ଜୀବନ ନେଲା ବିଷାକ୍ତ ମଦ ! ୟୁପି, ବିହାର ଓ ଉତ୍ତରାଖଣ୍ଡରେ ଅପମିଶ୍ରିତ ମଦ ପିଇ ୨୮ ଜଣଙ୍କ ମୃତ୍ୟୁ

ଜଣେ ଅବକାରୀ ଓ ୪ ପୁଲିସକର୍ମୀ ନିଲମ୍ବିତ- ଯୋଗୀଙ୍କ ତଦନ୍ତ ନିର୍ଦ୍ଦେଶ ।

141

କନକ ବ୍ୟୁରୋ: ପୁଣି ଜୀବନ ନେଲା ବିଷାକ୍ତ ମଦ । ବିହାର, ୟୁପି ଓ ଉତ୍ତରାଖଣ୍ଡରେ ବିଷାକ୍ତ ମଦ ପିଇ ୨୮ଜଣଲୋକ ପ୍ରାଣ ହରାଇଛନ୍ତି । ୟୁପିର କୁଶିନଗରରେ ସବୁଠାରୁ ଅଧିକ ବ୍ୟକ୍ତି ମୃତ୍ୟୁବରଣ କରିଥିବା ଜଣାପଡ଼ିଛି । ଅନ୍ୟପଟେ ୟୁପି ସହାରନପୁର ଜିଲ୍ଲାର ଦେବବନ୍ଧ ଅଂଚଳରେ ୫ଜଣ ପ୍ରାଣ ହରାଇଛନ୍ତି । ଏଠାରେ ୧୦ ଗୁରୁତର ବ୍ୟକ୍ତିଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ଜଣାପଡ଼ିଛି ।

କୁଶିନଗରରେ ବିଷାକ୍ତ ମଦ ପିଇ ୯ଜଣ ଲୋକ ପ୍ରାଣ ହରାଇଛନ୍ତି । ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଘଟଣାର ତୁରନ୍ତ ଯାଂଚର ଆଦେଶ ଦେଇଥିବା ବେଳେ ଜଣେ ଅବକାରୀ ଓ ୪ଜଣ ପୁଲିସକର୍ମୀଙ୍କୁ ନିଲମ୍ବିତ କରା ଯାଇଛି । ଅନ୍ୟପଟେ ଏହି ଘଟଣା ସ୍ଥାନୀୟ ଅଂଚଳରେ ଶୋକ ଖେଳାଇଦେଇଛି ।