“ମୋ ସ୍ୱାମୀଙ୍କୁ ବଡ ଅଫିସର କୁକୁରକୁ ଗାଧୋଇବା ସହ ପାଇଖାନା ସଫା କରିବାକୁ ବାଧ୍ୟ କରୁଛନ୍ତି” , କହିଲେ ଯବାନଙ୍କ ପତ୍ନୀ । ଦେଖନ୍ତୁ ଭିଡିଓ

2,695

କିଛି ମାସ ତଳେ ବିଏସଏଫ୍ ଯବାନ ତେଜ୍ ବାହାଦୁର୍ ଯାଦବଙ୍କ ଏକ ଭିଡିଓ ସୋସିଆଲ୍ ମିଡିଆରେ ଝଡ ଭଳି ଭାଇରାଲ୍ ହୋଇଥିଲା । ବିଏସଏଫର ଖାଦ୍ୟପେୟକୁ ନେଇ ସେ ଚାଞ୍ଚଲ୍ୟ କରି ଦେଲା ଭଳି କଥା କହିଥିଲେ । ଏହାପରେ ଧିରେ ଧିରେ କିଛି ଯବାନ ସେନାର ତ୍ରୁଟିକୁ ନେଇ ମୁହଁ ଖୋଲିବା ଆରମ୍ଭ କରିଥିଲେ । ବର୍ତ୍ତମାନ ପୁଣି ଏଭଳି ଏକ ଘଟଣା ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଥିବା ଦେଖିବାକୁ ମିଳିଛି । ଏହି ଭିଡିଓରେ ଯଜ୍ଞପ୍ରତାପ ସିଂହ ନାମକ ଜଣେ ଯବାନ୍ କିଭଳି ସିନିୟର୍ ଅଫିସରଙ୍କ ଶୋଷଣର ଶିକାର ହେଉଛନ୍ତି ଏହାକୁ ନେଇ ଏକ ଭିଡିଓ ଫେସବୁକରେ ପୋଷ୍ଟ୍ କରିଛନ୍ତି । କେବଳ ଯବାନ ନୁହଁ ତାଙ୍କ ସ୍ତ୍ରୀ ମଧ୍ୟ ଏଭଳି ଏକ ଭିଡିଓ ପୋଷ୍ଟ୍ କରିଛନ୍ତି ।

ସିନିୟର୍ ଅଫିସରଙ୍କ ଘରେ ଲୁଗା,ବାସନ ସଫା କରିବା,କୁକୁରକୁ ଗାଧୋଇଦେବା,ପିଲାଙ୍କୁ ସ୍କୁଲ୍ ଛାଡିବା,ପରିବା ଆଣିବା ଏବଂ ଟଏଲେଟ୍ ସଫା କରିବା ଭଳି କାମ ଯବାନଙ୍କୁ କରିବାକୁ ପଡିଥାଏ । ଏଭଳି କାମରେ ମର୍ମାହାତ ହୋଇ ଯଜ୍ଞପ୍ରତାପ ଏହି ଘଟଣାକୁ ସୋସିଆଲ୍ ମିଡିଆରେ ପ୍ରଘଟ କରି ପ୍ରଧାନମନ୍ତ୍ରୀଙ୍କୁ ସାହାଯ୍ୟର ଗୁହାରି କରିବା ପାଇଁ ଭିଡିଓ ଭାଇରାଲ୍ କରିଥିଲେ । କିନ୍ତୁ ଭିଡିଓ ବିଷୟରେ ଜାଣିବା ପରେ ଅଧିକାରୀ ତାଙ୍କ ଠାରୁ ଫୋନ୍ ଛଡାଇ ନେବା ସହ ଚାକିରୀରୁ ବହିଷ୍କାର କରିବା ପାଇଁ ମଧ୍ୟ ଧମକ ଦେଇଥିଲେ । ଏହି ଘଟଣା ପରେ ପତ୍ନୀ ରୁଚା ସିଂହ ଏନେଇ ଏକ ଭିଡିଓ ପୋଷ୍ଟ କରିଛନ୍ତି ଏବଂ ସ୍ୱାମୀଙ୍କୁ ଶୋଷଣରୁ ମୁକ୍ତ କରିବା ପାଇଁ ମୋଦିଜୀଙ୍କୁ ନେହୁରା ହୋଇଛନ୍ତି ।