ପଡକାଷ୍ଟ୍ ଯୋଗୁଁ ଧରାପଡିଲା ଅଭିଯୁକ୍ତ ସ୍ୱାମୀ : ୧୯୮୨ରେ ସ୍ତ୍ରୀକୁ କରିଥିଲା ଗାଏବ

୧୯୮୨ ମସିହାରେ ସିଡନିରୁ ନିରୁଦ୍ଦିଷ୍ଟ ମହିଳାଙ୍କ ସ୍ୱାମୀଙ୍କୁ ଅଷ୍ଟ୍ରେଲୀୟ ପୁଲିସ ଗିରଫ କରିଛି।

165

ଜନପ୍ରିୟ କ୍ରାଇମ୍ ପଡକାଷ୍ଟ୍ ଯୋଗୁଁ ୧୯୮୨ ମସିହାରେ ସିଡନିରୁ ନିରୁଦ୍ଦିଷ୍ଟ ମହିଳାଙ୍କ ସ୍ୱାମୀଙ୍କୁ ଅଷ୍ଟ୍ରେଲୀୟ ପୁଲିସ ଗିରଫ କରିଛି। ରେଡିଓ ଖବର ପ୍ରସାରଣ ପରି ପଡକାଷ୍ଟ୍ ହେଉଛି ଏକ ଜାତୀୟ ଫାଇଲ୍ ଯାହାକୁ ଇଣ୍ଟରନେଟରୁ ଡାଉନଲୋଡ୍ କରି ଏକ କମ୍ପ୍ୟୁଟର୍ ଅଥବା ଏମ୍ପି-ଥ୍ରି ପ୍ଲେୟରରେ ଶୁଣି ହେବ। ନିୟୁ ସାଉଥ୍ ୱେଲସର କର୍ତ୍ତୃପକ୍ଷମାନେ କହିଛନ୍ତି, ୭୦ ବର୍ଷୀୟ କ୍ରିସ୍ ଡ’ସନ୍ ବିରୋଧରେ ଲିନିଟ୍ ଡ’ସନଙ୍କୁ ହତ୍ୟା କରିଥିବା ମାମଲା ରୁଜୁ କରାଯିବ। ତାଙ୍କୁ କୁଇନ୍ସଲାଣ୍ଡରୁ ଗିରଫ କରାଯାଇ ନିୟୁ ସାଉଥ୍ ୱେଲସକୁ ଅଣାଯାଇଛି।

ତାଙ୍କର ଦୁଇଟି ପିଲା ଜନ୍ମ ଦେଇଥିବା ପତ୍ନୀଙ୍କୁ ସେ ହତ୍ୟା କରି ନାହାନ୍ତି ବୋଲି ଡ’ସନ୍ କହିଛନ୍ତି। ଏକ ଧାର୍ମିକ ସଂଗଠନ ନିମନ୍ତେ ତାଙ୍କ ପତ୍ନୀ ପରିବାର ଛାଡ଼ି ଚାଲିଯାଇଥିଲେ। ୨୦୧୮ ପ୍ରାରମ୍ଭରେ ସେ ପରିବାର ରହୁଥିବା ସିଡନିର ଏକ ଘରେ ଯାଞ୍ଚ କରିବା ପରେ ମଧ୍ୟ କୌଣସି ନୂତନ ପ୍ରମାଣ ମିଳି ନଥିଲା। ତିନି ବର୍ଷ ଧରି ତଦନ୍ତ ନବୀକରଣ କରିବା ପରେ ଗିରଫଦାରି ହୋଇଥିବା କଥା ବୁଧବାର ଦିନ କହିଛି। ସୁପରିଣ୍ଟେଣ୍ଡେଣ୍ଟ୍ ସ୍କଟ୍ କୁକ୍ ସାମ୍ବାଦିକମାନଙ୍କୁ କହିଛନ୍ତି, ଏ ମାମଲାରେ ଆମେ ନିଶ୍ଚିତ ଥିଲୁ। ଲିନିଟ୍ ଡ’ସନଙ୍କ ପତ୍ତା ଚିହ୍ନଟ କରିବାର ଉଦ୍ୟମକୁ ଆମେ ଛାଡ଼ି ନଥିଲୁ, କିନ୍ତୁ, ଆମ ମତରେ ଏ ମାମଲା ଚୂଡ଼ାନ୍ତ କରିବା ଗୁରୁତ୍ୱପୂର୍ଣ୍ଣ ନୁହେଁ। ପରିଚିତ ବ୍ୟକ୍ତିଙ୍କ ବିରୋଧରେ ନରହତ୍ୟା ମାମଲା ରୁଜୁ କରିବାକୁ ଦୁଇଟି ଭିନ୍ନ ସରକାରୀ ତଦନ୍ତ ଅନୁମୋଦିତ ହୋଇଥିଲା।

