ବରଗଡ ସୋହେଲା ଡେଲି ମାର୍କେଟରେ ଗୁଳିକାଣ୍ଡ ଏବଂ ଗଞ୍ଜାମ ଖଲ୍ଲିକୋଟରେ ଏନକାଂଉଟର! ବରଗଡ ଦୁର୍ବୃତଙ୍କ ଗୁଳିମାଡରେ ବ୍ୟବସାୟୀ ଗୁରୁତର ଏବଂ ଗଞ୍ଜାମରେ ଦୁର୍ଦ୍ଦାନ୍ତ ଅପରାଧୀ ଆହତ ।

29

କନକ ବ୍ୟୁରୋ : ବରଗଡରେ ଗୁଳି, ବରଗଡ  ସୋହେଲା ଗୁଳିମାଡରେ ଜଣେ ବ୍ୟବସାୟୀ ଗୁରୁତର ହୋଇଥିବା ଖବର ଆସିଛି । ବରଗଡ ସୋହେଲା ଡେଲି ମାର୍କେଟରେ ଗୁଳିକାଣ୍ଡ ହୋଇଛି । ଦୁର୍ବୃତଙ୍କ ଗୁଳିମାଡରେ ଜଣେ ବ୍ୟବସାୟୀ ଗୁରୁତର ହୋଇଛନ୍ତି । ୩ ରୁ  ୪ ଜଣ ଦୁର୍ବୃତ ବ୍ୟବସାୟୀଙ୍କ ଉପରକୁ ଗୁଳିମାଡ କରିଛନ୍ତି । ଗୁରୁତର ବ୍ୟବସାୟୀଙ୍କୁ ବୁର୍ଲା ମେଡିକାଲରେ ଭର୍ତି କରାଯାଇଛିା ତେବେ ବ୍ୟବସାୟୀଙ୍କ ସ୍ୱାସ୍ଥ୍ୟବସ୍ଥା ଭଲ ଥିବା କଥା ରିପୋର୍ଟରୁ ଜାଣିବାକୁ ମିଳିଛି ।

ବ୍ରହ୍ମପୁର ଖଲ୍ଲିକୋଟ ଥାନା ସାନଘାଟି ଛକରେ ଏନକାଉଟର । ପୁଲିସ୍ ଗୁଳିରେ ୨ ଦୁର୍ଦାନ୍ତ ଅପରାଧୀ ଆହତ ହୋଇଛନ୍ତି । ଦୁଇ ଜଣଙ୍କ ଗୋଡରେ ଗୁଳି ବାଜିଛି । ସେମାନଙ୍କୁ ବ୍ରହ୍ମପୁର ମେଡିକାଲରେ ଭର୍ତି କରାଯାଇଛି । ସେମାନେ କୁଖ୍ୟାତ ଅପରାଧୀ ସୁଶାନ୍ତ ପ୍ରଧାନ, ରାଜେଶ ରେଡ୍ଡୀ ବୋଲି ଜଣାପଡିଛି ।

ସେମାନଙ୍କ ନିକଟରୁ ୨ଲକ୍ଷ ୨୫ହଜାର ଟଙ୍କା , ୨ଟି ପିସ୍ତଲ ଓ କାର ଜବତ କରାଯାଇଛି । ଖଲ୍ଲିକୋଟ୍ ଟୋଲଗେଟରେ ଉଭୟ ସମ୍ପୃକ୍ତ ଥିଲେ ବୋଲି ପୋଲିସ୍ କହିଛି । ଏହା ସହିତ ଉଭୟଙ୍କ ନାଁରେ ବିଭିନ୍ନ ଥାନାରେ ବହୁ ଅପରାଧିକ ମାମଲା ରହିଛି ।