ରିଲଜ ହେଲା ୧୯୨୦ ଲଣ୍ଡନର ଟ୍ରେଲର

53

ରିଲଜ୍ ହୋଇଛି ହରର୍ ମୁଭି ୧୯୨୦ ସିରିଜର ତୃତୀୟ ଭାଗର ଟ୍ରେଲର୍  । ଯାହାର ଟାଇଟେଲ ଅଛି ୧୯୨୦ ଲଣ୍ଡନ୍  । ଫିଲ୍ମର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିଛନ୍ତି ଲୋକପ୍ରିୟ ଅଭିନେତା ଶର୍ମନ୍ ଜୋଶୀ  । ଅନ୍ୟ ପ୍ରମୁଖ ଚରିତ୍ରରେ ଅଭିନୟ କରିଛନ୍ତି ମୀରା ଚୋପ୍ରା ଓ ବିଶାଲ୍  । ତେବେ ପ୍ରଥମ ଓ ଦ୍ୱିତୀୟ ଭାଗର ନିର୍ଦେଶନା ଭୂଷଣ ପଟେଲ୍ ଦେଇଥିବାବେଳେ ସିରିଜର ତୃତୀୟ ଭାଗର ନିର୍ଦେଶନା ଦେଇଛନ୍ତି ଟିନୁ ଦେଶାଇ  । ଅନ୍ୟପଟେ ଟ୍ରେଲର୍ ଆସିବା ପରେ ଏହା ଲୋକପ୍ରିୟତାର ଶିଖରକୁ ଛୁଇଁବାର ଦେଖିବାକୁ ମିଳିଛି  । ଆଉ ଅସମ୍ଭବ ଭାବେ ଭାଇରାଲ୍ ହେବାରେ ଲାଗିଛି ସୋସିଆଲ୍ ମିଡ଼ିଆରେ  । ଏହି ମୁଭିରେ ଦେଖିବାକୁ ମିଳିବ ଅତିଭୌତିକ କଥାବସ୍ତୁ ଆଧାରରେ ପ୍ରସ୍ତୁତ ଏକାଧିକ ରୋମାଂଚକର ସିନ୍ ଓ ସିକୁଏନ୍ସ  । ୧୯୨୦ ସିରିଜ୍ ଏକ ସକସେସଫୁଲ୍ ସିରିଜ୍  । ଯାହାର ପ୍ରତିଟି ଭାଗରେ ଦେଖିବାକୁ ମିଳିଥିଲା ଅନ୍ଧାର ଆଉ ଆଲୁଅର ଲୁଚକାଳି ଖେଳ  । ବକ୍ସ ଅଫିସ କଲେକ୍ସନ୍ ମଧ୍ୟ ଉଭୟ ଫିଲ୍ମର ଥିଲା ଆଶାତୀତ  । ତେବେ ଏହାର ତୃତୀୟ ଭାଗ ବକ୍ସ ଅଫିସ୍ରେ କି କମାଲ କରୁଛି ତାହା ରିଲିଜ ପରେ ହି ଜଣା ପଡିବ  । ଫିଲ୍ମ ୧୯୨୦ ଲଣ୍ଡନ୍ ମେ ୬ ତାରିଖରେ ରୂପେଲି ପରଦାକୁ ଆସିବ  ।