ଦୁବାଇ ଜଙ୍ଗଲ, ଦେଉଛି ଯନ୍ତ୍ରଣା: ୪ ଦିନ ହେବ ଭୋକ ଉପାସରେ ଫସିରହିଛନ୍ତି ୧୮ ଓଡ଼ିଆ ଶ୍ରମିକ, ଘରକୁ ଫେରିବା ପାଇଁ ଭିଡ଼ିଓ ଜରିଆରେ କଲେ ଗୁହାରି ।

ପରିବାରର ପେଟ ପୋଷିବାକୁ ଗାଁଠୁ ଦୂର ଦୁବାଇ ଯାଇଥିବା ଓଡ଼ିଆ ଶ୍ରମିକ ପାଉଛନ୍ତି ଦୁଃଖ । ପୁଣି ଦୁବାଇରେ ଫସି ରହିଛନ୍ତି ଓଡିଆ ବୋଲି ଖବର ସାମ୍ନାକୁ ଆସିଛି ।

555

କନକ ବ୍ୟୁରୋ: ପରିବାରର ପେଟ ପୋଷିବାକୁ ଗାଁଠୁ ଦୂର ଦୁବାଇ ଯାଇଥିବା ଓଡ଼ିଆ ଶ୍ରମିକ ପାଉଛନ୍ତି ଦୁଃଖ । ପୁଣି ଦୁବାଇରେ ଫସି ରହିଛନ୍ତି ଓଡିଆ ବୋଲି ଖବର ସାମ୍ନାକୁ ଆସିଛି । ସୂଚନା ମୁତାବକ ଗଂଜାମ ପୋଲସରା ଅଂଚଳ ମାଣିକପୁର ଗାଁର ୧୮ ଜଣ ଓଡିଆ ଦୁବାଇରେ ଫସି ରହିଛନ୍ତି । ଆଉ ସବୁଠାରୁ ଛାତିଥରା କଥା କି, ୪ ଦିନ ହେବ ସେମାନେ ଭୋକ ଉପାସରେ ଜଙ୍ଗଲରେ ଜୀବନ କାଟୁଛନ୍ତି ।

ସେପଟେ ଫସି ରହିଥିବା ଓଡିଆ ଏକ ଭିଡିଓ ଜାରି କରିଛନ୍ତି । ଭିଡିଓରେ ସେମାନେ ଓଡିଶା ଫେରିବା ପାଇଁ ଗୁହାରି କରିଛନ୍ତି । ଆଉ କହିଛନ୍ତି କି, ଜଣେ ଏଜେଂଟ ତାଙ୍କୁ ସେଠାରେ ଫସାଇଦେଇଛି । ଯାହାଫଳରେ ଗତ ୪ ଦିନ ହେବ ନା ତାଙ୍କୁ ଖାଇବାକୁ ମିଳୁଛି ନା ଶୋଇବା ପାଇଁ ଜାଗାଟିଏ । ତେଣୁ ଏ ଯନ୍ତ୍ରଣାରୁ ମୁକ୍ତି ପାଇଁ ସେଠାରୁ ଉଦ୍ଧାର କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକକୁ ଭିଡିଓ ମାଧ୍ୟମରେ ଅନୁରୋଧ କରିଛନ୍ତି ଫସି ରହିଥିବା ଓଡ଼ିଆ ।

ଅନ୍ୟପଟେ ଦୁବାଇରେ ଫସି ରହିଥିବା ଘଟଣା ଜାଣିବା ପରେ ପରିବାର ଲୋକେ ଭାଙ୍ଗି ପଡ଼ିଛନ୍ତି । ଆଉ ଅଭିଯୋଗ କରିଛନ୍ତି କି, ସେହି ଗାଁର କାର୍ତ୍ତିକ ଜେନା ମାସିକ ପାରିଶ୍ରମିକ ମିଳିବ ୩୫ ହଜାର ପାରିଶ୍ରମିକ ମିଳିବ କହି ଏଠାରୁ ସେମାନଙ୍କୁ ନେଇଥିଲା । ହେଲେ ୭ ମାସ ବିତିଗଲା ପରେ ମଧ୍ୟ କିଛି ନ ପଇସା ନଦେଇ ମାଡ଼ ମାରୁଛନ୍ତି ଓ ଖାଇବା ନ ଦେଇ ଜୀବନରୁ ମାରିଦେବେକୁ ଧମକ ଦେଉଛନ୍ତି । ଜଙ୍ଗଲରେ ରହି ଜୀବନ କାଟୁଥିବାରୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଫେରିବାକୁ ପାଇଁ ଭିଡ଼ିଓ ଜରିଆରେ ଗୁହାରୀ କରିଛନ୍ତି ଫସିଥିବା ଓଡ଼ିଆ ଶ୍ରମିକ ।