ଆପଣଙ୍କ ସ୍ୱାସ୍ଥ୍ୟକୁ ବିଗାଡୁଛି ଅସ୍ୱଚ୍ଛ ଏସିର ପବନ! ଏଭଳି ଉପାୟରେ ୧୦ ମିନିଟରେ କରନ୍ତୁ ସଫା, ନା ରହିବ ଖରାପ ହେବାର ଚିନ୍ତା ନା ଦେବାକୁ ପଡିବ ସର୍ଭିସ୍ ବାଲାକୁ ଟଙ୍କା ।

513

କିଛି ଦିନ ତଳେ ଚେନ୍ନାଇରେ ଏସି ଖରାପ ହେବାକୁ ନେଇ ୩ ଜଣଙ୍କ ଜୀବନ ଚାଲିଯାଇଥିଲେ । ପୋଲିସ୍ ମୁତାବକ ଏୟାର କଣ୍ଡିସନରେ କିଛି ତ୍ରୁଟି ରହିଥିଲା ଯେଉଁଥିପାଇଁ ଏଥିରୁ ଖରାପ ବାଷ୍ପ ବାହାରୁଥିଲା ଏବଂ ଏଥିଯୋଗୁଁ ପରିବାରରେ ୩ ଜଣଙ୍କ ଜୀବନ ଚାଲିଗଲା । ଏଭଳି ସ୍ଥିତିରେ ସମସ୍ତଙ୍କୁ ଏସିର ସଫେଇ କରିବା ନିହାତି ଆବଶ୍ୟକ । ଏସିରୁ ଖରାପ ବାଷ୍ପ ବାହାରିବା ତଥା ଡିଫେକ୍ଟ ଦେଖାଯିବା ମେଣ୍ଟେନାନ୍ସର ଏକ ବଡ କାରଣ ହୋଇପାରେ ।

 

କିନ୍ତୁ ଅନେକ ଲୋକ ଏହି ବିଷୟ ଉପରେ ଧ୍ୟାନ ଦିଅନ୍ତି ନାହିଁ । ଏହି କାରଣରୁ ଅନେକ ସମୟରେ ବଡ ଦୂର୍ଘଟଣା ମଧ୍ୟ ହୋଇଯାଏ । ଏହା ଉପରେ ଏକ୍ସପର୍ଟ କହନ୍ତି ଯେ ଏସିର ଟାଇମ୍ ଅନୁସାରେ ମେଣ୍ଟେନାନ୍ସ ଭରିବା ନିହାତି ଆବଶ୍ୟକ । ଯଦି ଏଥିରେ ଟାଇମ୍ ଲାଗୁଛି ତେବେ ଘରେ ହିଁ ଏହାର ଏୟାର୍ ଫିଲ୍ଟର ଏବଂ ବ୍ୟାକ୍ଟେରିଆ ଫିଲ୍ଟରର ନିଶ୍ଚୟ ସଫା କରନ୍ତୁ । ଏସିର ଏହି ଦୁଇ ପାର୍ଟସ୍ ପ୍ରମୁଖ ଭୂମିକା ଗ୍ରହଣ କରନ୍ତି ଏବଂ ଏଥିରେ ଧିରେ ଧିରେ ଧୂଳି ଜମିବାକୁ ଲାଗିଥାଏ । ଯାହାର ପରିଣାମରେ ଏୟାର ଫ୍ଲୋ ହେବା ବନ୍ଦ ହେବା ବନ୍ଦ ହୋଇଯାଏ ।

 

ମାତ୍ର ୧୦ ମିନିଟରେ କରନ୍ତୁ ସଫେଇ : ୱିଣ୍ଡୋ ଏବଂ ସ୍ପିଲ୍ଟ ଏସିରେ ଏୟାର୍ ଏବଂ ବ୍ୟାକ୍ଟେରିଆ ଫିଲ୍ଟର ଥାଏ । ଯାହାର ସଫେଇ ଆରାମରେ କରିହେବ । ସ୍ପିଲ୍ଟ ଏସିରେ ଉପରେ ଯେଉଁଭଳି କଭର୍ ଥାଏ ଯେଉଁଥିରେ ଲକ୍ ସିଷ୍ଟମ ଥାଏ । ଏହାକୁ ଖୋଲି ଏୟାର୍ ଫିଲ୍ଟରକୁ ବାହାର କରନ୍ତୁ । ଠିକ୍ ସେହିଭଳି ୱିଣ୍ଡୋ ଏସିରେ ମଧ୍ୟ ସାମ୍ନାରେ ଥିବା ଗ୍ରୀଲ୍ କୁ ହଟାଇ ଭିତରୁ ଏୟାର୍ ଫିଲ୍ଟରକୁ ବାହାର କରାଯାଏ । ଏୟାର୍ ଫିଲ୍ଟର ପଛପଟେ ବ୍ୟାକ୍ଟେରିଆ ଫିଲ୍ଟର ଥାଏ । ଏହା ମଧ୍ୟ ସହଜରେ ରିମୁଭ୍ ହୋଇଯାଏ । ଏହି ଦୁଇଟି ଫିଲ୍ଟରରେ ବ୍ରଶ୍ ସାହାଯ୍ୟରେ ଧୂଳିକୁ ହଟାନ୍ତୁ ।

ଏହାପରେ ଏହାକୁ ପାଣିରେ ଭଲଭାବରେ ଧୋଇନିଅନ୍ତୁ । ଧୋଇବା ପରେ ଧୂଳି ସମ୍ପୁର୍ଣ୍ଣ ଅଲଗା ହୋଇ କଚ୍ଚାରୁ ସଫା ହୋଇଯାଏ । କେବଳ ୧୦ ମିନିଟ୍ ଦେଇ ଆପଣ ଏହାକୁ ସଫା କରିପାରିବେ । ଫିଲ୍ଟର ଠିକ୍ ହେବା ପରେ ଏସିରେ ଦେଖାଯାଉଥିବା ଅନ୍ୟ ଅସୁବିଧା ମଧ୍ୟ କମିଯିବ । ଯଦି ଏୟାର୍ ଫ୍ଲୋ ଠିକ୍ ଅଛି ତେବେ ଏସିର ଅନ୍ୟ ପାର୍ଟସ୍ ହିଟ୍  ହେବ ନାହିଁ ଏବଂ କୁଲିଙ୍ଗ୍ ଭଲ ଦେବ ।