ମୁହଁ ଖୋଲିଲେ ସାଂଘାତିକ୍ ହେବ ସ୍ଥିତି ! ବିଜୟ ମହାପାତ୍ରଙ୍କ ଫେସବୁକ୍ ଲାଇଭର ୨୨ ମିନିଟର ବଡ଼କଥା

780

କନକ ବ୍ୟୁରୋ : ବିଜେପିରୁ ଇସ୍ତଫା ପରେ ପ୍ରଥମ ଥର ପାଇଁ ଫେସବୁକ ଲାଇଭ କରିଛନ୍ତି ବିଜୟ ମହାପାତ୍ର । ନିକଟ ଅତୀତରେ ଅର୍ଥାତ୍ ବିଜୟଙ୍କ ଇସ୍ତଫା ପରେ ପରେ ଭାରତୀୟ ଜନତା ପାର୍ଟିରୁ ଇସ୍ତଫା ଦେଇଥିବା ନେତାଙ୍କୁ ଅଭିନନ୍ଦନ ଦେଇ ସେ ଫେସବୁକ୍ ଲାଇଭ୍ ଆରମ୍ଭ କରିଛନ୍ତି । ବିଗତ ଦୁଇ ବର୍ଷରେ ମଧ୍ୟରେ ତାଙ୍କ ପ୍ରତି ହୋଇଥିବା ଅନ୍ୟାୟକୁ ଓ ଦଳ ଭିତର ଅନେକ କଥାକୁ ସେ ସର୍ବସମ୍ମୁଖକୁ ଆଣିଛନ୍ତି ।

ବିଜୟ ମାହାପାତ୍ର କହିଛନ୍ତି ଗତ ଦୁଇ ବର୍ଷ ଭିତରେ ଯେଉଁପରି ଅପ୍ରୀତିକରି ପରିସ୍ଥିତି ସୃଷ୍ଟି ହୋଇଥିଲା, ଇସ୍ତଫା ଦେବା ଛଡ଼ା ଅନ୍ୟ କୌଣସି ଉପାୟ ନଥିଲା । ଇସ୍ତଫା ପରେ ପରେ ଓଡ଼ିଶାର ପ୍ରାୟ ୭ଟି ୮ଟି ଜିଲ୍ଲାର ରାଜନୈତିକ ବନ୍ଧୁମାନେ ଭେଟିକି ଆଲୋଚନା କରିଛନ୍ତି । ଏହାବ୍ୟତୀତ ଦିଲ୍ଲୀପ ରାୟ ଆସିବା ପରେ ହିଁ କିଛି ନିଷ୍ପତି ହେବା ପ୍ରସଙ୍ଗକୁ ପୁଣି ଥରେ ଦୋହରାଇଛନ୍ତି ବିଜୟ ମହାପାତ୍ର । ଇସ୍ତଫା ପରର ନିଷ୍ପତି ଓଡ଼ିଶାର ଆଗାମୀ ରାଜନୀତି ପାଇଁ ନିର୍ଣ୍ଣାୟକ ନିଷ୍ପତି ହେବ । ଓଡ଼ିଶାର ସ୍ୱାଭିମାନ ଓ ସାମୁହିକ ପ୍ରଗତି ମୁଖ୍ୟ ପ୍ରସଙ୍ଗ ରହିବ ।

ତେବେ ଇସ୍ତଫା ପ୍ରସଙ୍ଗରେ ଅନେକ ଲୋକ କହିଛନ୍ତି ସ୍ୱାର୍ଥ ପାଇଁ ମୁଁ ଦଳ ଛାଡ଼ିଛି । ତେବେ ସେ ଏନେଇ ସ୍ୱଷ୍ଟ କରିଛନ୍ତି ଦଳ ଛାଡ଼ିବା ପଛରେ କୌଣସି ସ୍ୱାର୍ଥ ନାହିଁ । ଦଳରେ ଯୋଗ ଦେବା ବେଳେ ବି କୌଣସି ସ୍ୱାର୍ଥ ନଥିଲା । କୌଣସି ସର୍ତ୍ତ ନରଖି କିମ୍ବା ପଦପଦବୀର ମୋହରେ ଦଳରେ ଯୋଗ ଦେଇନଥିଲି । ତେବେ ଗତ କିଛି ବର୍ଷ ମଧ୍ୟରେ ଘଟିଯାଇଥିବା କିଛି ଘଟଣା ବିଷୟରେ ମଧ୍ୟ ସେ କହିଛନ୍ତି । ସବୁ ଘଟଣାକୁ ସର୍ବସମ୍ମୁଖକୁ ଆଣିବା ପ୍ରାସଙ୍ଗିକ ନୁହେଁ । ମୁହଁ ଖୋଲିଲେ ସାଂଘାତିକ ପରିସ୍ଥିତି ସୃଷ୍ଟି ହେବ ବୋଲି କହିଛନ୍ତି ବିଜୟ ।