ପୂର୍ବରୁ ଓକିଲମାନେ କହିଥିଲେ କି ମାମଲା ରୁଜୁ କରିବାକୁ ପର୍ଯ୍ୟାପ୍ତ ପ୍ରମାଣ ନାହିଁ। ସେବେଠାରୁ ଲିନିଟ୍ ଡ’ସନଙ୍କର ଟେର୍ ମିଳୁ ନଥିଲା। ୨୦୦୩ର ଏକ ତଦନ୍ତରୁ ଜଣାପଡ଼ିଲା ଯେ ପୂର୍ବତନ ହାଇସ୍କୁଲ୍ ଶିକ୍ଷକ ଏବଂ ରଗବି ଲିଗ୍ ଷ୍ଟାର୍ କ୍ରିସ୍ ଡ’ସନ୍ ତାଙ୍କର ବିବାହ ସମୟରେ କିଶୋରୀ ଛାତ୍ରୀମାନଙ୍କ ସହ ଯୌନକ୍ରିୟାରେ ଲିପ୍ତ ଥିଲେ। ପତ୍ନୀ ନିଖୋଜ ହେବାର ଦୁଇ ଦିନ ପରେ ଜଣେ ୧୬ ବର୍ଷୀୟ ଛାତ୍ରୀ କ୍ରିସଙ୍କ ଘରେ ଯାଇ ରହୁଥିଲେ। ପରେ ଦୁହେଁ ବିଭା ହୋଇଥିଲେ, କିନ୍ତୁ, ପୁଣି ବିବାହ ବିଚ୍ଛେଦ ହୋଇଥିଲା।

୨୦୧୮ରେ ‘ଦି ଟିଚର୍ସ ପେଟ୍’ ଶୀର୍ଷକ ଏକ ପଡ୍କାଷ୍ଟ୍ଏହି ମାମଲାରେ ବିଶ୍ୱର ଦୃଷ୍ଟି ଆକର୍ଷଣ କରିଥିଲା। ଅଷ୍ଟ୍ରେଲୀୟ ଖବରକାଗଜ ଦ୍ୱାରା ପ୍ରକାଶିତ ଏହି ପଡକାଷ୍ଟରେ ମେ ମାସ ଠାରୁ ୨୭ ନିୟୁତରୁ ଅଧିକ ଲୋକ ତାଲିକାଭୁକ୍ତ ହୋଇଥିଲେ। ଡ’ସନ୍ ନିରୁଦ୍ଦିଷ୍ଟ ହେବାର ପ୍ରାରମ୍ଭିକ ବର୍ଷମାନଙ୍କରେ ପୁଲିସ ମାମଲାଟିକୁ ନଷ୍ଟ କରି ଦେଇଥିବା ଉପରେ ଏହି ପଡକାଷ୍ଟ୍ ଆଲୋକପାତ କରିବାରୁ ରାଜ୍ୟ ପୁଲିସ କମିସନର୍ କ୍ଷମାପ୍ରାର୍ଥନା କରିଥିଲେ।