୍ସ୍ ଉପସମ ମିଳିବ । 

136

ଅନେକ ସମୟରେ ପାଟିରେ ଘା’ ହୋଇଥାଏ । ଯେଉଁଥିପାଇଁ  ଖାଇବା ପିଇବାରେ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡିଥାଏ । ଏହି ତୁଣ୍ଡ ଘା’ର ଉପଚାର ପାଇଁ କିଛି ସହଜ ଉପାୟ ରହିଛି । ଯାହା ଆପଣ ନିଜେ ବ୍ୟବହାର କରି ଏହି ଘା’କୁ ଠିକ କରିପାରିବେ । ଭୋଜନ ସମୟରେ ଖାଇବା ଗରମ ଖାଦ୍ୟକୁ ଠିକ ଭାବେ ନ ଖାଇଲେ ପାଟି ଘା’ ଦେଖାଦେବା ସମ୍ଭାବନା ଅଧିକ ଥାଏ । ଏହି ଘା ୫-୭ ଦିନ ମଧ୍ୟରେ ଠିକ ବି ହୋଇଯାଏ । ଯଦି ଏହା ବେଶି ଦିନ ପର୍ୟ୍ୟନ୍ତ ରହିଲା, ତେବେ ଖାଇବା ସମୟରେ ବହୁତ କଷ୍ଟ ଅନୁଭବ ହୋଇଥାଏ । ତେବେ ଆସନ୍ତୁ ଜାଣିବା ପାଟି ଘା’କୁ ଠିକ କରିବା ପାଇଁ କେତେକ ଉପାୟ ।

– ତୁଣ୍ଡ ଘା ଠାରୁ ଦୂରରେ ରହିବାକୁ ହେଲେ ରସୁଣ ଖାଇବା ଭଲ ।

– ଯଦି ତୁଣ୍ଡ ଘା ପାଟିର ଚାରିପଟେ ହୋଇଯାଏ, ତେବେ ପାଟିରୁ ରକ୍ତ ବି ବାହାରି ଥାଏ । ସେଥିପାଇଁ ଡାକ୍ତରଙ୍କ ପରାମର୍ଶ ନେଇ ଔଷଧ ଖାଇବା ଭଲ ।

– ଏହି ଘାକୁ ଭଲ କରିବାକୁ ହେଲେ ଏହାର ଅନ୍ୟ ଏକ ଉପାୟ ରହିଛି । ତେବେ ପ୍ରଥମେ ଆପଣ ୫୦ଗ୍ରାମ ଦେଶୀ ଘିଅ ଗରମ କରନ୍ତୁ । ସେଥିରେ ୬ ଗ୍ରାମ କପୁର ମିଶାନ୍ତୁ।ଏହା ମିଶ୍ରଣ ହେବା ପରେ ପାଟିରେ ହୋଇଥିବା ତୁଣ୍ଡ ଘା ଉପରେ ଲାଗାଇ ଦିଅନ୍ତୁ । ଦେଖିବେ ଆପଣଙ୍କ ପାଟି ଘା ବହୁତ ଶିଘ୍ର ଠିକ୍ ହୋଇଯିବ ।

– ରାତିରେ ଶୋଇଲା ସମୟରେ ପାଟି ଭିତରେ ଅସଲି ଘିଅ ଲଗାଇ ଶୁଅନ୍ତୁ । ଏଭଳି କରିବା ଦ୍ୱାରା ପାଟି ଘା ଠିକ ହୋଇଥାଏ ।