ଏଭଳି ଏକ ରହସ୍ୟମୟୀ ମମ୍ମି ! ମୃତ୍ୟୁର ୫୦୦ ବର୍ଷ ପରେ ବି ଶରୀରରୁ ବାହାରୁଛି ରକ୍ତ । 

33

ମୃତ୍ୟୁର ୫୦୦ ବର୍ଷ ପରେ ବି ଶରୀରରୁ ବାହାରୁଛି ରକ୍ତ । ଏହି ଆଶ୍ଚର୍ୟ୍ୟକନକ ଘଟଣାଟି ଘଟିଛି ମିଳିଛି ଆର୍ଜେଂଟିନାରେ । ୧୯୯୯ରେ ବୈଜ୍ଞାନିକ ମାନଙ୍କୁ ଏକ ଜ୍ୱାଳାମୁଖି ଭିତରୁ ଜଣେ ୧୫ ବର୍ଷୀୟ ଝିଅର ମୃତଦେହ ମିଳିଥିଲା । ଯାହାକୁ ନେଇ ବୈଜ୍ଞାନିକ ମାନେ ଦାବି କରିଥିଲେ ଯେ ଏହି ମୃତଦେହ ୫୦୦ ବର୍ଷ ତଳୁ ପୋତାଯାଇଯାଥିଲା ।

କିନ୍ତୁ ଯେତେବେଳେ ଏହି ମୃତ ଦେହକୁ ବୈଜ୍ଞାନିକ ମାନେ ପାଇଥିଲେ ସେତେବେଳେ ଏହାକୁ ଦେଖିଲେ ଲାଗୁଥିଲା କି ମାତ୍ର କିଛି ଦିନ ପୁର୍ବରୁ ଝିଅଟିର ମୃତ୍ୟୁ ହୋଇଛି । କାରଣ ସେଠାକାର ତାପମାତ୍ରା ଖୁବ୍ କମ୍ ଥିବାରୁ ଝିଅଟିର ଶରୀର, କେଶ ଏବଂ ତ୍ୱଚା ସାମାନ୍ୟ ହିଁ ଥିଲା । ତେବେ ମୃତଦେହରେ କିଛି ଦାମୀ ଅଳଙ୍କାର ସହ ଦାମୀ କପଡା ମଧ୍ୟ ମିଳିଥିଲା । କିନ୍ତୁ ସବୁଠାରୁ ଚାଂଚଲ୍ୟକର କଥା ହେଲା ପରୀକ୍ଷା ବେଳେ ମୃତଦେହରେ ରକ୍ତ ଥିବା ଦେଖିବାକୁ ମିଳିଥିଲା । କେବଳ ଏତିକି ନୁହେଁ ଏହି ରକ୍ତରେ ଟିବିର ବ୍ୟାକ୍ଟେରିଆ ମଧ୍ୟ ମିଳିଥିଲା । ଯାହା ପରେ ବୈଜ୍ଞାନିକ ମାନେ ପରୀକ୍ଷା ନିରୀକ୍ଷା କରିବା ଆରମ୍ଭ କରିଦେଇଛନ୍ତି ଯେ କିପରି ଭାବରେ ୫୦୦ବର୍ଷ ପରେ ମଧ୍ୟ ଟିବିର ବ୍ୟାକ୍ଟେରିଆ ରହିଛି । କେବଳ ସେତିକି ନୁହେଁ ମୃତଦେହର ମୁଣ୍ଡରେ ଉଙ୍କୁଣି ମଧ୍ୟ ଥିବାର ଦେଖିବାକୁ ମିଳିଥିଲା । ତେବେ ଏହି ଘଟଣା ଅନେକ ରହସ୍ୟର ଉନ୍ମୋଚନ କରିପାରେ । ଅନ୍ୟପଟେ ଡାକ୍ତର ମାନଙ୍କ କହିବା ଅନୁଯାୟୀ ଏହି ଝିଅର ରକ୍ତରୁ ଅନେକ ରୋଗର ଚିକିତ୍ସା ପାଇଁ ସଫଳତା ମିଳିଯାଇପାରେ ।