କୁନି ଝିଅର କମାଲ : ୧୮ ମାସରେ ଚିହ୍ନି ପାରୁଛି ଦେଶବିଦେଶର ମୁଦ୍ରା।

46

ଏକଥା ବିଶ୍ୱାସ ନହେଲେ ବି ସତ । ବୟସ ମାତ୍ର ୧୮ ମାସ । ହେଲେ ଏ କୁନି ଝିଅ ଆଦଭିକା ବାଲେ ଦେଖାଇଛି ତାର ଛୋଟ ବୁଦ୍ଧିରେ ବିରାଟର କମାଲ । ଚଟାପଟ ଦେଉଛି ସବୁ ପ୍ରଶ୍ନର ଉତର । ୨୬ଟି ଦେଶର ମୁଦ୍ରା ବେଶ୍ ଆରାମରେ ଚିହ୍ନି ଦେଉଛି ଏବଂ ବିଶ୍ୱର ସପ୍ତାଶ୍ଚର୍ୟ୍ୟଙ୍କ ନାଁ ମଧ୍ୟ କହିଦେଉଛି । ପଶୁପକ୍ଷୀମାନଙ୍କ ନାଁକୁ ମଧ୍ୟ ଇଂରାଜୀରୁ ମରାଠୀକୁ ଅନୁବାଦ କରିଦେଇପାରୁଛି ଆରାମରେ ।

ମାଁ ଅସାବରୀ ବାଲେ ଆଶ୍ଚର୍ୟ୍ୟ ହୋଇଯାଇଥିଲେ ଯେତେବେଳେ ଗତ ମାସରେ ଝିଅ ଠିକରେ କଥା କହିବା ଆରମ୍ଭ କଲା । ଆଦଭିକାକୁ ୬ ମାସ ଯେବେ ହେଲା ମାଁ କହୁଥିବା ସବୁ କଥାକୁ ଠିକରେ ନକଲ କରି କହିଦେଉଥିଲା । ଆଦଭିକା ଯେତେବେଳ ଗୁରୁଣ୍ଡିବା ଆରମ୍ଭ କଲା ,ମାଁ ଝିଅକୁ ବିଭିନ୍ନ ବର୍ଣ୍ଣମାଳା, ବିଭିନ୍ନ ଫଳ ଓ ପଶୁପକ୍ଷୀଙ୍କ ଛବି ଚିହ୍ନାଇବା ଆରମ୍ଭ କଲେ । ଆଦଭିକା ଯେତେବେଳ ୮ ମାସର ହୋଇଗଲା ସେତେବେଳେ ତାକୁ ତାର ମାଁ ବିଭିନ୍ନ ଦେଶ ଓ ତାର ମୁଦ୍ରା ଏବଂ ବିଶ୍ୱର ଆଶ୍ଚର୍ୟ୍ୟକର ଜିନିଷ ବିଷୟରେ କହିଲେ । ଆଦଭିକା ମଧ୍ୟ ସହଜରେ ମାଁଙ୍କଠାରୁ ସବୁ ଶିଖିଗଲା । ମାଁଙ୍କୁ ଏହା ଯେତେ ଚକିତ କରୁଥିଲା ,ଝିଅର ଏଭଳି ବୋଧଶକ୍ତି ଦେଖି ଖୁସି ବି ହେଉଥିଲେ ।

ଆଦଭିକାର ବାପା କୁହନ୍ତି ତାକୁ ୧୦ ବର୍ଷ ବେଳକୁ ଶରୀରର ସବୁ ଅଙ୍ଗକୁ ଚିହ୍ନି ସାରିଥିଲା । ଟାଇମ୍ସ ଅଫ୍ ଇଣ୍ଡିଆ ଆଦଭିକା ସହ ୨ ଘଂଟା ବିତାଇଥିଲେ । ତାର ବାପାମାଁ ପ୍ରସ୍ତୁତ କରିଥିବା ୧୦୦ଟି ପ୍ରଶ୍ନ ପଚାରିଥିଲେ ଏବଂ ଆଦଭିକା ଖୁବ୍ ସହଜରେ ସବୁ ଠିକ୍ ଠିକ୍ ଉତର ଦେଇଥିଲା । ଆଦଭିକା ବୟସର ପିଲାମାନେ ଖେଳକୁଦରେ ମାତିଥିବା ବେଳେ ,ଆଦଭିକା କିନ୍ତୁ ଖାଲି ପାଠ ପଢାରେ ହିଁ ସମୟ ବିତାଉଛି । ଏବେ କେବଳ ବହି ହିଁ ତାର ସାଥୀ ସାଜିଛି । ଏହି ଅଦ୍ଭୂତ ଝିଅ ଆଦଭିକାକୁ ନେଇ ଏବେ ଚାରିଆଡେ ଚର୍ଚ୍ଚା।