ୱାଘା ବର୍ଡରରେ ଆଜି ସନ୍ଧ୍ୟାରେ ହେବ ନାହିଁ ବିଟିଙ୍ଗ୍ ରିଟ୍ରିଟ୍ ! ବାୟୁସେନାରେ ୱିଙ୍ଗ୍ କମାଣ୍ଡର ଅଭିନନ୍ଦନଙ୍କ ଆସିବାରେ କୌଣସି ଅସୁବିଧା ନ ଉପୁଜିବା ପାଇଁ ନିଆଗଲା ନିଷ୍ପତ୍ତି ।

274

ୱାଘା ବର୍ଡରରେ ଆଜି ସନ୍ଧ୍ୟାରେ ହେବାକୁ ଥିବା ବିଟିଙ୍ଗ୍ ରିଟ୍ରିଟ୍ କୁ ରଦ୍ଦ କରି ଦିଆଯାଇଛି । ଏହି ନିଷ୍ପତ୍ତି ପାଇଲଟ୍ ଅଭିନନ୍ଦନଙ୍କ ସୁରକ୍ଷା ସକାଶେ ନିଆଯାଇଛି । କୁହାଯାଉଛି କି ବାୟୁସେନାରେ ୱିଙ୍ଗ୍ କମାଣ୍ଡର ଅଭିନନ୍ଦନଙ୍କ ଆସିବା ସମୟ ସେତେବେଳେ ହିଁ ରହିଛି ଯେତେବେଳେ ବିଟିଙ୍ଗ୍ ରିଟ୍ରିଟ୍ ଆରମ୍ଭ ହୋଇଥାଏ । ଏଭଳି ସମୟରେ ଉକ୍ତ ସ୍ଥାନରେ ଅଧିକ ଭିଡ ଜମା ହୋଇଥାନ୍ତି ଏବଂ ଭାରତୀୟ ହିରୋ ଅଭିନନ୍ଦନଙ୍କୁ ଦେଖିବା ପାଇଁ ମଧ୍ୟ ଉକ୍ତ ସ୍ଥାନରେ ଅଧିକ ଭିଡ ଜମିବ ତେଣୁ ଅଭିନନ୍ଦନଙ୍କ ଆସିବାବେଳେ ଯେଭଳି କୌଣସି ଅସୁବିଧା ନ ହୁଏ ତେଣୁ ବିଏସଏଫ୍ ତରଫରୁ ଏଭଳି ନିଷ୍ପତ୍ତି ନିଆଯାଇଛି ।

ବାୟୁସେନାର ୱିଙ୍ଗ୍ କମାଣ୍ଡର ଅଭିନନ୍ଦନଙ୍କୁ ପାକିସ୍ତାନ ଆଜି ଭାରତକୁ ଫେରାଉଛି । ଦୁଇ ଦେଶ ଭିତରେ ଲିଖିତ କାମ ଶେଷ ହୋଇସାରିଛି । ବାୟୁସେନାର ଏକ ପ୍ରତିନିଧିମଣ୍ଡଳ କମାଣ୍ଡର ଅଭିନନ୍ଦନଙ୍କୁ ପାଛୋଟି ଆଣିବା ପାଇଁ ୱାଘା ବର୍ଡର ପହଂଚି ସାରିଛନ୍ତି । ତାଙ୍କ ପିତାମାତା ମଧ୍ୟ ପୁଅକୁ ଆଣିବା ପାଇଁ ୱାଘା ବର୍ଡର ପହଂଚି ସାରିଛନ୍ତି । ପାକ୍ ବିଦେଶମନ୍ତ୍ରୀ ଶାହ୍ ମେହମ୍ମୁଦ୍ କ୍ୟୁରେସୀ ମଧ୍ୟ ଟ୍ୱିଟ୍ କରି ଏହି ଖବରର ସୂଚନା ଦେଇଛନ୍ତି । ୱାଘା ବର୍ଡରରେ ଲୋକମାନେ ତ୍ରିରଙ୍ଗା ଧରି ଜୟହିନ୍ଦ୍ ର ନାରା ଲଗାଉଛନ୍ତି । ସୀମାରେ ସୁରକ୍ଷା ବ୍ୟବସ୍ଥାକୁ ବଢାଇ ଦିଆଯାଇଛି । ପଞ୍ଜାବ ପୋଲିସ୍ ମଧ୍ୟ ବର୍ଡରରେ ପହଂଚି ସାରିଛି । ବର୍ଡରରେ ଲୋକମାନେ ଢୋଲ ବଜାଇ ତ୍ରିରଙ୍ଗା ଫଡଫଡ କରି ବୀର ପାଇଲଟଙ୍କ ସମ୍ନାନ ପାଇଁ ଏକତ୍ରିତ ହୋଇଛନ୍ତି ।