ବିଭିନ୍ନ ରାଷ୍ଟ୍ରାୟାତ ଉଦ୍ୟୋଗ ଓ ଏନଟିପିସି ପ୍ରକଳ୍ପକୁ ଅନୁମୋଦନରେ ବିଳମ୍ବ ପ୍ରସଙ୍ଗ! ଉଦବେଗ ପ୍ରକାଶ କରି ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଧର୍ମେନ୍ଦ୍ର ।

41

କନକ ବ୍ୟୁରୋ : ବିଭିନ୍ନ କେନ୍ଦ୍ରୀୟ ରାଷ୍ଟ୍ରାୟତ ଉଦ୍ୟୋଗ ସମେତ ଏନଟିପିସି ପ୍ରକଳ୍ପକୁ ଅନୁମୋଦନରେ ରାଜ୍ୟ ସରକାରଙ୍କ ବିଳମ୍ବ ପ୍ରସଙ୍ଗରେ ମ୍ରୁଖ୍ୟମନ୍ତ୍ରୀଙ୍କୁ ପତ୍ର ଲେଖିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏଥିରେ ପ୍ରକଳ୍ପଗୁଡିକ ପାଇଁ ଆବଶ୍ୟକ ଅନୁମିତ ପ୍ରଦାନରେ ବିଳମ୍ବ ନେଇ ଧର୍ମେନ୍ଦ୍ର ଉଦବେଗ ପ୍ରକାଶ କରିଛନ୍ତି । ପ୍ରକଳ୍ପଗୁଡିକ ପାଇଁ ଉଚ୍ଚସ୍ତରୀୟ କମିଟିରେ ଶୀଘ୍ର ଅନୁମୋଦନ ପ୍ରଦାନ କରିବା ସହ ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ପାଇଁ ଅନୁରୋଧ କରିଛନ୍ତି । ଧର୍ମେନ୍ଦ୍ର କହିଛନ୍ତି, ଏନଟିପିସି ପରିବେଶ ସୁରକ୍ଷା ବ୍ୟବସ୍ଥା ଅନୁକୂଳ ପ୍ରକଳ୍ପ ପାଇଁ ନିର୍ଦ୍ଦିଷ୍ଟ ବ୍ୟବସ୍ଥା ଅନୁସାରେ ଅନୁମତି ଚାହିଁଥିଲେ ବି ରାଜ୍ୟ ସରକାର ତରଫରୁ ଏ ଯାଏଁ ଅନୁମତି ପ୍ରଦାନ କରାଯାଇନାହିଁ । ଏଭଳି ବଡ ପୁଞ୍ଜି ନିବେଶ ପ୍ରସ୍ତାବ ଦୀର୍ଘ ୧୫ ମାସ ଧରି ଝୁଲି ରହିବା ରାଜ୍ୟରେ ପୁଞ୍ଜିନିବେଶ ବାତାବରଣକୁ ଖରାପ କରୁଛି । ତେଣୁ ଏ କ୍ଷେତ୍ରରେ ହସ୍ତ କ୍ଷେପ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।