କନକ ବ୍ୟୁରୋ : ଭୂମିକମ୍ପ ହେଲେ ଓଡ଼ିଶାରେ ସାଂଘାତିକ ସ୍ଥିତି ଉପୁଜିବ । ଓଡ଼ିଶାର ୩୦ଟି ଜିଲ୍ଲା ମଧ୍ୟରୁ ଅନ୍ୟୂନ ୧୭ଟି ଜିଲ୍ଲା ଓ ଏଥିରେ ଥିବା ୪୩ଟି ସହର ସମେତ ବହୁ ଗାଁ ଗଣ୍ତା ଭୂମିକମ୍ପ ପ୍ରବଣ ଅଞ୍ଚଳରେ ରହିଛି। ଅନ୍ୟୂନ ୮୦ ଲକ୍ଷ ଲୋକଙ୍କ ବସତି ଭୂକମ୍ପ ବଳୟର ଜୋନ୍-୨ ଓ ଜୋନ୍-୩ରେ ଥିବା ଜଣାପଡ଼ିଛି।
Kanak News is now on WhatsApp
Join and get latest news updates delivered to you via WhatsApp
ରାଜଧାନୀ ଭୁବନେଶ୍ବର ସମେତ କଟକ, ସମ୍ବଲପୁର, ଝାରସୁଗୁଡ଼ା, ତାଳଚେର, ଅନୁଗୁଳ, ବାଲେଶ୍ବର, ଢେଙ୍କାନାଳ, ପାରାଦୀପ ଆଦି ସହରାଞ୍ଚଳ ଓ ତାହାର ଆଖପାଖ ଗାଁଗୁଡ଼ିକ ପ୍ରତି ଭୂମିକମ୍ପର ବିପଦ ରହିଛି। ବିଶେଷ କରି ମହାନଦୀ ଅବବାହିକା ଓ ବ୍ରାହ୍ମଣୀ ଉପତ୍ୟକା ଅଞ୍ଚଳ ଢେର୍ ଅଧିକ ଭୂମିକମ୍ପ ପ୍ରବଣ ବୋଲି ଜଣାପଡ଼ିଛି।ବୈଜ୍ଞାନିକମାନେ କହୁଛନ୍ତି ଯେ ଓଡ଼ିଶାର ଅନେକ ଅଞ୍ଚଳ ତୃତୀୟ ଶ୍ରେଣୀ ଭୂକମ୍ପ ବଳୟ ବା ସେସମିକ୍ ଜୋନ୍ ମଧ୍ୟରେ ଆସୁଛି। ବ୍ରାହ୍ମଣୀ ଉପତ୍ୟକା ଓ ମହାନଦୀ ଅବବାହିକା ମାଟି ତଳେ ଥିବା ବଡ଼ ବଡ଼ ପ୍ଲେଟ୍ ମଧ୍ୟରେ ଅନବରତ ସ˚ଘର୍ଷ ଚାଲୁଛି। ଏହାର ଭୟଙ୍କର ସ୍ବରୂପ କେତେବେଳେ କିପରି ପ୍ରକାଶ ପାଇବ ତାହା ଆକଳନ କରିବା ସମ୍ଭବପର ନୁହେଁ।
ଅହମ୍ମଦାବାଦ ଓ ଜବଲପୁର ଅଞ୍ଚଳ ଯେପରି ଅତି ସମ୍ବେଦନଶୀଳ ଭୂକମ୍ପ ଜୋନ୍ ଭାବେ ରହିଛି ଓଡ଼ିଶାର ସ୍ଥିତି ତାହାଠାରୁ କୌଣସି ଗୁଣରେ କମ୍ ନୁହେଁ। ଏଠାରେ ଉଲ୍ଲେଖନୀୟ ଯେ ଇତିମଧ୍ୟରେ କେନ୍ଦ୍ର ସରକାରଙ୍କ ଜାତୀୟ ପ୍ରାକୃତିକ ବିପର୍ୟ୍ୟୟ ପରିଚାଳନା କର୍ତୃପକ୍ଷଙ୍କ ଅନୁରୋଧ କ୍ରମେ ବିଲ୍ଡି˚ ମାଟେରିଆଲ୍ସ ଟେକ୍ନୋଲୋଜି ପ୍ରମୋସନ୍ କାଉନସିଲି˚ ପକ୍ଷରୁ ଭୂକମ୍ପ ଜୋନ୍ ଅଞ୍ଚଳର ମାନଚିତ୍ର ପ୍ରସ୍ତୁତ ସହିତ ଭୂକମ୍ପ ନିରୋଧୀ ଗୃହ ନିର୍ମାଣ ଉପରେ ବିଶେଷ ଗୁରୁତ୍ବାରୋପ କରାଯାଉଛି। ସର୍ଭେ ଅଫ୍ ଇଣ୍ତିଆ, ଜିଓଲିଜିକାଲ୍ ସର୍ଭେ ଅଫ୍ ଇଣ୍ତିଆ ଓ ବିଭିନ୍ନ ମେଟ୍ରୋଲୋଜିକାଲ୍ ସ˚ସ୍ଥା ଏହି କାମରେ ସହଯୋଗ କରୁଛନ୍ତି।