Three Union Ministers Attend BJP's State Executive Meet In Bhubaneswar

ଜାତୀୟ କାର୍ଯ୍ୟକାରିଣୀ ବିଷୟରେ ମଧ୍ୟ ଫେସବୁକ୍ ଲାଇଭରେ କହିଛନ୍ତି ବିଜୟ । ଭୁବନେଶ୍ବରରେ ହୋଇଥିବା ବିଜେପିର ଜାତୀୟ କାର୍ଯ୍ୟକାରିଣୀ ପାଇଁ ତାଙ୍କୁ ମାତ୍ର ଗୋଟିଏ ଦିନ ପୂର୍ବରୁ ହିଁ ଚିଠି ମିଳିଥିଲା । କେନ୍ଦ୍ରୀୟ ନେତୃବୃନ୍ଦଙ୍କୁ ଏ ଅବହେଳା ନେଇ ସେ ଅବଗତ କରାଇଥିଲେ । ଅନେକ ଏପରି ଘଟଣା ଘଟିଛି ଯାହା ତାଙ୍କୁ ଅପମାନିତ କରିଛି । ତେବେ ସେ ଦଳରେ ଥିବା ବେଳେ ଚାଷୀଙ୍କ ଠାରୁ ଆରମ୍ଭ କରି ଅନେକ ଲେକକଲ୍ୟାଣ କାର୍ଯ୍ୟକ୍ରମ କରାଯାଇଥିଲା ଏବଂ ସମସ୍ତେ ସହଯୋଗ ମଧ୍ୟ କରିଥିଲେ । ଏପରି ଅନେକ କାର୍ଯ୍ୟକ୍ରମ ଆଗକୁ ନିଆଯାଇଛି । ଅନେକ ଲୋକ ସହଯୋଗ ମଧ୍ୟ କହିଛି । ତେବେ ଏସବୁ ପରେ ସବୁ କାର୍ଯ୍ୟକ୍ରମକୁ ବନ୍ଦ କରିବା ପାଇଁ ଷଡ଼ଯନ୍ତ୍ର ହୋଇଥିଲା । ବିଜୟ ମହାପାତ୍ର କାର୍ଯ୍ୟକ୍ରମ ନକରନ୍ତୁ ବୋଲି ବିଧିବଦ୍ଧ ଭାବେ ସୁଚିନ୍ତିତ ରୂପେ ଷଡ଼ଯନ୍ତ୍ର ହେଲା । ଏ ପ୍ରସଙ୍ଗରେ କେନ୍ଦ୍ରୀୟ ନେତାଙ୍କୁ ଜଣାଇଥିଲେ ମଧ୍ୟ ସମସ୍ତେ ଚୁପ ରହିଥିଲେ ।

ଲୋକଙ୍କ ସ୍ୱାର୍ଥ ଓ ରାଜ୍ୟ ସ୍ୱାର୍ଥ ବଦଳରେ ଚକ୍ରାନ୍ତ ଓ ଷଡ଼ଯନ୍ତ୍ର ଦଳର ପ୍ରାଥମିକତା ବନିଗଲା । କେନ୍ଦ୍ରାପଡ଼ାର ବିଭିନ୍ନ ନିର୍ବାଚନ ମଣ୍ଡଳୀରେ ବିରୋଧ କରିବା ପାଇଁ କାର୍ଯ୍ୟକ୍ରମ କରାଗଲା । ଏବେ ବି ଦଳ ଏପରି କାର୍ଯ୍ୟକ୍ରମ କରୁଛି । ତେବେ ପାଳଗଦା ଉପରେ ନିଜ ଉଚ୍ଚତା ମାପିଲେ ତାହା ବାସ୍ତବ ଉଚ୍ଚତା ନାହିଁ ବୋଲି ସେ କହିଛନ୍ତି । ଲୋକେ ସବୁ ଦେଖୁଛନ୍ତି ଆଉ ଜାଣୁଛନ୍ତି । ଏ ଦୃଷ୍ଟିରୁ ସବୁ ରାଜନୈତିକ ଦଳ ଗୁଡ଼ିକ ଅନୁଶୀଳନ କରିବା ଦରକାର । ଆତ୍ମସମୀକ୍ଷା ଓ ଆତ୍ମଚିନ୍ତନ କରିବା ଦରକାର ।

