ଆସିଲା ସିବିଏସିର ନୂଆ ନିୟମ ! ଏଣିକି ପରୀକ୍ଷା ହଲରେ ଡେରିରେ ପହଞ୍ଚିଲେ ଛାତ୍ରଛାତ୍ରୀମାନଙ୍କୁ ମିଳିବନି ପ୍ରବେଶ ଅନୁମତି

30

କନକ ବ୍ୟୁରୋ : ସେଣ୍ଟ୍ରାାଲ ବୋର୍ଡ ଅଫ ସେକେଣ୍ଡାରୀ ଏଜୁକେସନ(ସିବିଏସି)ଙ୍କ କଠୋର ନିଷ୍ପତ୍ତି । ମିଳିଥିବା ସୂଚନା ଅନୁସାରେ ଏଣିକି ଦଶମ ଓ ଦ୍ୱାଦଶ ଶ୍ରେଣୀରେ ପାଠ ପଢୁଥିବା ଛାତ୍ରଛାତ୍ରୀମାନେ ପରୀକ୍ଷା ଧାର୍ଯ୍ୟ ସମୟଠାରୁ ବିଳମ୍ବରେ ପହଞ୍ଚିଲେ ସେମାନଙ୍କୁ ହଲରେ ପଶିବା ପାଇଁ ଅନୁମତି ଦିଆଯିବ ନାହିଁ । ତେବେ ଆଗାମୀ ୨୦୧୯ରେ ହେବାକୁ ଥିବା ପରୀକ୍ଷାରେ ଏହି ନିୟମ ପାଳନ କରାଯିବ । ଏହାସହ ସିବିଏସି କହିଛି ଯେ, ଡେରିରେ ଆସିଥିବା ପିଲାମାନଙ୍କର କୈାଣସି କଥାକୁ ଶୁଣାଯିବ ନାହିଁ । ଏପରିକି ଟ୍ରାଫିକରେ ଫଶି ଥିବା କଥା ମଧ୍ୟ କର୍ଣ୍ଣପାତ କରାଯିବ ନାହିଁ ବୋଲି ସିବିଏସି କହିଛି । ତେଣୁ ସମସ୍ତ ପରୀକ୍ଷାର୍ଥୀ ସକାଳ ୧୦.୧୫ ପୂର୍ବରୁ ହଲରେ ପହଞ୍ଚିବା ଆବଶ୍ୟକ ।

 

ପରୀକ୍ଷାକୁ ସଠିକ ଭାବରେ ପରିଚାଳନା କରିବା ପାଇଂ ଏପରି ନିଷ୍ପତ୍ତି ଗ୍ରହଣ କରାଯାଇଥିବା କୁହାଯାଇଛି । ତେବେ ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ ମଧ୍ୟ ଏଥିରେ ସମତ୍ତି ପ୍ରଦାନ କରିଛି । ମନ୍ତ୍ରଣାଳୟଙ୍କ କହିବା ଅନୁସାରେ ଚଳିତ ବର୍ଷ ପେପର ଲିକ ହୋଇଥିବାରୁ ଅନେକ ପିଲାମାନେ ହଇରାଣ ହୋଇଥିଲେ । ତେଣୁ ଏପରି ନିଷ୍ପତ୍ତି ନିଆଯାଇଛି । ବର୍ତ୍ତମାନ ସମୟରେ ୯.୩୦ରେ ପରୀକ୍ଷା ହଲ ଖୋଲାଯିବା ସହ ୧୦.୧୫ ମଧ୍ୟରେ ପ୍ରଶ୍ନପତ୍ର ଦିଆଯାଉଛି । ତେଣୁ ପିଲାମାନେ ୧୫ମିନିଟ ପ୍ରଶ୍ନ ପତ୍ର ପଢିବା ପାଇଂ ସମୟ ମିଳୁଥିବା ସହ ୧୧ଟା ପର୍ଯ୍ୟନ୍ତ ପରୀକ୍ଷାର୍ଥୀମାନଙ୍କୁ ହଲରେ ପ୍ରବେଶ କରିବା ପାଇଂ ଅନୁମତି ମିଳୁଥିଲା ।

 

ତେବେ କୈାଣସି ଏମରଜେନ୍ସିରେ ୧୧.୧୫ ମିନିଟ ପର୍ଯ୍ୟନ୍ତ ପିଲାମାନେ ହଲରେ ପ୍ରବେଶ କରୁଥିଲେ । ଦେଶରେ କ୍ୟାଟ, ମ୍ୟାଟ, ଜେଇ ଓ ନିଟ୍ ପରୀକ୍ଷାରେ ଯେପରି ଭାବରେ ଏକ ସମୟରେ ପରୀକ୍ଷା ହଲକୁ ଏଣ୍ଟ୍ରି କରୁଥିଲେ ସେହିପରି ଭାବରେ ସିବିଏସିରେ ମଧ୍ୟ ସମାନ ଢଙ୍ଗରେ ଏକା ସାଙ୍ଗରେ ହଲରେ ପସିବେ ଓ ଏହା ବିଷୟରେ ସମସ୍ତ ଜୋନକୁ ଚିଠି ମଧ୍ୟ ଦିଆଯିବ । ବାରମ୍ବାର ପେପର ଲିକ ହେଉଥିବାରୁ ଏପରି ନିଷ୍ପତ୍ତି ନିାଯାଇଥିବା ଜଣାପଡିଛି ।