ରକ୍ତ କର୍କଟ ହେବାର ଦୁଇ ମାସ ପୂର୍ବରୁ ଶରୀର ଦେଇଥାଏ ଏଭଳି ୧୨ ସଂକେତ ! ଏହାକୁ ଚିହ୍ନି ଚିକିତ୍ସା କରନ୍ତୁ ନଚେତ୍ ଚାଲିଯିବ ଜୀବନ । 

14,952

ବ୍ୟସ୍ତବହୁଳ ଜୀବନରେ ଖାଦ୍ୟପେୟର ଅନୀୟମିତତା ଶରୀରରେ ବିଭିନ୍ନ ରୋଗକୁ ନିମନ୍ତ୍ରଣ କରିଥାଏ । ଏହି ରୋଗମାନଙ୍କ ଭିତରେ ଲ୍ୟୁକେମିୟା ଅର୍ଥାତ୍ ବ୍ଲଡ୍ କ୍ୟାନ୍ସର ଅନ୍ୟତମ । ଦେଶର ଅଧିକାଂଶ ଲୋକ ବର୍ତ୍ତମାନ ଏହି ରୋଗରେ ପୀଡିତ । ଏହା ଯେକୌଣସି ବୟସରେ ହୋଇଥାଏ କିନ୍ତୁ ୩୦ ବର୍ଷରୁ ଉଦ୍ଧ୍ୱର୍ ବ୍ୟକ୍ତିବିଶେଷଙ୍କ ଠାରେ ଏହି ରୋଗର ମାତ୍ରା ଅଧିକ ଦେଖାଯାଏ । ରକ୍ତ କର୍ଳଟରେ ଆକ୍ରାନ୍ତ ରୋଗୀଙ୍କୁ ପ୍ରଥମେ ଏହାର ଆଭାଷ ହୋଇନଥାଏ । ଯେଉଁଥିପାଇଁ ଏହି ରୋଗ ଗମ୍ଭୀରର ରୁପ ନେଇଯାଏ । ତେଣୁ ପ୍ରତ୍ୟେକଙ୍କୁ ଏହାର ପ୍ରାଥମିକ ସଂକେତର ଆଭାଷ ହେବା ନିହାତି ଆବଶ୍ୟକ । ଯେଉଁଥିପାଇଁ ସମୟ ପୁର୍ବରୁ ହିଁ ଏହାର ଠିକ୍ ରୁପେ ଚିକିତ୍ସା ହୋଇପାରିବ । ତେବେ ଆସନ୍ତୁ ବ୍ଲଡ୍ କ୍ୟାନ୍ସରର ପ୍ରାଥମିକ ସଂକେତ ବିଷୟରେ ଜାଣିବା ।

 

୧ . ଏନିମିୟା କିମ୍ବା ଜ୍ୱର : ବ୍ଲଡ୍ କ୍ୟାନ୍ସରର ପ୍ରାଥମିକ ପର୍ଯ୍ୟାୟରେ ଆପଣଙ୍କୁ ଏନିମିୟା ଭଳି ସଂକେତ ଦେଖାଯାଏ । ସବୁବେଳେ ଥକ୍କାପଣ,ଅଳ୍ପ ଜ୍ୱର ଏବଂ ଦୂର୍ବଳ ଲାଗିବା ମଧ୍ୟ ଏହାର ଏକ ସଂକେତ ।

୨ . ଗଳାରେ ଦରଜ ହେବା : ବ୍ଲଡ୍ କ୍ୟାନ୍ସରର ପ୍ରାଥମିକ ପର୍ଯ୍ୟାୟରେ ଗଳା କିମ୍ବା କାଖ ତଳେ ହାଲୁକା ଦରଜ ଲାଗିଥାଏ । ଏହାଛଡା ଆପଣଙ୍କ ପାଦ ବିନ୍ଧିବା କିମ୍ବା ଛାତିରେ ଜ୍ୱଳନ ହେଲେ ତୁରନ୍ତ ଡେରି ନକରି ଡାକ୍ତରଙ୍କ ପାଖକୁ ଯାଆନ୍ତୁ । ଏହା ବ୍ଲଡ୍ କ୍ୟାନ୍ସରର ପ୍ରାଥମିକ ଲକ୍ଷଣ ।

୩ . ବ୍ଲିଡିଙ୍ଗ୍ ହେବା : ଯଦି ଆପଣଙ୍କ ମୁହଁ,ନାକ କିମ୍ବା ଶୌଚ ସମୟରେ ରକ୍ତ ବ୍ଲିଡିଙ୍ଗ୍ ହେଉଛି ତେବେ ଏହାକୁ ଖାମଖିଆଲ ଭାବେ ନ ନେଇ ଡାକ୍ତରଖାନାକୁ ଯାଇ ବ୍ଲଡ୍ କ୍ୟାନ୍ସରର ଚିକିତ୍ସା କରାଇନିଅନ୍ତୁ ।

