PUBG ପାଇଁ ଜୀବନ ଗଲା ! ପବଜି ଖେଳିନପାରିବାରୁ ପଙ୍ଖାରେ ଝୁଲି ଜୀବନ ହାରିଲେ ତରୁଣ 

584

PUBG ର ନାଁ ତ ଶୁଣିଥିବେ । ଏହି ଗେମ୍ ବର୍ଷ ୨୦୧୮ରେ ଏତେ ଲୋକପ୍ର୍ରିୟତା ହାସଲ କରିଛି କି ଅନ୍ୟ ଗେମ୍ ବି ଏତେ ହୋଇନଥିବ । ଭାରତ ସମେତ ସାରା ଦୁନିଆରେ ଏହି ଗେମର ଲୋକପ୍ର୍ରିୟତା ଦିନକୁ ଦିନ ବହୁତ ଦ୍ରୁତ ଗତିରେ ବଢ଼ି ବଢ଼ି ଚାଲିଛି । ଯେଉଁ ପ୍ରକାରର ଏହି ଗେମର ଲୋକପ୍ରିୟତା ବଢ଼ି ବଢ଼ି ଚାଲିଛି, ସେହି ପ୍ରକାରର ଗେମ୍ କାରଣରୁ ଖରାପ ଓ ଦୁଃଖଦ ଖବର ବଢ଼ି ବଢ଼ି ଚାଲିଛି । ପୁଣି ଏକ ଦୁଃଖଦ ଖବର ସାମନାକୁ ଆସିଛି । ଯେଉଁଥିରେ ୧୮ ବର୍ଷୀୟ ଜଣେ ତରୁଣ ପବଜି ଖେଳିନପାରିବା କାରଣରୁ ଆତ୍ମହତ୍ୟା କରିଛନ୍ତି । ମୁମ୍ବାଇର କୁର୍ଲା ସ୍ଥିତ ନେହେରୁ ନଗର ଅଂଚଳର ନିବାସୀ ୧୮ ବର୍ଷୀୟ ଜଣେ ତରୁଣ ପଙ୍ଖାରେ ଝୁଲି ଆତ୍ମହତ୍ୟା କରିଛନ୍ତି ।

ସୂଚନାଯୋଗ୍ୟ, ଏହି ମୃତ ତରୁଣଙ୍କ ମୁଣ୍ଡରେ ପବଜି ଖେଳିବାର ଭୁତ ଚଢ଼ିଥିଲା । ଯୁବକ ଜଣକ ନିଜ ପରିବାରକୁ ପବଜି ଖେଳିବା ପାଇଁ ଏକ ଭଲ ସ୍ମାର୍ଟଫୋନ୍ କିଣିଦେବା ପାଇଁ କହିଥିଲେ । ସେ ଯେଉଁ ସ୍ମାର୍ଟଫୋନର ଦାବି କରୁଥିଲେ ତାହାର ମୂଲ୍ୟ ପାଖାପାଖି ୩୭,୦୦୦ ଟଙ୍କା । ମାଆ-ବାପା ଏତେ ମହଙ୍ଗା ସ୍ମାର୍ଟଫୋନ୍ କିଣିଦେବାକୁ ଅସମର୍ଥ ଥିଲେ । ସେ ନିଜ ପୁଅକୁ ୨୦,୦୦୦ ଟଙ୍କା ପର୍ଯ୍ୟନ୍ତର କୌଣସି ସ୍ମାର୍ଟଫୋନ୍ କିଣିଦେବାକୁ କହୁଥିଲେ, କିନ୍ତୁ ତରୁଣ ପବଜିର ମଜା ନେବା ପାଇଁ କେବଳ ୩୭,୦୦୦ ଟଙ୍କିଆ ମହଙ୍ଗା ଓ ଭଲ ସ୍ମାର୍ଟଫୋନ୍ ଚାହୁଁଥିଲେ । ଏହି କଥାରେ ତରୁଣ ଜଣକ ଆତ୍ମହତ୍ୟା କରି ନିଜର ଜୀବନ ହାରିଲେ । ପୁଲିସ ଏବେ ଆକସ୍ମିକ ମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ପ୍ରକ୍ରିୟା ଆରମ୍ଭ କରିଛି । ଏହା ଏକ ଆଶ୍ଚର୍ଯ୍ୟକର ଦୁଃଖଦ ଘଟଣା ।