୨୫୭ ମୃତ୍ୟୁର ହିସାବ ହେଲା ! ଆସିଲା ମୁମ୍ବାଇ ବିସ୍ପୋରଣର ରାୟ । ୨ ଜଣଙ୍କୁ ଫାଶୀ, ଆବୁ ସାଲେମକୁ ଆଜୀବନ ଜେଲ

63

କନକ ବ୍ୟୁରୋ : ୨୪ବର୍ଷ ପରେ ୨୫୭ ମୃତ୍ୟୁର ହିସାବ କରିଛନ୍ତି ମୁମ୍ବାଇ ସ୍ୱତନ୍ତ୍ର ଟାଡା କୋର୍ଟ । ୧୯୯୩ ବୋମା ବିସ୍ଫୋରଣ ମାମଲାରେ ତାହିର ମରଚେଂଟ ଓ ଫିରୋଜ ଅବଦୁଲ୍ଲାକୁ ଫାଶୀ ଦଣ୍ଡାଦେଶ ଶୁଣାଇଛନ୍ତି ମୁମ୍ବାଇର ସ୍ୱତନ୍ତ୍ର ଟାଡା କୋର୍ଟ । ସେହପିରି ଅଣ୍ଡରୱର୍ଲ୍ଡ ଡନ ଅବୁ ସାଲେମ ଓ କରିମୁଲା ଖାନକୁ ଆଜୀବନ କାରାଦଣ୍ଡ ଶୁଣାଇଛନ୍ତି କୋର୍ଟ । ଏହା ସହ ରିଆଜ ସିଦିକିକୁ ୧୦ ବର୍ଷ ସଶ୍ରମ କାରାଦଣ୍ଡ ହୋଇଛି । କରିମୁଲା ଖାନକୁ ଆଜୀବନ ଦଣ୍ଡାଦେଶ ସହ ୨ ଲକ୍ଷ ଟଙ୍କାର ଜରିମାନା ବି କରିଛନ୍ତି କୋର୍ଟ । ମାମଲାର ଅନ୍ୟତମ ଅଭିଯୁକ୍ତ ମୁସ୍ତଫା ଦୋଷାର ପୂର୍ବରୁ ମୃତ୍ୟୁ ହୋଇସାରିଛି । ପାଂଚ ଦୋଷୀଙ୍କ ମଧ୍ୟରୁ ୩ଜଣଙ୍କୁ ଫାଶୀ ଦଣ୍ଡାଦେଶ ଓ ୨ଜଣଙ୍କୁ ଆଜୀବନ କାରାଦଣ୍ଡ ଦେବା ପାଇଁ ସିବିଆଇ ଦାବି କରିଥିଲା । ମୁମ୍ବାଇ ବିସ୍ଫୋରଣର ୨୪ବର୍ଷ ପରେ ଆବୁ ସାଲେମ ସମେତ ୫ଜଣଙ୍କୁ ଦୋଷୀ ସାବ୍ୟସ୍ଥ କରିଥିଲେ କୋର୍ଟ ।

mumbai blast୧୯୯୩ରେ ମୁମ୍ବାଇରେ ସିରିଜ ବୋମା ବିସ୍ଫୋରଣ ହୋଇଥିଲା । ଏଥିରେ ୨୫୭ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୭୦୦ରୁ ଅଧିକ ଲୋକ ଆହତ ହୋଇଥିଲେ । ଏହି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ଅଣ୍ଡରୱର୍ଲ୍ଡ ଡନ ଆବୁ ସଲେମକୁ ୨୦୦୫ରେ ପର୍ତୁଗାଲରୁ ଭାରତ ଅଣାଯାଇଥିଲା । ଏହି ଘଟଣାର ଅନ୍ୟତମ ଦୋଷୀ ମୁସ୍ତଫା ଦୋଷାର ପୂର୍ବରୁ ମୃତ୍ୟୁ ହୋଇସାରିଛି । ଘଟଣାର ଅନ୍ୟତମ ଅଭିଯୁକ୍ତ ହେଲେ ତାହିର ମର୍ଚେଂଟ, କରିମୁଲ୍ଲା ଖାନ, ରିୟାଜ ସିଦ୍ଦିକି ଓ ଫିରୋଜ ଅବଦୁଲା । ଘଟଣାର ଅନ୍ୟତମ ଅଭିଯୁକ୍ତ ଥିବା ଅବଦୁଲ କୟୁମଙ୍କୁ କୋର୍ଟ ଦୋଷମୁକ୍ତ କରିଥିଲେ ।

