ଗୁଜରାଟରେ ଓଲଟିଲା ସିମେଂଟ୍ ବୋଝେଇ ଟ୍ରକ୍ ! ଭାବନଗର-ଅହମଦାବାଦ ଜାତୀୟ ରାଜପଥରେ ଦୁର୍ଘଟଣା,୧୯ ମୃତ ଓ ୭ ଗୁରୁତର

35

କନକ ବ୍ୟୁରୋ : ଶନିବାର ସକାଳେ ଗୁଜରାଟର ଅନ୍ତର୍ଗତ ଭାବନଗର- ଅହମଦାବାଦ ରାଜପଥ ଅଞ୍ଚଳର ବାଓ୍ଵଲ୍ୟାଲି ଗ୍ରାମ ନିକଟରେ ଗୋଟାଏ ଟ୍ରକ୍‌ ଓଲଟି ପଡ଼ିବାରୁ ପ୍ରାୟ ୧୯ ଜଣ ଲୋକଙ୍କର ମୃତ୍ୟୁ ଘଟିବା ସହ ଅନ୍ୟ ସାତ ଜଣ ଆହତ ହୋଇଛନ୍ତି । ସିମେଣ୍ଟ୍‌ ବୋହି ନେଉଥିବା ଉକ୍ତ ଟ୍ରକ୍‌ରେ ଲୋକମାନେ ବସି ଯାତ୍ରା କରୁଥିବା ପ୍ରକାଶ । ଟ୍ରକ୍‌ଟି ରାତି ପ୍ରାୟ ସାଢ଼େ ଦୁଇଟା ବେଳେ ଓଲଟି ପଡ଼ିବା ପରେ ନୟନଯୋଡ଼ିରେ ପଡ଼ିଯାଇଥିଲା । ସ୍ଥାନୀୟ ପୁଲିସ ଓ ଜିଲ୍ଲା ଅଧିକାରୀମାନେ ଦୁର୍ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଚଳାଇଛନ୍ତି ।

ଆହତମାନଙ୍କୁ ବାଓ୍ଵୟାଲି ଗ୍ରାମରେ ଥିବା ସିଭିଲ୍‌ ହସ୍‌ପିଟାଲ୍‌ରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଛି । ଖୁବ୍‌ ଶୀଘ୍ର ମୃତ ବ୍ୟକ୍ତିମାନଙ୍କର ଶବ ବ୍ୟବଚ୍ଛେଦ ପାଇଁ ପଠାଯିବ । ମୃତ ବ୍ୟକ୍ତିମାନଙ୍କ ମଧ୍ୟରେ ଅଛନ୍ତି ୧୨ ଜଣ ମହିଳା ଏବଂ ତିନି ଜଣ ପିଲା । ସମସ୍ତେ ଗୋଟିଏ ପରିବାରର ବୋଲି ଜଣାପଡ଼ିଛି । ଦୁର୍ଘଟଣା ପରେ ଟ୍ରକ୍‌ ଡ୍ରାଇଭର୍‌ ଘଟଣାସ୍ଥଳରୁ ଫେରା ହୋଇ ଯାଇଛି । ବର୍ତ୍ତମାନ ପାଇଁ ଦୁର୍ଘଟଣାର କାରଣ ଜଣାପଡ଼ି ନାହିଁ ।ଦୁର୍ଘଟଣା କେଉଁ ପରିସ୍ଥିତିରେ ଘଟିଛି ତାହା ଜାଣିବାକୁ ଘଟଣା ସ୍ଥଳରେ ପୁଲିସ ଅନୁସନ୍ଧାନ ଚଳାଇଛି ।