ବରିଷ୍ଠ- କନିଷ୍ଠ କନ୍ଦଳରେ ୨୦୧୪ ନିର୍ବାଚନ ହାରିଲା କଂଗ୍ରେସ: ଇଂଲଣ୍ଡରେ କହିଲେ ଅଧ୍ୟକ୍ଷ ରାହୁଲ ଗାନ୍ଧି

33

କନକ ବ୍ୟୁରୋ: ୨୦୧୪ ନିର୍ବାଚନ ହାରିବା ପଛରେ କଂଗ୍ରେସ ଦଳର ଆଭ୍ୟନ୍ତରୀଣ କନ୍ଦଳ ଦାୟୀ । ଏହା କହିଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି । ଲଣ୍ଡନ ଗସ୍ତରେ ଥିବା ରାହୁଲ ଛାତ୍ରମାନଙ୍କୁ ଉଦବୋଧନ ଦେଇ ଏହା କହିଛନ୍ତି । ସେହି ସମୟରେ ବରିଷ୍ଠ ଓ କନିଷ୍ଠ ନେତାଙ୍କ ମଧ୍ୟରେ ଥିବା ବିଭେଦ ଦଳକୁ ସଂଗଠିତ କରିବା ବଦଳରେ ଭାଙ୍ଗି ଦେଇଥିଲା । ଫଳରେ ସାରା ଦେଶରେ କଂଗ୍ରେସ ଶୋଚନୀୟ ଭାବେ ପରାସ୍ତ ହୋଇଥିଲା ବୋଲି ରାହୁଲ କହିଛନ୍ତି ।

ସେପଟେ ଗଣମାଧ୍ୟମ ପ୍ରତିନିଧିଙ୍କ ମେଂଟ ଏବଂ ପରବର୍ତୀ ପ୍ରଧାନମନ୍ତ୍ରୀ ପ୍ରସଙ୍ଗରେ ମଧ୍ୟ ଉତର ରଖିଛନ୍ତି ରାହୁଲ । ସେ କହିଛନ୍ତି, ଏକ ବୃହତ୍ ଦୃଷ୍ଟିକୋଣରୁ ଦେଖି ବିଭିନ୍ନ ରାଜ୍ୟରେ ଭିନ୍ନ ଦଳ ସହିତ ମେଂଟ ହେବ । ଏହା ସହ ଏହି ମହାମେଂଟ ସଫଳ ହେଲେ ପ୍ରଧାନମନ୍ତ୍ରୀ କିଏ ହେବ ସେନେଇ ନିଷ୍ପତି ନିଆଯିବ ବୋଲି କହିଛନ୍ତି ରାହୁଲ ।