ବିଜେପୁର ବାଜି ଜିତିବ କିଏ ? ଆଉ ମାତ୍ର ୩ଟି ରାଉଣ୍ଡ ବାକି! ଆଗୁଆ ଅଛି ବିଜେଡି, ପଛରେ ପଡିଛି କଂଗ୍ରେସ

38

କନକ ବ୍ୟୁରୋ : ବିଜେପୁର କୁହୁକ ପେଡି ଖୋଲିବାକୁ ଆଉ ମାତ୍ର ତିନି ରାଉଣ୍ଡ ବାକି ରହିଛି । ମୋଟ ୨୧ ରାଉଣ୍ଡରୁ ୧୮ ରାଉଣ୍ଡ ଭୋଟ ଗଣତି ଶେଷ ହୋଇଛି । ୧୮ ତମ ରାଉଣ୍ଡ ଶେଷ ସୁଦ୍ଧା ବିଜେଡି ପ୍ରାର୍ଥୀ ରୀତା ସାହୁ ଆଗୁଆ ରହିଛନ୍ତି । ରୀତା ନିକଟତମ ପ୍ରତିଦ୍ୱନ୍ଦୀ ତଥା ବିଜେପି ପ୍ରାର୍ଥୀ ଅଶୋକ ପାଣିଗ୍ରାହୀଙ୍କ ଠାରୁ ୩୮୨୬୮ ଭୋଟରେ ଆଗୁଆ ରହିଛନ୍ତି । ୧୮ ତମ ରାଉଣ୍ଡରେ ବିଜେଡିକୁ ୪୩୫୪ ଭୋଟ ମିଳିଥିବା ବେଳେ ବିଜେପିକୁ ୩୨୨୪ଟି ଭୋଟ ମିଳିଛି । ସେହିଭଳି କଂଗ୍ରେସ ପାଇଛି ମୋଟ ୭୦୧ଟି ଭୋଟ । ସେହିଭଳି ୧୧ ତମ ରାଉଣ୍ଡରେ ମୋଟ ୯୦ଟି ଭୋଟ ନୋଟାରେ ପଡିଛି ।

୧୧ ତମ ରାଉଣ୍ଡ ଶେଷ ସୁଦ୍ଧା ମୋଟାମୋଟି ଭାବେ ବିଜେଡି ପ୍ରାର୍ଥୀ ରୀତା ସାହୁ ୯୩୨୮୩ଟି ଭୋଟ ପାଇଥିବା ବେଳେ ବିଜେପିକୁ ମିଳିଛି ୫୫୦୧୫ଟି ଭୋଟ । କଂଗ୍ରେସ ପ୍ରତି ରାଉଣ୍ଡରେ ପଛରେ ରହିବା ସହ ମୋଟ ୭୯୧୪ଟି ଭୋଟ ହାତେଇବାରେ ସକ୍ଷମ ହୋଇଛି । ସବୁଠାରୁୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ନୋଟାରେ ମୋଟ ୧୪୮୫ଟି ଭୋଟ ପଡିଛି । ଏହି ଟ୍ରେଣ୍ଡ ସାମ୍ନାକୁ ଆସିବା ପରେ ବିଜେଡି ଶିବିରରେ ଉତ୍ସବର ମାହୋଲ ଦେଖା ଦେଇଛି । ରୀତା ସାହୁ ଏନେଇ ବିଜେପୁରବାସୀ ଓ ନବୀନ ପଟ୍ଟନାୟକଙ୍କୁ ଶ୍ରେୟ ଦେଇଛନ୍ତି ।