ଚର୍ଚ୍ଚାର ପରିସରକୁ ଆସିଲେ ଅଭିନେତ୍ରୀ ହେମାମାଳିନୀ ! କହିଲେ “ମୁଁ ଚାହିଁଲେ ଗୋଟିଏ ମିନିଟରେ ହେବି ମୁଖ୍ୟମନ୍ତ୍ରୀ” ।

67

ଅଭିନେତ୍ରୀରୁ ରାଜନେତା ପାଲଟିଥିବା ବରିଷ୍ଠ ଅଭିନେତ୍ରୀ ହେମାମାଳିନୀ ଏକ ରୋଚକ କଥା କହି ଚର୍ଚ୍ଚାର ପରିସରକୁ ଚାଲି ଆସିଛନ୍ତି । ଭାଜପା ସାଂସଦ ହେମାମାଳିନୀ କହିଛନ୍ତି ଯଦି ସେ ଚାହିଁବେ ଯଦି କୌଣସି ବି ସମୟରେ ମୁଖ୍ୟମନ୍ତ୍ରୀ ହୋଇପାରିବେ । କିନ୍ତୁ ଅନ୍ୟାନ୍ୟ କାର୍ଯ୍ୟ ରହିଥିବାରୁ ସେ ଏଥିପ୍ରତି ଗୁରୁତ୍ୱ ଦେଉନାହାଁନ୍ତି ।

ସୁଯୋଗ ଦିଆଗଲେ ମୁଖ୍ୟମନ୍ତ୍ରୀ ହେବେ କି ବୋଲି ଏକ ପ୍ରଶ୍ନ ପଚରାଯିବାରୁ ସେ ଉତ୍ତରରେ କହିଛନ୍ତି ତାଙ୍କର ବଲିଉଡ୍ କ୍ୟାରିୟରକୁ ଦେଖି ସାଂସଦ ପଦ ମିଳିଥିଲା । ଇଛା କଲେ ଗୋଟିଏ ମିନିଟରେ ସେ ମୁଖ୍ୟମନ୍ତ୍ରୀ ହୋଇଯିବେ ସିନା ସ୍ୱାଧୀନତା ହରାଇ ବସିବେ । ତେଣୁ ସେ ଶିକୁଳିରେ ବାନ୍ଧି ହେବାକୁ ଚାହାଁନ୍ତି ନାହିଁ । ତେବେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ପଦକୁ ନେଇ ସେ ଏଭଳି ମନ୍ତବ୍ୟ ଦେଇଛନ୍ତି ବୋଲି ଏବେ ଶୁଣିବାକୁ ମିଳୁଛି ।