ବିଜେପୁର ଉପନିର୍ବାଚନ କଥା ଉଠାଇ ବିଜୟ କହିଛନ୍ତି ଅନେକ ଭୋଟ ବ୍ୟବଧାନରେ ହାରିଥିଲା ଦଳ । ତେବେ ଏନେଇ ଦଳ ଅନୁଶୀଳନ କରିବା ଦରକାର ଥିଲା । ଏବଂ ଲୋକେ କ’ଣ ଚିନ୍ତା କରୁଛନ୍ତି ଓ କିପରି ଦେଖୁଛନ୍ତି ତାହା ହିଁ ଗରୁତ୍ୱପୂର୍ଣ୍ଣ ।

bijaya mohapatra

ଏବେ କେନ୍ଦ୍ରାପଡ଼ାରେ ଚାଲିଛି ବିଜୟ ମହାପାତ୍ର ବିରୋଧୀ ଅଭିଯାନ । ଦଳକୁ ଉପରକୁ ନେବା ପରିବର୍ତ୍ତେ ମୋ ବିରୋଧରେ ଅଭିଯାନ ଆରମ୍ଭ କରିଛି ବିଜେପି । ବିଜୟ ମହାପାତ୍ରଙ୍କ ବିରୋଧରେ ଲଢ଼ିବା ଏକ ମୁଖ୍ୟ କାର୍ଯ୍ୟକ୍ରମ ହୋଇଯାଇଛି । ହେଲେ ମୋତେ ଭଲଭାବରେ ଜଣା କେନ୍ଦ୍ରାପଡ଼ାବାସୀଙ୍କ ଅପୂର୍ବ ସମର୍ଥନ ଏବେ ବି ରହିଛି । ଆଗାମୀ ଲୋକସଭା ନିର୍ବାଚନ ଏକ ଗୁରତ୍ୱପୂର୍ଣ୍ଣ ନିର୍ବାଚନ ହେବ । ଏହା ବ୍ୟତୀତ ସେ କହିଛନ୍ତି ସତ କହିଥିବା ଯୋଗୁଁ ଅନେକ ସମୟରେ ମୋ ପାଇଁ କ୍ଷତି ସାବ୍ୟସ୍ତ ହୋଇଛି ।

ଇସ୍ତଫା ପରେ କ’ଣ ରହିବ ବଜୟ ମହାପାତ୍ରଙ୍କ ଭବିଷ୍ୟତ । ଏ ପ୍ରଶ୍ନ ସମସ୍ତଙ୍କ ମନରେ ଉଙ୍କିମାରୁଛି । ବର୍ତ୍ତମାନ ସମୟରେ ଅନେକ ରାଜନୈତିକ ବନ୍ଧୁଙ୍କ ସହ ଆଲୋଚନା ମୋଟାମୋଟି ଶେଷ ହୋଇଯାଇଛି । ତେବେ ଦିଲ୍ଲୀପ ରାୟ ଫେରିଆସିବା ପରେ ଅନ୍ୟ ବନ୍ଧୁଙ୍କ ସହ ଏକ ବୈଠକ କରାଯିବ ଓ ଆଲୋଚନା ହେବ । ଏବଂ ସେତେବେଳେ ସମସ୍ତ ରାଜନୈତିକ ନିଷ୍ପତି ସମଗ୍ର ରାଜ୍ୟ ଆଗରେ ସ୍ପଷ୍ଟ ଭାବରେ ରଖାଯିବ । ତେବେ ବର୍ତ୍ତମାନ ମିଡ଼ିଆରେ ତାଙ୍କୁ ନେଇ ପ୍ରଘଟ ହେଉଥିବା ସମସ୍ତ ଖବର ମିଥ୍ୟା ସେଥିରେ କିଛି ସତ୍ୟତା ନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି । ଏବେ ପର୍ଯ୍ୟନ୍ତ କୌଣସି ନିଷ୍ପତି କିମ୍ବା ଆଲୋଚନା ହୋଇନାହିଁ । ହୋଇଥିଲେ ଇସ୍ତଫା ଦେବାଦିନ ହିଁ ଘୋଷଣା ହୋଇଥାଆନ୍ତି ।

bijay mohaptra

ଡିସେମ୍ବର ମାସ ଭିତରେ ହିଁ ନିଷ୍ପତି ହେବ ବୋଲି ବିଜୟ ମହାପାତ୍ର ସ୍ୱଷ୍ଟ କରିଛନ୍ତି । ତେବେ ନିଷ୍ପତି ପରେ ଯେଉଁ ସବୁ କାମ ଅଧାରେ ରହିଯାଇଛି ସେଗୁଡ଼ିକୁ ପ୍ରାଧାନ୍ୟ ଦିଆଯିବ । ନୂତ ଭାବେ ରାଜନେତିକ ମୂଳଦୁଆ ପଡ଼ିବ । ତେବେ ଏବେ ଯେତେକଥା ପ୍ର୍ରଚାର ଚାଲିଛି ଓ ଗୁଜବ ଖବର ପ୍ରଘଟ ହେଉଛି ସେସବୁରେ ବିଶ୍ୱାସ କରନ୍ତୁ ନାହିଁ ବୋଲି ମଧ୍ୟ ସେ ନିବେଦନ କରିଛନ୍ତି ।