ଏକ ବର୍ଷ ମଧ୍ୟରେ ମୁଖ୍ୟସ୍ରୋତକୁ ଫେରିଲେ ୧୭ ଆତଙ୍କୀ ! ସୁରକ୍ଷା ଏଜେନ୍ସି ଗୁଡ଼ିକ ପାଇଁ ବଡ଼ ସଫଳତା

48

କନକ ବ୍ୟୁରୋ : ପ୍ରାୟ ସମୟରେ ଜାମ୍ମୁ-କାଶ୍ମୀରର ଯୁବକମାନେ ଚାପରେ ହେଉ କି ସ୍ୱଇଚ୍ଛାରେ ହେଉ ଆତଙ୍କୀ ସଂଗଠରେ ଯୋଗ ଦେଉଛନ୍ତି । ତେବେ ସେଥି ମଧ୍ୟରୁ କିଛି ଦୁର୍ଦ୍ଦଶ ଆତଙ୍କବାଦୀ ପାଲଟି ଯାଉଛନ୍ତି ତ ଆଉ କିଛି ଆତଙ୍କ ନର୍କରୁ ଫେରି ଆସୁଛନ୍ତି । ନିକଟରେ ଏପରି କିଛି ଘଟଣା ଦେଖିବା ପାଇଁ ମିଳିଛି । ଆତଙ୍କୀ ସଂଗଠନକୁ ବାଏ ବାଏ  କରିଛନ୍ତି କିଛି ଆତଙ୍କବାଦୀ । ଗୋଟିଏ ବର୍ଷ ଭିତରେ ମୁଖ୍ୟସ୍ରୋତକୁ ଫେରିଛନ୍ତି ୧୭ ଆତଙ୍କୀ । ତେବେ ଏହା ସୁରକ୍ଷା ଏଜେନ୍ସି ଗୁଡ଼ିକ ପାଇଁ ବଡ଼ ସଫଳତା ଆଣି ଦେଇଛି । କାଶ୍ମୀର ଘାଟିରେ ଗତ ଏକ ବର୍ଷ ଭିତରେ ୧୭ ଜଣ ଯୁବକ, ଆତଙ୍କବାଦ ପରି ଅଫେରା ରାସ୍ତାରୁ ଫେରି ଆସିଛନ୍ତି । ଏବଂ ମୁଖ୍ୟସ୍ରୋତରେ ସାମିଲ ହୋଇଛନ୍ତି । ସୈନ୍ୟ ସୂତ୍ର ଅନୁସାରେ ଯେଉଁ ଆତଙ୍କବାଦୀମାନେ ଆତ୍ମସମର୍ପଣ କରି ମୁଖ୍ୟସ୍ରୋତରେ ସାମିଲ ହୁଅନ୍ତି, ତାଙ୍କୁ ସୁରକ୍ଷା ପ୍ରତି ବିଶେଷ ଧ୍ୟାନ ଦିଆଯାଏ । କାରଣ ତାଙ୍କର ଜୀବନ ପ୍ରତି ଥାଏ ଘୋର ବିପଦ ।

 

 

 

 

 

 

 

 

 

 

 

 

ତେବେ ଖବର ଅନୁସାରେ ବିଗତ ଏକ ବର୍ଷ ମଧ୍ୟରେ ୧୭ ଜଣ ଯୁକ,ବ ଆତଙ୍କବାଦରୁ ନିଜକୁ ଫେରାଇ ଆଣିବାରେ ସଫଳ ହୋଇଛନ୍ତି । ବିଗତ ୬/୭ ମାସ ମଧ୍ୟରେ ପ୍ରାୟ ୬୦ରୁ ୭୦ ଯୁବ ଯୁବକ ଆତଙ୍କବାଦୀ ସଂଗଠନରେ ସାମିଲ ହୋଇଛନ୍ତି । ସୈନ୍ୟ ସୂତ୍ରରୁ ପ୍ରକାଶ, ସୁରକ୍ଷା ଏଜେନ୍ସି ଗୁଡ଼ିକ ଏପରି ଯୁବକମାନଙ୍କୁ ଆତଙ୍କବାଦ ପରି ନର୍କରୁ ମୁଖ୍ୟ ସ୍ରାତକୁ ଫେରାଇବା ପାଇଁ ସବୁବେଳେ ଚେଷ୍ଟା କରନ୍ତି । ଯାହାଦ୍ୱାରା ସେମାନେ ସାଧାରଣ ଜୀବନଯାପନ କରିପାରିବେ ।

ସୂଚନଯୋଗ୍ୟ ଗତକାଲି ଖବର ଆସିଥିଲା ୨୦ ବର୍ଷିଅ ଯୁବକ ମଜିଦ୍ ଅର୍ସିଦ ଖାନ୍ ଆତଙ୍କବାଦୀ ସଂଗଠନ ଲସ୍କର-ଏ-ତୋଇବାରେ ଯୋଗ ଦେବା ପରେ ପୁଲିସ ପାଖରେ ଆତ୍ମସମର୍ପଣ କରିଛନ୍ତି । ଏକ ଜାତୀୟ ଗଣମାଧ୍ୟମ ଚ୍ୟାନେଲରେ ଅର୍ସିଦ ନିଜ ମାଆଙ୍କୁ ବିକଳ ହୋଇ କାନ୍ଦୁଥିବା ଅବସ୍ଥାରେ ଦେଖିବା ପରେ ସେ ମନ ପରିବର୍ତ୍ତନ କରି ଆତ୍ମସମର୍ପଣ କରିଥିଲେ । ଅନନ୍ତନାଗର ଫୁଟବଲ୍ ଖେଳାଳୀ ଅର୍ସିଦ ଲସ୍କର-ଇ-ତୋଇବାରେ ଯୋଗ ଦେଇଥିବା ନେଇ ନିଜ ଫେସବୁକ୍ ପେଜରେ ଉଲ୍ଲେଖ କରିଥିଲେ । ତେବେ ଅର୍ସିଦ ଲସ୍କର-ଏ-ତୋଇବାରେ ଯୋଗ ଦେବା ପରେ ତାଙ୍କ ମା’ ଭାଙ୍ଗି ପଡ଼ିଥିଲେ । ପରବର୍ତ୍ତୀ ମୁହୂର୍ତ୍ତରେ ଅର୍ସିଦଙ୍କ ମାଆଙ୍କର ଏକ ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଥିଲା । ଯାହାଦେଖି ଅର୍ସିଦଙ୍କ ହୃଦୟ ତରଳି ଯାଇଥିଲା ଓ ସେ ଆତ୍ମସମର୍ପଣ କରିଥିଲେ ।