ପ୍ରତିଦିନ ଖାଦ୍ୟରେ ଚିକେନ୍ ଏବଂ ମଟନ୍ ଖାଇବା ଅର୍ଥାତ୍ ରୋଗକୁ ନିମନ୍ତ୍ରଣ କରିବା ! କ’ଣ ଏହାର କ୍ଷତି ଏବଂ ବିକଳ୍ପରେ ଅନ୍ୟ କେଉଁ ଦ୍ରବ୍ୟ ସେବନ କରିବେ ଜାଣନ୍ତୁ ।

2,320

ବର୍ତ୍ତମାନ ସମୟରେ ଲୋକ ଅଧିକ ଆମିଷ ଖାଇବାକୁ ପସନ୍ଦ କରୁଛନ୍ତି । ଚିକେନ୍ ଏବଂ ମଟନ୍ ଖାଇବାରେ ନଥିଲେ ପେଟକୁ ଖାଦ୍ୟ ହିଁ ଯାଉନି । ପୂର୍ବ ସମୟରେ ଏଥିରେ ସନ୍ତୁଳନ ରହୁଥିଲା ସପ୍ତାହରେ ଥରେ କିମ୍ବା ଦୁଇଥର ଲୋକ ଆମିଷ ଭୋଜନ କରୁଥିଲେ କିନ୍ତୁ ଏବେ ପ୍ରତିଦିନର ଭୋଜନରେ ଚିକେନ୍ ଏବଂ ମଟନ୍ ସାମିଲ ହେବା ଯେଭଳି ଅନିବାର୍ଯ୍ୟ । ତେବେ ବଡ ସୁଆଦିଆ ଲାଗୁଥିବା ଏହି ଖାଇବା ଶରୀର ପ୍ରତି ଯେ କେତେ କ୍ଷତିକାରକ ଆପଣ ଜାଣିଛନ୍ତି ।

ଚିକେନ୍ ଏବଂ ମଟନ୍ ଶରୀର ପାଇଁ କ୍ଷତିକାରକ ଯାହାର କାରଣ ରୋଗ ଦାଉରୁ ଛେଳି,କୁକୁଡାଙ୍କୁ ଦିଆଯାଉଥିବା ଆଣ୍ଟିବାୟୋଟିକ୍ । ଯେତେବେଳେ ଛେଳି,କୁକୁଡାଙ୍କୁ ରୋଗ ହୋଇଯାଏ ତାଙ୍କ ଦେହରେ ବ୍ୟାକ୍ଟେରିଆ ଘର କରିଥାନ୍ତି । ଏଥିରୁ ବଞ୍ଚାଇବା ପାଇଁ ତାଙ୍କୁ ଆଣ୍ଟିବାୟୋଟିକ୍ ଦିଆଯାଏ । କିନ୍ତୁ ଏହି ଆଣ୍ଟିବାୟୋଟିକର ବ୍ୟାକ୍ଟେରିଆ ଉପରେ କୌଣସି ପ୍ରଭାବ ପଡିନଥାଏ । ଯେତେବେଳେ ଲୋକ ଏହି ମାଂସକୁ ଖାଇଥାନ୍ତି ତାଙ୍କ ଶରୀରରେ ଏହି ବ୍ୟାକ୍ଟେରିଆ ପ୍ରବେଶ କରେ ଏବଂ ତାଙ୍କ ଉପରେ ଆଣ୍ଟିବାୟୋଟିକ୍ ର ପ୍ରଭାବ ପଡିନଥାଏ ।

ବଜାରରେ ମିଳୁଥିବା ଚିକେନ୍ ଏବଂ ମଟନ୍ କୁ ରୋଗ ଦାଉରୁ ସୁରକ୍ଷିତ ରଖିବା ପାଇଁ ଆଣ୍ଟିବାୟୋଟିକ୍ ର ବ୍ୟବହାର କରାଯାଇଥାଏ । ଏହାର ଅଧିକ ସେବନ ଆପଣଙ୍କ ପାଇଁ ହାନିକାରକ ହୋଇପାରେ । ଏହି ବ୍ୟାକ୍ଟେରିଆ ଆପଣଙ୍କ ଶରୀରରେ ପ୍ରବେଶ କରିଯାଏ । ବଜାରରେ ମିଳୁଥିବା ବଇଲର୍ କୁକୁଡାରେ ଏହି ରୋଗ ଅଧିକ ଦେଖାଯାଏ ତେଣୁ ଯେତେ ସମ୍ଭବ କମ୍ ମାଂସ ଖାଇବାକୁ ଚେଷ୍ଟା କରନ୍ତୁ ନଚେତ୍ ଦେଶୀ କୁକୁଡା ମାଂସ ଖାଆନ୍ତୁ । ଏହାର କାରଣ ଏଥିରେ ବଇଲର୍ ଠାରୁ କମ୍ ମାତ୍ରାରେ ଆଣ୍ଟିବାୟୋଟିକ୍ ତଥା ମେଡିସିନ୍ ର ବ୍ୟବହାର ହୋଇଥାଏ ।

Comments are closed.