ଭାରତକୁ ସମଗ୍ର ପୃଥିବୀରେ ସ୍ୱତନ୍ତ୍ର ବୋଲି ପ୍ରମାଣିତ କରିଛି ଏହାର ବିଭିନ୍ନତା ଭିତରେ ଏକତା ବୈଶିଷ୍ଟ୍ୟ । ବହୁ ଭାଷା, ବହୁ ସଂସ୍କୃତି ଓ ବହୁ ଧର୍ମ ଥିଲେ ହେଁ ଭାରତ ସବୁବେଳେ ଏକ ଓ ଆମର ଶକ୍ତି ହେଉଛି ଧୈର୍ଯ୍ୟ । ଭାରତର ଆତ୍ମା ହେଉଛି ଧୈର୍ଯ୍ୟ ଓ ବିଭିନ୍ନତା ଭିତରେ ଏକତା । ଆମ ଚଳଣି, ଆମ ଭାଷା, ଆମ ସଂସ୍କୃତି ଭିନ୍ନ ଭିନ୍ନ ହୋଇଥଲେ ମଧ୍ୟ ଆମେ ଏକ । ବିଭିନ୍ନତା ଭିତରେ ଏକତା ହେଉଛି ଆମ ଦେଶର ମହାନତା । ଆମ ଦେଶରେ ଏପରି ଅନେକ ପରମ୍ପରା ରହିଛି ଯାହା ଖୁବ୍ ଆଶ୍ଚର୍ଯ୍ୟକର ହେଲେ ନିରାଟ ସତ । ତେବେ ଆସନ୍ତୁ ଜାଣିବା ଏମିତି ଏକ ନିଆରା ପରମ୍ପରା ବିଷୟରେ ଯାହା ଶୁଣି ଯେ କେହି ଆଶ୍ଚର୍ଯ୍ୟ ହେବ । ଭାରତର ଆସାମରେ ଏକ ଏପରି ପରମ୍ପରା ଅନେକ କାଳରୁ ପାଳନ କରାଯାଉଛି, ଯାହା କେବଳ ଏକ ଚିରାଚରିତ ପରମ୍ପରା ନୁହେଁ ଏହା ପ୍ରକୃତି ସହିତ ମଧ୍ୟ ଜଡ଼ିତ ।

ଆସାମରେ ଲୋକାମାନେ ବେଙ୍ଗ ଓ ବେୁଙ୍ଗୁଲୀର ବିବାହ କରାନ୍ତି । ଏଠାର ଲୋକଙ୍କ ଅନୁସାରେ ଏପରି କରିବା ଦ୍ୱାରା ପ୍ରକୃତି ମା’ ପ୍ରସନ୍ନ ହୁଅନ୍ତି ଓ ଯାଦ୍ୱାଦ୍ୱରା ବର୍ଷା ହୁଏ । ଆସାମ ଧାନ ଚାଷ ପାଇଁ ବହୁତ ଲୋକପ୍ରିୟ । ତେବେ ଧାନ ଚାଷ ପାଇଁ ଅଧିକ ପାଣିର ଆବଶ୍ୟକଥା ପଡ଼ିଥାଏ । ବହୁତ ସମୟ ଧରି ଏଠାରେ ବର୍ଷା ନହେଲେ, କୃଷକମାନେ ଇନ୍ଦ୍ର ଦେବଙ୍କୁ ପ୍ରସନ୍ନ କରିବା ପାଇଁ ଓ ବର୍ଷା ହେବା ପାଇଁ ଏପରି ଏକ ପରମ୍ପରା ପାଳନ କରନ୍ତି । ଲୋକଙ୍କ କହିବା ଅନୁସାରେ ପ୍ରଥମେ ବେଙ୍ଗ ବେଙ୍ଗୁଲୀଙ୍କୁ ବର୍ଷା ପାଇଁ ମନେଇବାକୁ ପନେ । ତା’ପରେ ଇନ୍ଦ୍ରଦେବ ପ୍ରସନ୍ତ ରୁହନ୍ତି । ମାନ୍ୟତା ଅନୁସାରେ ଲୋକାମନେ ମିଳିତ ଭାବେ ବେଙ୍ଗ ଓ ବେଙ୍ଗୁଲୀର ବିବାହ କରାନ୍ତି । ବେଙ୍ଗ ବେଙ୍ଗୁଲୀର ବିବାହ କରାଇବା ପରେ ଲୋକେ ତାଙ୍କୁ ଛାଡ଼ି ଦିଅନ୍ତି । ବିବାହର ସମସ୍ତ ଖର୍ଚ୍ଚ ଗାଁ ଲୋକ ମିଳିମିଶି କରନ୍ତି । ଆସାମରେ ଏହାକୁ ‘ବେଖୁଲୀ ବିବାହ’ କୁହନ୍ତି । ଆସାମୀ ଭାଷାରେ ବେଖୁଲୀର ଅର୍ଥ ବେଙ୍ଗ । ତେବେ ଏଥିରେ କେତେ ସତ୍ୟତା ରହିଛି ସେ କଥା ସେମାନେ ହିଁ ଜାଣନ୍ତି । ତେବେ ପୂର୍ବପୁରୁଷରୁ ରହି ଆସିଥିବା ଏହି ପରମ୍ପରାକୁ ଏବେ ବି ପାଳନ କରୁଛନ୍ତି ଲୋକେ ।

ସୌଜନ୍ୟ-ନ୍ୟୁଜ୍ ୧୮