କିଏ ଏହି ଆବୁ ସାଲେମ:
ଆବୁ ସାଲେମ ଓରଫ ଅକିଲ ଅହମ୍ମଦ ଆଜମି । ଦୁର୍ଦ୍ଦାନ୍ତ ଅପରାଧୀ ଭାବେ ପୂରା ଭାରତରେ ଜଣାଶୁଣା । ୧୯୬୯ ମସିହାରେ ଉତ୍ତରପ୍ରଦେଶର ଆଜମଗଡରେ ଆବୁ ସାଲେମର ଜନ୍ମ । ତାଙ୍କ ବାପା ଜଣେ ଓକିଲ ଭାବେ ବେଶ ନାଁ କମାଇଥିଲେ । କିନ୍ତୁ ପିତାଙ୍କ ଦେହାନ୍ତ ପରେ ଆବୁ ସାଲେମଙ୍କ ଜୀବନର ଗତିପଥ ବଦଳି ଯାଇଥିଲା । ନିଜର କଲେଜ ପାଠ ପଢ଼ା ଶେଷ କରିବା ପରେ ମୁମ୍ବାଇକୁ ଚାଲି ଆସିଥିଲେ ସାଲେମ । ବାସ୍ ଏଇଠି ହିଁ ଅପରାଧ ଜଗତରେ ପାଦ ଦେଇଥିଲା ଆବୁ ସାଲେମ । ଅଣ୍ଡର ୱାର୍ଲ୍ଡ ଡନ ଦାଉଦ ଇବ୍ରାହିମର ଗ୍ୟାଙ୍ଗ ସହ ଯୋଗ ଦେଇଥିଲା ସାଲେମ । ଦାଉଦର ଡ୍ରାଇଭର ଭାବେ କାମ କରିବା ସହ ବେଆଇନ ଅସ୍ତ୍ରଶସ୍ତ୍ର କାରବାରରେ ଜଡିତ ରହିଥିଲା । ୧୯୮୮ ମସିହାରେ ସହଯୋଗୀଙ୍କ ସହ ଗଣ୍ଡଗୋଳ କରିବା ଅଭିଯୋଗରେ ପ୍ରଥମ ଥର ପାଇଁ ତାଙ୍କ ନାଁରେ ଥାନାରେ ମାମଲା ଦାୟର କରାଯାଇଥିଲା ।

INDIA/୧୯୯୨ ମସିହାରେ ବଲିଉଡ ଅଭିନେତା ସଞ୍ଜୟ ଦତ୍ତଙ୍କୁ ବେଆଇନ ଅସ୍ତ୍ରଶସ୍ତ୍ର ବିକ୍ରି କରିଥିବା କଥା ସାମ୍ନାକୁ ଆସିଥିଲା । ତେବେ ୧୯୯୩ ମସିହାରେ ମୁମ୍ବାଇ ସିରିଜ ବୋମା ବିସ୍ପୋରଣର ମୁଖ୍ୟ ନାୟକ ଥିଲା ଆବୁ ସାଲେମ । ଏହି ବିସ୍ପୋରଣରେ ପ୍ରାୟ ୨୫୦ରୁ ଅଧିକ ଲୋକ ମୃତ୍ୟୁ ବରଣ କରିଥିଲେ ଓ ଅନେକ ଲୋକ ଗୁରୁତର ଆହତ ହୋଇଥିଲେ । ଏହି ଘଟଣା ପରେ ଆବୁ ସାଲେମ ଦୁବାଇକୁ ଲୁଚି ପଳାଇ ଯାଇଥିଲେ ।

ଗୋଟିଏ ସମୟରେ ଆବୁ ସାଲେମର ଆତଙ୍କରେ ଥରି ଉଠୁଥିଲା ବି ଟାଉନ । ବି ଟାଉନର ଅଭିନେତା, ଅଭିନେତ୍ରୀ ଓ ନିର୍ଦ୍ଦେଶକଙ୍କ ମନରେ ଆବୁ ସାଲେମକୁ ନେଇ ଏକ ଅଜଣା ଭୟ ଲାଗି ରହିଥିଲା । ଏପରିକି ସଂଗୀତ ସମ୍ରାଟ ଗୁଲସନ କୁମାରଙ୍କୁ ଅତି ନିର୍ମମ ଭାବେ ହତ୍ୟା କରିଥିଲେ ଆବୁ ସାଲେମ । ଗୁଲସନ କୁମାରଙ୍କୁ ପ୍ରତିମାସ ୫ ଲକ୍ଷ ଟଙ୍କା ଦାଦାବଟି ଦେବାକୁ ଆବୁ ସାଲେମ ବାରମ୍ବାର କହୁଥିଲେ ମଧ୍ୟ ଏହାକୁ କର୍ଣ୍ଣପାତ କରିନଥିଲେ । ଫଳରେ ଆବୁ ନିଜର ସୁଟର ରାଜାଙ୍କୁ ପଠାଇ ଦିନ ଦ୍ୱିପ୍ରହରରେ ଗୁଲସନ କୁମାରଙ୍କୁ ହତ୍ୟା କରିଥିଲେ । ଏହାପରେ ବି ଟାଉନରେ ସାଲେମଙ୍କୁ ନେଇ ଭୟ ସୃଷ୍ଟି ହୋଇଥିଲା ।

