ଗୋଟିଏ ଥର ସିଗାରେଟ୍ ଟାଣିଲେ ତିନି ଦିନ ପର୍ଯ୍ୟନ୍ତ ରହେ ନିକୋଟିନ୍ ର ପ୍ରଭାବ ! କିଭଳି ଏହି କ୍ଷତିକାରକ ପ୍ରଭାବରୁ କିଡନୀକୁ ସୁରକ୍ଷିତ ରଖିବେ ଜାଣନ୍ତୁ ।

846

ସବୁ ଜାଣିଛନ୍ତି ଯେ ସିଗାରେଟ୍ ଟାଣିବା ଦ୍ୱାରା ଶରୀରରେ କ୍ୟାନ୍ସର ଭଳି ରୋଗ ସୃଷ୍ଟି ହୁଏ । କିନ୍ତୁ ଜାଣିଶୁୁଣି ଲୋକ ଏହି ନିଶାରୁ ନିଜକୁ ରୋକିପାରନ୍ତି ନାହିଁ । ସିଗାରେଟ୍ ଟାଣିବାର ଅଭ୍ୟାସ ଲୋକଙ୍କୁ କେତେବେଳେ ଯେ ଏଥିପ୍ରତି ଅଧିକ ଆସକ୍ତ କରିଦିଏ ଜଣେ ଚାହିଁ ବି ଏଥିରୁ ମୁକୁଳି ପାରେ ନାହିଁ । ଆଉ ଯଦି ବି ସିଗାରେଟ୍ ଛାଡୁଛନ୍ତି ତେବେ କେତେ ସମୟ ପର୍ଯ୍ୟନ୍ତ ନିକୋଟିନ୍ ର ପ୍ରଭାବ ଶରୀରରେ ଦେଖାଦେଇଥାଏ । ନିକୋଟିନ୍ ବ୍ଲଡପ୍ରେସରକୁ ବଢାଇବା ସହ ଏବଂ କିଡନୀକୁ ଅଧିକ ମାତ୍ରାରେ ହାନି ପହଞ୍ଚାଇଥାନ୍ତି । ତେବେ ଉନ୍ନତ ଖାଦ୍ୟପେୟ ଏବଂ ଜୀବନଶୈଳୀ ଆପଣଙ୍କୁ ଏଭଳି ଅଭ୍ୟାସରୁ ଦୂରେଇ ପାରିବ ଏବଂ ଆପଣଙ୍କ ଶରୀରରୁ ନିକୋଟିନ୍ କୁ ହ୍ରାସ କରିପାରିବ । ତେବେ ଆସନ୍ତୁ ଆଜି ଆମେ ଆପଣଙ୍କୁ ଏଭଳି ୫ ଟି ବିଷୟରେ କହିବୁ ଯାହାକୁ ସପ୍ତାହରେ ମାତ୍ର ଦୁଇ ରୁ ତିନି ଥର ବ୍ୟବହାର କରି ଏଥିରୁ ଆପଣ ମୁକ୍ତି ପାଇପାରିବେ ।

 

ବ୍ରୋକୋଲୀ : ଏଥିରେ ଅଧିକ ମାତ୍ରାରେ ଭିଟାମିନ୍ ସି ଏବଂ ବି୫ ଥାଏ । ସ୍ମୋକିଙ୍ଗ୍ କାରଣରୁ ଶରୀରରେ ଭିଟାମିନ୍ ସି ର ଅଭାବ ଦେଖାଯାଇଥାଏ । ଶରୀରରୁ ନିକୋଟିନ୍ କୁ ବାହାର କରିବାକୁ ହେଲେ ଆପଣଙ୍କୁ ଅଧିକରୁ ଅଧିକ ବ୍ରୋକୋଲୀ ଖାଇବା ଉଚିତ୍ ।

କମଳା : କମଳାରେ ଅଧିକ ମାତ୍ରାରେ ଭିଟାମିନ୍ ସି ଥାଏ । ତେଣୁ ନିୟମିତ କମଳା ଖାଇଲେ ପାଚନ କ୍ରିୟାରେ ସୁଫଳ ମିଳେ ।

ପାଳଙ୍ଗ : ପାଳଙ୍ଗରେ ଏକ ସ୍ୱାସ୍ଥ୍ୟବର୍ଦ୍ଧକ ଶାଗ । ଏଥିରେ ଭରପୁର ମାତ୍ରାରେ ଭିଟାମିନ୍ ଥାଏ । ଏଥିରେ ଫୋଲିକ୍ ଏସିଡ୍ ର ମାତ୍ରା ଅଧିକ ଥିବାରୁ ଏହା ଶରୀରରୁ ନିକୋଟିନ୍ କୁ ବାହାର କରିଥାଏ ।

କିୱି : କିୱିରେ ଭରପୂର ମାତ୍ରାରେ ଭିଟାମିନ୍ ଏ,ସି ଏବଂ ଇ ର ମାତ୍ରା ଥାଏ । ଧୂମପାନ କଲାବେଳେ ଶରୀରରେ ଏହାର ମାତ୍ରା କମ୍ ଥାଏ । ଏହି ଚମତ୍କାରୀ ଫଳ ନିକୋଟିନ୍ ହ୍ରାସ କରିଥାଏ ।

ଗାଜର ରସ : ଆପଣ ଯେତେଥର ସିଗାରେଟ୍ ପିଉଛନ୍ତି ଏହାର ନିକୋଟିନ୍ ତିନିଦିନ ପର୍ଯ୍ୟନ୍ତ ଥାଏ । ଯାହା ଆପଣଙ୍କ ତ୍ୱଚା ପାଇଁ ମଧ୍ୟ ଅଧିକ କ୍ଷତିକାରକ ସାବ୍ୟସ୍ତ ହୋଇଥାଏ । ଗାଜର ରସରେ ଭିଟାମିନ୍ ଏ,ସି,କେ,ବି ଥାଏ ତେଣୁ ଏହା ଶରୀରରୁ ନିକୋଟିନ୍ ବାହାର କରିବାରେ ମଧ୍ୟ ବହୁତ ଭଲ ହୋଇଥାଏ ।