୪ . ନ୍ୟୁମୋନିଆ ହେବା :  ନ୍ୟୁମୋନିଆ ହେବା,ମୁହଁରେ ଘା’ ହୋଇଯିବା,ମୁଣ୍ଡବ୍ୟଥା,ଚର୍ମରେ ରାସେସ୍ ହେବା,ହାଲୁକା ଜ୍ୱର ହେବା ଏବଂ ଗଳାରେ ଇନଫେକସନ୍ ହେଲେ ତୁରନ୍ତ ରକ୍ତପରୀକ୍ଷା କରାନ୍ତୁ ।

 

୫ . ଅଚାନକ ଓଜନ କମିବାକୁ ଲାଗିବା : ଅଚାନକ ଓଜନ କମିବା ତଥା ଭୋକ ନଲାଗିବା ବି ଏହାର ଏକ ବଡ କାରଣ । ବିନା କୌଣସି ପ୍ରୟାସରେ ଯଦି ଅଚାନକ ଶରୀରରେ ଓଜନ କମିବାକୁ ଲାଗୁଛି ତେବେ ଏହାକୁ ହେୟଜ୍ଞାନ ନକରି ଡାକ୍ତରଙ୍କୁ ଦେଖାନ୍ତୁ । ଏହା ବ୍ଲଡ୍ କ୍ୟାନ୍ସରର ପ୍ରାଥମିକ ଲକ୍ଷଣ ।

୬ . ବାରମ୍ବାର ସଂକ୍ରମଣର ଶିକାର ହେବା : ଶରୀରରେ ଲ୍ୟୁକୋମିଆର ସେଲ୍ ବିକଶିତ ହେଲେ ରୋଗୀର ମୁହଁ,ଗଳା,ଯକୃତ,ଚର୍ମ ଆଦି ବାରମ୍ବାର ସଂକ୍ରମଣର ଶିକାର ହୁଏ ।

୭ . ଲିମ୍ଫ ନୋଡସ୍ ବଢିବା : ଗଳରେ ଜମାଟ ବାନ୍ଧିବା ଭଳି ଲାଗିବା କିମ୍ବା ଗାଣ୍ଠ ପଡିବା କିମ୍ବା ଏଥିରେ ପରିବର୍ତ୍ତନ ହେଲେ ଡାକ୍ତରଙ୍କ ପାଖକୁ ଯାଆନ୍ତୁ ।

୮ . ଶୋଇବା ସମୟରେ ଝାଳ ବାହାରିବା : ଶୀତଋତୁରେ ବି ଶୋଇବା ସମୟରେ ଝାଳ ବୋହିଲେ ଡେରି ନକରି ମେଡିକାଲ୍ ଜାଞ୍ଚ୍ କରନ୍ତୁ ।

୯ . ଶରୀରରେ ଦାଗ ପଡିବା : ରକ୍ତରେ ପ୍ଲେଟଲେଟସ୍ କମ୍ ହେବା ବି ବ୍ଲଡ କ୍ୟାନ୍ସରର ଲକ୍ଷଣ । ଏହାଦ୍ୱାରା ଶରୀରରେ ବାଇଗଣୀ କିମ୍ବା ନାଲି ରଙ୍ଗର ଦାଗ ପଡିଯାଏ ।

୧୦ . ହାଡ କିମ୍ବା ଜଏଣ୍ଟ ଦରଜ କରିବା : ହାଡ କିମ୍ବା ଜଏଣ୍ଟ ଦରଜ ହେଲେ ମଧ୍ୟ ଏଥିପାଇଁ ସତର୍କ ରୁହନ୍ତୁ । କାରଣ ବ୍ଲଡ୍ କ୍ୟାନ୍ସର ଅସ୍ତିମଜ୍ଜାରେ ହେଉଥିବା ରୋଗ ତେଣୁ ଏହାକୁ ଖାମଖିଆଲ ଭାବେ ଦ ନନେଇ ଡାକ୍ତର ଦେଖାନ୍ତୁ ।

୧୧ . ପେଟ ସମସ୍ୟା : ଅସାମାନ୍ୟ ଧଳାରକ୍ତର କୋଷିକା ଲିଭରରେ ଜମାଟ ବାନ୍ଧିବା ଯୋଗୁଁ ଅନେକ ପ୍ରକାର ପେଟ ସମସ୍ୟା ମଧ୍ୟ ଦେଖାଯାଏ । ତେଣୁ ଏଥିପାଇଁ ମଧ୍ୟ ଚେକଅପ୍ କରାଇନିଅନ୍ତୁ ।

୧୨ .  ଥକ୍କାପଣ : ବ୍ଲଡ କ୍ୟାନ୍ସର ସମୟରେ ଶରୀରରୁ ହିମୋଗ୍ଲୋବିନ୍ ମାତ୍ରା କମ୍ ହୋଇଯାଏ । ଅମ୍ଲଜାନ ଶରୀରରେ ଭଲ ଭାବରେ ପହଞ୍ôଚପାରେ ନାହିଁ । ଏଥିପାଇଁ ଶରୀରର ଅଙ୍ଗ କାମ କରିବା ବନ୍ଦ କରିଦିଏ ଏବଂ ଥକ୍କାପଣ ଅନୁଭବ ହୋଇଥାଏ  ।