1993-mumbai-ethicsକେବଳ ଗୁଲସାନ କୁମାର ନୁହନ୍ତି ବଲିଉଡର ଅନେକ କଳାକାର ଆବୁ ସାଲେମଙ୍କ ଟାର୍ଗେଟରେ ରହିଥିଲେ । ସୁବାସ ଘାଇ, ଅମୀର ଖାନ, ରାକେଶ ରୋଶନ ଓ ରାଜୀବ ରୟଙ୍କ ଭଳି ବି ଟାଉନ ବ୍ୟକ୍ତିଙ୍କୁ ଟାର୍ଗେଟ କରିଥିଲା ସାଲେମ । ଏପରିକି ରାକୋ ରୋଶନ ଓ ରାଜୀବ ରୟଙ୍କୁ ହତ୍ୟା କରିବା ପାଇଁ ମଧ୍ୟ ଯୋଜନା ପ୍ରସ୍ତୁତ କରିଥିଲା ଆବୁ ସାଲେମ । ଗୁଲସାନ କୁମାରଙ୍କୁ ହତ୍ୟା କରିବା ପରେ ବି ଟାଉନରେ କଳାକାରଙ୍କ ମନରେ ଭୟ ସୃଷ୍ଟି ହୋଇଥିଲା । ଆଉ ଏହାର ଫାଇଦା ନେଇ ବଲିଉଡର ବଡ ବଡ କଳାକାରଙ୍କୁ ଫୋନ କରି ଭୟଭୀତ କରିବା ସହ ଟଙ୍କା ଆଦାୟ କରୁଥିଲା । ତେବେ ମୁମ୍ବାଇ ପୋଲିସ ଆବୁର ଫୋନ ଟ୍ୟାପ କରୁଥିବା ଜାଣିବା ପରେ ବି ଟାଉନ ପାଇଁ ନାଁ ପରିବର୍ତ୍ତନ କରି ଦେଇଥିଲା ସାଲେମ । ପରବର୍ତ୍ତୀ ସମୟରେ ଆବୁ ସାଲେମ ନାଁ ପରିବର୍ତ୍ତନ କରି କ୍ୟାପଟେନ ନାଁରେ ଟଙ୍କା ଆଦାୟ ଆରମ୍ଭ କରିଥିଲା ।

ତେବେ ଏତିକିରେ ସରିନଥିଲା ଆବୁ ସାଲେମର ବଲିଉଡ ପ୍ରେମ । ବଲିଉଡ ନାୟିକା ମୋନିକା ବେଦୀଙ୍କ ପ୍ରେମରେ ପଡି ଯାଇଥିଲେ କ୍ୟାପଟେନ । ଏଥିପାଇଁ ପ୍ରଥମ ସ୍ତ୍ରୀକୁ ସାଲେମ ଛାଡପତ୍ର ମଧ୍ୟ ଦେଇ ଦେଇଥିଲେ । ଏପରିକି ଅନେକ ଫାର୍ଟିରେ ମୋନିକାଙ୍କୁ ସାଲେମଙ୍କ ସହ ଦେଖିବାକୁ ମିଳିଛି । ତେବେ ମୁମ୍ବାଇ ବିସ୍ପୋରଣ ପରେ ଭାରତରୁ ଦୁବାଇକୁ ଲୁଚି ପଳାଇଥିବା ଆବୁ ସାଲେମକୁ ୨୦୦୭ ମସିହାରେ ମୁମ୍ବାଇ ସିରିଜ ବୋମା ବିସ୍ପୋରଣ ଘଟଣାରେ ପର୍ତ୍ତୁଗାଲରୁ ଗିରଫ କରିଥିଲା ପୋଲିସ ।