ଆନ୍ଧ୍ରପ୍ରଦେଶର କୃଷ୍ଣା ନଦୀରେ ଓଲଟିଲା ଡଂଗା ! ୧୬ଜ ଜଣଙ୍କ ଗଲା ଜୀବନ, ଏବେ ବି ଅନେକ ନିଖୋଜ

69

କନକ ବ୍ୟୁରୋ : ଆନ୍ଧ୍ରପ୍ରଦେଶର କୃଷ୍ଣା ନଦୀରେ ଡଂଗା ବୁଡି ୧୬ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୭ ଜଣ ନିଖୋଜ ଅଛନ୍ତି । ଏବେ ବି ନଦୀରେ ସର୍ଚ ଅପରେସନ ଜାରି ରହିଛି । କୃଷ୍ଣା ଜିଲାର ଇବ୍ରାହିମପଟନମରେ ଏହି ଦୁର୍ଘଟଣା ଘଟିଛି । ପୋଲିସର ସୁଚନାମୁତାବକ ଡଂଗାରେ ୩୦ ଜଣ ଯାତ୍ରୀ ଥିଲେ । ପିକନିକ କରିବାକୁ ଲୋକମାନେ ନଦୀର ଆରପଟକୁ ଯାଇଫେରୁଥିଲେ । ତେବେ ଗୋଦାବରୀ ନଦୀ ଓ କୃଷ୍ନା ନଦୀର ମିଳନସ୍ଥଳରେ ପ୍ରବଳ ପାଣି ଥିବାରୁ ଏହି ଦୁର୍ଘଟଣା ଘଟିଛି । ଅନ୍ୟପଟେ ଡଂଗାରେ କ୍ଷମତାଠାରୁ ଅତ୍ୟଧିକ ଲୋକ ଥିବାରୁ ଭାରସାମ୍ୟ ହରାଇ ଡଂଗା ବୁଡିଥିବାର ସ୍ଥାନୀୟ ପ୍ରଶାସନ ପକ୍ଷରୁ କୁହାଯାଇଛୁ ।

 

 

 

 

 

 

 

ପୁଲିସ ଏ ପର୍ଯ୍ୟନ୍ତ ୧୩ ଜଣ ଲୋକଙ୍କ ଶବ ଉଦ୍ଧାର କରିଥିବାବେଳେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଉଦ୍ଧାର କାର୍ଯ୍ୟ ପାଇଁ ଏନଡିଆରଏଫ ସାମିଲ ହୋଇଛି । ପୋଲିସ ପକ୍ଷରୁ କୁହାଯାଇଛି ଯେ ଦୁଇ ନଦୀର ମିଳନସ୍ଥଳ ଦେଖିବାକୁ ଲୋକମାନେ ଡଂଗାର ସାମନାପଟକୁ ଏକାସଂଗେ ଚାଲିଆସିବାରୁ ଏହି ଅଘଟଣ ଘଟିଛି ତେବେ ପର୍ଯ୍ୟଟନ ମନ୍ତ୍ରୀ ଭୁମା ଅଖିଳାପ୍ରିୟା ଘଟଣାର ତଦନ୍ତ ନିର୍ଦ୍ଦେଶ ଦେବା ସହ ଡଂଗାଟିର ଲାଇସେନସ ଥିଲା ସେ ବାବଦରେ ଅନୁସନ୍ଧାନ କରାଯିବ ବୋଲି କହିଛନ୍ତି । ମୁଖ୍ୟମନ୍ତ୍ରୀ ଏନ ଚନ୍ଦ୍ରବାବୁ ନାଇଡୁ ଗଭୀର ଦୁଖ ପ୍ରକାଶ କରିବା ସହ ମୃତକଙ୍କ ସଂପର୍କୀୟଙ୍କୁ ୫ ଲକ୍ଷ ଟଙ୍କା ଲେଖାଏଁ ସହାୟତା ଦେବାକୁ ଘୋଷଣା କରିଛନ୍ତି ।