ମାତ୍ର ୪୮ ଘଣ୍ଟାରେ ୭୫ ପ୍ରତିଶତ କର୍କଟକୁ ଶରୀରରୁ ବାହାର କରିବାରେ ସକ୍ଷମ ହୁଏ ଏହି ଫଳର ମଞ୍ଜି ! ସପ୍ତାହ ମଧ୍ୟରେ ଏହାକୁ ଖାଇ ଶହ ଶହ ରୋଗୀ ହୋଇଛନ୍ତି ସୁସ୍ଥ ।

18,401

କ୍ୟାନ୍ସର ରୋଗୀଙ୍କ ଉପରେ ୨୫ ବର୍ଷ ଗବେଷଣା କରିବା ପରେ କ୍ୟାଲିଫଣ୍ଣିଆ ବିଶ୍ୱବିଦ୍ୟାଳୟର ମେଡିକାଲ୍ ଫିଜିକ୍ସ ଏବଂ ସାଇକୋଲୋଜିର ବରିଷ୍ଠ ଡାକ୍ତର ଡା.ହାର୍ଡିନ୍ ବି ଜନ୍ସଙ୍କ କହିବାନୁସାରେ କ୍ୟାନ୍ସର ଚିକିତ୍ସାରେ ହେଉଥିବା କେମୋଥେରାପି ରୋଗୀକୁ ଯନ୍ତ୍ରଣା ଜନିତ ମୃତ୍ୟୁ ଆଡକୁ ନେଇଯାଇପାରେ । ଯେତେ ଯାହା କଲେ କ୍ୟାନ୍ସରରୁ ମୁକୁଳିବା ଏତେ ବି ସହଜ ନୁହେଁ ତେଣୁ ପ୍ରଥମେ ଘରୋଇ ଉପାୟରେ ଏହି ଜୀବନନାଶକ ରୋଗରୁ ବଞ୍ଚାଇବା ପାଇଁ ଚେଷ୍ଟା କରନ୍ତୁ ଏବଂ ଏହା ସହ ଡାକ୍ତରୀ ଚିକିତ୍ସାର ସହାୟତା ମଧ୍ୟ ନିଅନ୍ତୁ । ତେବେ ଘରୋଇ ଉପାୟରେ ଏହାର ପ୍ରୟୋଗ କଲେ କୌଣସି ସାଇଡ୍ ଇଫେକ୍ଟର କୌଣସି ଭୟ ନଥାଏ । ଆଜି ଆମେ ଆପଣଙ୍କୁ ପ୍ରତିଦିନ ଖାଉଥିବା ଏକ ଫଳର ଔଷଧିୟ ଗୁଣ ବିଷୟରେ କହିବାକୁ ଯାଉଛୁ । ଯାହା କ୍ୟାନ୍ସରର କୋଷିକାକୁ କମାଇବାରେ ଫଳପ୍ରଦ ହୁଏ ।

ନିକଟରେ ଏକ ଗବେଷଣା କରାଯାଇଥିଲା ଯେଉଁଥିରେ ଏହି ଖବର ଆଗକୁ ଆସିଥିଲା ଯେ କ୍ୟାନ୍ସର ଭଳି ଜୀବନନାଶକ ରୋଗର କୋଷିକାକୁ କମାଇବା ପାଇଁ ଅଙ୍ଗୁରର ମଞ୍ଜି ବହୁତ ଲାଭଦାୟକ ହୋଇଥାଏ । ଲ୍ୟୁକୋମିୟା ତଥା କ୍ୟାନ୍ସରର ଅନ୍ୟ କୋଷିକାକୁ ଏହି ମଞ୍ଜି ଖୁବ୍ ସକରାତ୍ମକ ଭାବରେ ଶରୀରରୁ ବାହାର କରିଥାଏ । ଗବେଷଣାରୁ ଜଣାପଡିଛି କି ଅଙ୍ଗୁରର ମଞ୍ଜି କେବଳ ୪୮ ଘଣ୍ଟାରେ ୭୫ ପ୍ରତିଶତ କର୍କଟ କୋଷିକାକୁ କମାଇବାରେ ସଫଳ ହୁଏ । ଆମେରିକାନ୍ ଆସୋସିଏସନ୍ ରେ ଛପିଥିବା ଏକ ଜର୍ଣ୍ଣାଲ୍ ମୁତାବକ ଅଙ୍ଗୁର ମଞ୍ଜିରେ ଥିବା ଜେଏନକେ ପ୍ରୋଟିନ୍ କ୍ୟାନ୍ସର କୋଷିକାର ବିକିରଣକୁ ନିୟନ୍ତ୍ରଣରେ ରଖିଥାଏ । ଏଣୁ କର୍କଟର ଚିକିତ୍ସା ପାଇଁ ଅଙ୍ଗୁର ମଞ୍ଜିର ଅର୍କ ଏକ ମହୋଷଧି ଭଳି କାମ କରିଥାଏ ।