ବ୍ରିଟେନ୍ ଯୁବରାଜ ହେରୀ ଏବଂ ମେଗନଙ୍କୁ ଅଭିନବ ଉପାୟରେ ଶୁଭେଚ୍ଛା ଜଣାଇଲେ ପଞ୍ଜାବ ଯୁବକ ! ଦେଖନ୍ତୁ ସମ୍ପୁର୍ଣ୍ଣ ରିପୋର୍ଟ ।

107

ଇଂଲଣ୍ଡର ଯୁବରାଜ ହେରୀ ଏବଂ ଅଭିନେତ୍ରୀ ମେଗନ୍ ମର୍କଲଙ୍କ ବିବାହର ଚର୍ଚ୍ଚା ସାରା ଦେଶରେ ଚାଲିଥିବା ବେଳେ କିଏ କେଉଁ ଉପାୟରେ ଏହି ଯୋଡିଙ୍କୁ ଶୁଭେଚ୍ଛା ଜଣାଉଛନ୍ତି । ବ୍ରିଟେନର ଏହି ରୟାଲ୍ କପଲଙ୍କ କ୍ରେଜ୍ ଭାରତରେ ମଧ୍ୟ ଦେଖାଦେଇଛି । ପଞ୍ଜାବର ଅମୃତସରଠାରେ ଜଣେ ଚିତ୍ରଶିଳ୍ପୀ ଏହି ଦମ୍ପତୀଙ୍କୁ ଶୁଭକାମନା ଜଚ୍ଚାଇବାକୁ ଯାଇ ଏକ ଚିତ୍ର ପ୍ରସ୍ତୁତ କରିଥିଲେ । ଜଗଯୋତ୍ ସିଂହ ରୁବଲ୍ ନାମକ ଜଣେ ଚିତ୍ରକାର ଏହି ଖାସ୍ ମଉକାରେ ଯୁବରାଜ ହେରୀ ଏବଂ ମେଗନଙ୍କ ଏକ ସୁନ୍ଦର ଚିତ୍ର ଆଙ୍କିଥିଲେ । ଜଗଯୋତ୍ ଏହି ଚିତ୍ରକୁ ଯୁବରାଜଙ୍କ ବିବାହରେ ଉପହାର ଦେବାକୁ ଚାହୁଁଥିଲେ । ଆପଣଙ୍କୁ ସୁଚାଇ ଦେଉଛୁ ଏହି ରାଜକୀୟ ବିବାହ ଉତ୍ସବ ୟୁକେର ସମୟ ଅନୁସାରେ ଆରମ୍ଭ ହୋଇଯାଇଛି । ଭାରତ ସମୟ ଅନୁସାରେ ଅପରାହ୍ନ ୪ ଟାରେ ଦୁହିଁଙ୍କ ବିବାହ ଆରମ୍ଭ ହୋଇଯିବ । ବିବାହ ପୂର୍ବରୁ ପ୍ରିନ୍ସ ହେରୀ ନବବଧୂ ମେଗନଙ୍କ ଅପେକ୍ଷାରେ ଥିବାବେଳେ ଫ୍ୟାନ୍ସମାନଙ୍କଠାରୁ ଫୁଲତୋଡା ନେଇଛନ୍ତି । ତେବେ ବ୍ରିଟେନରେ ମଧ୍ୟ ଏହି ଦମ୍ପତୀଙ୍କୁ ଶୁଭେଚ୍ଛା ଜଣାଇବା ପାଇଁ ଲୋକଙ୍କ ପକ୍ଷରୁ ଅଭିନବ ଉପାୟ ଆପଣା ଯାଇଛି ।