ଶ୍ରୀମନ୍ଦିର ଓ କୋଣାର୍କ ମନ୍ଦିର ଉପରେ ଉଡିଥିଲା ବୈଜୟନ୍ତଙ୍କ ହେଲିକପ୍ଟର । ଟ୍ୱିଟ୍ କରି ଫଟୋ ଓ ଭିଡିଓ ଶେୟାର କଲେ ଚପରରେ ବସିଥିବା ଅଭିଜିତ ଆୟାର ମିତ୍ର
କନକ ବ୍ୟୁରୋ: ପୁରୀ ଶ୍ରୀମନ୍ଦିର ଉପରେ ଉଡିଲା ହେଲିକପ୍ଟର । ଚିଲିକା ପରେ ପୁଣି ଏକ ନୂଆ ମାମଲା ସାମ୍ନାକୁ ଆସିଛି । ଏ ନେଇ ଆଉ ଏକ ମାମଲା ରୁଜୁ କରିପାରେ ପୁରୀ ପୋଲିସ । ୧୫ ତାରିଖରେ ଓଡିଶା ବୁଲିବାବେଳେ ଚପରରେ ବସିଥିବା ଅଭିଜିତ ଆୟାର ମିତ୍ର ନିଜେ ଟ୍ୱିଟ କରି ଏହି ସବୁ ଫଟୋ ଓ ଭିଡିଓ ସେୟାର କରିଛନ୍ତି । ଟ୍ୱିଟରେ ଚପର ଉପରେ ବସି ଅଭିଜିତ ଆୟାର ମିତ୍ର ପୁରୀ ମନ୍ଦିର ଉପରେ ବୁଲିଥିବାବେଳେ ଟ୍ୱିଟରେ ଏହି ସବୁ ସେୟାର କରିଛନ୍ତି । ଏଥିରେ ସେ ଲେଖିଛନ୍ତି, ଶ୍ରୀମନ୍ଦିର ଉପରୁ ମୋର ସ୍ତ୍ରତନ୍ତ୍ର ମେସେଜ- ମନ୍ଦିର ସତରେ କେତେ ବଡ ଓ ଏହା ମନ୍ଦିର ଚାରିପଟେ କିଭଳି ସହର ରହିଛି ସେ ଉପରେ ଟ୍ୱିଟ କରିଛନ୍ତି ।
Kanak News is now on WhatsApp
Join and get latest news updates delivered to you via WhatsApp
Odisha 5: my special message to you from above Puri Jaganath Temple pic.twitter.com/UtGqfSq3KW
— Abhijit Iyer-Mitra (@Iyervval) September 15, 2018
ଶ୍ରୀମନ୍ଦିର ଉପରୁ ଉଡାଣ ନେଇ ସେ ନିଜେ ସୂଚନା ଦେଇଛନ୍ତି । ସେହିଭଳି କୋଣାର୍କ ମନ୍ଦିର ଉପରେ ବି ଉଡିଛି ଏହି ଚପର । ଏ ନେଇ ଅଭିଜିତ ଆୟାର ମିତ୍ର ନିଜେ ଟ୍ୱିଟରର ଭିଡିଓ ଓ ଫଟୋ ସେୟାର କରିଛନ୍ତି । ଏହି ସମୟରେ ହେଲକିପଟରରେ ସେ ବସିଥିବାର ଦୃଶ୍୍ୟ ରହିଛି । ଏଥିରେ ସେ କୋଣାର୍କ ମନ୍ଦିର ଚାରିପଟେ ବୁଲୁଥିବା ଦୃଶ୍ୟ ରହିଛି ।
Odisha 2: circumambulating the Konark Sun Temple pic.twitter.com/OT7ujAg2dm
— Abhijit Iyer-Mitra (@Iyervval) September 15, 2018
ମନ୍ଦିର ଓ ଏହାର କାରୁକାର୍ଯ୍ୟକୁ ସେ ଟ୍ୱିଟ କରି ପ୍ରଂଶସା ମଧ୍ୟ କରିଛନ୍ତି । ତେବେ ଏ ସବୁ ଟ୍ୱିଟ ପରେ ପୁରୀ ପୋଲିସ ତନାଘନା ଆରମ୍ଭ କରିଛି । ଆଜି ଏ ନେଇ ମାମଲା ମଧ୍ୟ ରୁଜୁ ହୋଇପାରେ । ତେଣୁ ବୈଜୟନ୍ତ ପଣ୍ଡାଙ୍କ ଅଡୁଆ ବଢିବାର ସମ୍ଭାବନା ରହିଛି ।
