ମାଲକାନଗିରି କାହିଁକି ପାଲଟିଛି ମୃତ୍ୟୁର ଇଲାକା ! କନକ ନ୍ୟୁଜର ଗ୍ରାଉଣ୍ଡ ଜିରୋ ରିପୋର୍ଟ

32

ମାଲକାନଗିରି : ଗଲା କିଛି ଦିନ ଧରି ମାଲକାନଗିରି ପାଲଟିଛି ମୃତ୍ୟୁର ଇଲାକା । ଶବ ଓ ଶୋକାକୁଳ ପରିବେଶର ଚିତ୍ର ସମସ୍ତଙ୍କୁ ବିବ୍ରତ କରିଛି । ଡାକ୍ତର ଅଛନ୍ତି, ବିଶେଷଜ୍ଞ ପହଂଚିଛନ୍ତି, ପ୍ରଶାସନ ମଧ୍ୟ ତତ୍ପର ଅଛି । ହେଲେ ଗୋଟିଏ ପରେ ଗୋଟିଏ ପିଲା ପ୍ରାଣ ହରାଉଛନ୍ତି । କାହିଁକି ରୋକାଯାଇ ପାରୁନି ଜାପାନୀ ଏନସେଫାଲାଇଟିସର ଆତଙ୍କକୁ । ୨୧ ଦିନରେ ୨୨ ଜଣଙ୍କ ମୃତ୍ୟୁ ପରେ ବି ଏ ଉତ୍ତର କାହା ପାଖରେ ନାହିଁ । ମୃତ୍ୟୁର ସତ ପାଖରେ ପହଂଚିଥିଲା କନକ ନ୍ୟୁଜ୍ ।

vlcsnap-2016-10-01-20h22m32s246ଏହି ଚିତ୍ର ହେଉଛି ସଦର ମହକୁମା ଠାରୁ ମାତ୍ର ୧୨ କିଲୋମିଟର ଦୂର ଡଙ୍ଗସଖାଲ ଗାଁ । ଯୁଆଡେ ଚାହିଁବ ସନ୍ତସନ୍ତିଆ ପରିବେଶ । ଘୁଷୁରୀ ଯେଉଁଠି ମଣିଷ ସେଇଛି । ଅସ୍ୱାସ୍ଥ୍ୟକର ବରିବେଶ ଭିତରେ କୁନି ପିଲାଙ୍କ ଜୀବନ । ଏଭଳି ପରିବେଶରେ ଅତି ସହଜରେ ବଂଶ ବିସ୍ତାର କରିଥାଏ ଜାପାନୀ ଏନସେଫାଲାଇଟିସର ଭୂତାଣୁ । ଆଉ ଘୁଷୁରୀଙ୍କ ଦେହରୁ କ୍ୟୁଲେକ୍ସ ମଶା ଜରିଆରେ ମଣିଷ ଦେହକୁ ଦେହକୁ ସଂକ୍ରମିତ ହୋଇଥାଏ । ତେବେ ରୋଗ ପ୍ରତିଶୋଧକ ଶକ୍ତି କମ୍ ଥିବାରୁ ଖୁବ୍ ସହଜରେ ଏ ଛୋଟଛୋଟ ପିଲା ଆକ୍ରାନ୍ତ ହୋଇଥାନ୍ତି ।

ସେପଟେ ଚିକିତ୍ସା ନୁହେଁ ନିରାକରଣର ନାରା ଦେଇଛି ପ୍ରଶାସନ । ଗାଁ ଗାଁରେ ଆରମ୍ଭ କରିଛି ସ୍ୱାସ୍ଥ୍ୟଶିବିର ଓ ସଚେତନତା ।