କଂଗ୍ରେସକୁ ଝଟକା : ଶିଖ ବିରୋଧୀ ଦଙ୍ଗାର ଦୋଷୀ କଂଗ୍ରେସ ନେତା ସଜ୍ଜନ କୁମାରଙ୍କୁ ଆଜୀବନ ଜେଲଦଣ୍ଡ

ଅପରାଧିକ ଷଡଯନ୍ତ୍ର, ହିଂସା ସୃଷ୍ଟି ଓ ଦଙ୍ଗା ପାଇଁ ଉସକାଇବା ଅଭିଯୋଗ

136

କନକ ବ୍ୟୁରୋ : ୧୯୮୪ ଶିଖ୍ ବିରୋଧୀ ଦଙ୍ଗାକୁ ସ୍ୱାଧୀନତା ପରର ସବୁଠାରୁ ବଡ଼ ହିଂସା ବିବେଚନା କରି ଦିଲ୍ଲୀ ହାଇକୋର୍ଟ କଂଗ୍ରେସ ନେତା ସଜ୍ଜନ କୁମାରଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି । ଯେଉଁଥିପାଇଁ କଂଗ୍ରେସକୁ ଲାଗିଲା ବଡ଼ ଝଟକା । ଶିଖ ବିରୋଧୀ ଦଙ୍ଗାର ଦୋଷୀ କଂଗ୍ରେସ ନେତା ସଜ୍ଜନ କୁମାରଙ୍କୁ ହେଲା ଆଜୀବନ କାରଦଣ୍ଡ । ୩୪ ବର୍ଷ ପରେ ଶିଖ ବିରୋଧୀ ଦଙ୍ଗାର ହୋଇଛି ଶୁଣାଣୀ । ୧୯୮୪ ଶିଖ ଦଙ୍ଗା ମାମଲାରେ ଅଭିଯୁକ୍ତ ତଥା କଂଗ୍ରେସ ନେତା ସଜ୍ଜନ କୁମାରକୁ ଆଜୀବନ କାରାଦଣ୍ଡ ଶୁଣାଇଛନ୍ତି ଦିଲ୍ଲୀ ହାଇକୋର୍ଟ । ଅପରାଧିକ ଷଡଯନ୍ତ୍ର, ହିଂସା ସୃଷ୍ଟି ଅଭିଯୋଗ ଓ ଦଙ୍ଗା ପାଇଁ ଉସକାଇବା ଭଳି ଅଭିଯୋଗ ଆଧାରରେ ସେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି ।

ପ୍ରାୟ ୩୪ ବର୍ଷ ପରେ ମାମଲାର ଶୁଣାଣୀ କରିଛନ୍ତି କୋର୍ଟ । ସଜ୍ଜନ କୁମାର ନାଁରେ ଗଣହତ୍ୟା ଅଭିଯୋଗ ମଧ୍ୟ ରହିଛି । ୧୯୮୪ ମସିହାରେ ଦିଲ୍ଲୀ ଛାବନୀର ଗୋଟେ ପରିବାରର ୫ଜଣଙ୍କୁ ହତ୍ୟା କରିଥିିବା ଅଭିଯୋଗ ମଧ୍ୟ ସଜ୍ଜନଙ୍କ ନାଁରେ ରହିଛି । ସେପଟେ ସଜ୍ଜନ କୁମାରଙ୍କୁ ଆଜୀବନ କାରାଦଣ୍ଡ ମିଳିବା ପରେ ଏନେଇ ପ୍ରତିକ୍ରିୟା ରଖିଛି ଶିରୋମଣି ଅକାଳଦୀ ଦଳ । ମନଜିତ ସିଂ ସିରସା କୋର୍ଟଙ୍କ ନିଷ୍ପତିକୁ ସ୍ୱାଗତ ଜଣାଇବା ସହ କହିଛନ୍ତି ସଜ୍ଜନ କୁମାର ଓ ଅନ୍ୟତମ ଅଭିଯୁକ୍ତ ଜଗଦୀଶ ଟାଇଟେଲରକୁ ଫାଶୀ ଦଣ୍ଡ ଦେବା ପର୍ଯ୍ୟନ୍ତ ଲଢେଇ ଜାରି ରହିବ । ୩୧ ଡ଼ିସେମ୍ବର ୨୦୧୮ରେ ଆତ୍ମସମର୍ପଣ କରିବେ ସଜ୍ଜନ କୁମାର ।