ଉଲ୍ଲେଖ ଥାଉ କି, ଚିଲିକାରେ ହେଲିକପ୍ଟର ଉଡାଇବା ଅଭିଯୋଗରେ ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ନାଁରେ ମାମଲା ରୁଜୁ କରିଛି ପୁରୀ ପୋଲିସ । ଏହା ସହ ବୈଜୟନ୍ତ ପଣ୍ଡାଙ୍କ ହେଲିକପ୍ଟରକୁ ସିଜ୍ କରିଛି ପୋଲିସ୍ । ଚିଲିକାର ନୋ ଫ୍ଲାଇଙ୍ଗ୍ ଜୋନରେ ହେଲିକପ୍ଟର ଉଡାଇବା ଅଭିଯୋଗରେ ଏହାକୁ ସିଜ୍ କରିଛି ପୋଲିସ୍ । ଆଜି ଏ ସମ୍ପର୍କରେ ପଚରାଉଚରା ପାଇଁ ଇମ୍ଫା କର୍ତୃପକ୍ଷଙ୍କୁ ବି ପୁରୀ ପୋଲିସ ଡାକିଛି । ଅଭିଯୋଗ ଅନୁସାରେ, ବୈଜୟନ୍ତ ପଣ୍ଡା ଅଭିଜିତ ଆୟାର ମିତ୍ର ଓ ଟିକୁ ସିଂଙ୍କୁ ଚିଲିକା ବୁଲାଇବାକୁ ନେଇଥିଲେ । ତେଣୁ ଏହି ଦୁଇଜଣଙ୍କୁ ବି ପୋଲିସ ପଚରାଉଚରା କରିବ । ବୈଜୟନ୍ତ ପଣ୍ଡା ଚିଲିକା ପାଣି ଉପରକୁ ବିମାନ ଖସାଇଥିଲେ । ଯଦିଓପି ଗରଦପୁର, କୋଣାର୍କ ଓ ପୁରୀ ଆକାଶରେ ବିମାନ ଉଡାଇବାକୁ ସେ ଅନୁମତି ପାଇଥିଲେ, କିନ୍ତୁ ବେଆଇନ ଭାବେ ଚିଲିକା ଆକାଶକୁ ଯାଇଥିଲେ ।
ସେ କହିଛନ୍ତି ଡିଜିସିଏ ରିପୋର୍ଟ ଆଧାରରେ ତଦନ୍ତ ଆଗକୁ ବଢ଼ିଥିଲା । ହେଲିକପ୍ଟରରେ ବୈଜୟନ୍ତଙ୍କ ସମେତ ୨ଜଣ ଥିଲେ । ସମସ୍ତଙ୍କ ବୟାନ ରେକର୍ଡ କରାଯିବ । ଏନେଇ ତଦନ୍ତ ଜାରି ରହିଛି । ଇମ୍ଫାର ହ୍ୟାଙ୍ଗର ବା ପାର୍କିଂ ଅଂଚଳକୁ ସିଲ୍ କରିଛି ପୋଲିସ୍ । ଏହା ଧାର୍ଯ୍ୟ ଉଚ୍ଚତାରୁ ତଳେ ଉଡିଥିଲା କି ନାହିଁ, ତାହାର ତଥ୍ୟ ବ୍ଲାକବକ୍ସ ମିଳିଥିବା ତଥ୍ୟରୁ ସ୍ପଷ୍ଟ ହୋଇଯିବ ବୋଲି କୁହାଯାଇଛି । ଏନେଇ ପୁରୀ ମେରାଇନ ଥାନାରେ ଅଭିଯୋଗ କରିଥିଲେ ଚିଲିକା ଉନ୍ନୟନ କର୍ତୁପକ୍ଷ ଏସିଏଫ୍ ବିନୋଦ ଆଚାର୍ଯ୍ୟ । ଏପରିକି ନିକଟସ୍ଥ ଅଂଚଳରେ ଲ୍ୟାଣ୍ଡ କରିବାକୁ ହେଲିକପଟରର ପାଇଲଟ ଚେଷ୍ଟାକରିଥିଲେ ବୋଲି କୁହାଯାଇଥିଲା । ନୋ ଫ୍ଲାଇଙ୍ଗ ଓ ଇକୋ ସେନସିଟିଭ ଜୋନରେ ହେଲିକପ୍ଟର ଉଡିବା ପରେ ଆପତି ଉଠାଇଛି ସିଡିଏ । ଏହା ଲୋକଙ୍କ ଜୀବନ ଖାସ୍ କରି ପର୍ଯ୍ୟଟକ ଓ ଡଲଫିନ୍ଙ୍କ ପାଇଁ ବିପଦ ନେଇ ଆସିଥିଲା ବୋଲି କୁହାଯାଉଛି ।