୨୦୦୦ ମସିହା ପୂର୍ବରୁ ଭୁବନେଶ୍ବର ଉନ୍ନୟନ କର୍ତୃପକ୍ଷଙ୍କ ଦ୍ବାରା ୩୩ ମିଟର ଉଚ୍ଚତା ପର୍ଯ୍ୟନ୍ତ ଗୃହ ନିର୍ମାଣ ନକ୍ସା ଅନୁେମାଦନ ବ୍ୟବସ୍ଥା ଥିଲା। ତେବେ ସମ୍ଭାବ୍ୟ ଭୂକମ୍ପ ସ୍ଥିତିକୁ ଆଖି ଆଗରେ ରଖି ୨୦୦୧ରେ ପୂର୍ବ ନିୟମର ପରିବର୍ତ୍ତନ ବହୁତଳ ଅଟ୍ଟାଳିକାର ସର୍ବୋଚ୍ଚ ଉଚ୍ଚତା ୨୭ ମିଟର ପର୍ଯ୍ୟନ୍ତ ରହିବ ବୋଲି ସ୍ଥିର ହୋଇଥିଲା। ପରବର୍ତ୍ତୀ ସମୟରେ ୨୦୧୩ ମସିହାରେ ଏଥିରେ ପରିବର୍ତ୍ତନ ଅଣାଯାଇ ଗୃହ ନିର୍ମାଣ ନକ୍ସା ଅନୁମୋଦନ ଲାଗି ଉଚ୍ଚତାର କୌଣସି ସୀମା ବାଧକ ହେବ ନାହିଁ ବୋଲି କୁହାଯାଇଛି।
ତେବେ ୩୦ ମିଟର କିମ୍ବା ତଦୁର୍ଦ୍ଦ ଅଟ୍ଟାଳିକା ଲାଗି ନକ୍ସା ଅନୁମୋଦନ ପାଇଁ ରାଜ୍ୟ ରିସୋର୍ସ ସେଣ୍ଟର କିମ୍ବା ସରକାରୀ ବୈଷୟିକ ଅନୁଷ୍ଠାନ ଦ୍ବାରା ପ୍ରସ୍ତୁତ ଷ୍ଟ୍ରକ୍ଚରାଲ୍ ଡିଜାଇନ୍ ଆଧାରରେ କାର୍ଯ୍ୟ କରିବା ପାଇଁ ବ୍ୟବସ୍ଥା ଅଛି। ଏହାଫଳରେ ଭୂକମ୍ପ ଓ ଅନ୍ୟ ପ୍ରାକୃତିକ ବିପର୍ଯ୍ୟୟ କବଳରୁ ଅନେକ ଅଟ୍ଟାଳିକାକୁ ରକ୍ଷା କରାଯାଇପାରିବ।
ଏବେ ତାଳଚେର ପ୍ରସଙ୍ଗକୁ ନେଇ େକନ୍ଦ୍ର ତନାଘନା କରୁଛି, ରାଜ୍ୟ ମଧ୍ୟ। ତାଳଚେରରେ ଶହ ଶହ ମିଟର ମାଟିତଳୁ କୋଇଲା ଉତ୍ତୋଳନ ହେଉଛି। ଅଭିଯୋଗ ମୁତାବକ କୋଇଲା ଉତ୍ତୋଳନ ହେଉଥିବା ବର୍ଗର ସମସ୍ତ ଅ˚ଶ ମହାନଦୀ କୋଲ୍ ଫିଲ୍ଡସ କର୍ତ୍ତୃପକ୍ଷ ବାଲି ଭର୍ତ୍ତି କରି ପୂରଣ କରୁନାହାନ୍ତି। ଏମିତିକି ୭୦ ମିଟର ତଳେ ଥିବା ଖାଲିଜାଗା ପୂରଣ ହେବାର ଆବଶ୍ୟକତା ନାହିଁ ବୋଲି କୁହାଯାଉଛି। ଏଣେ ତାଳଚେର ଓ ତାହାର ଆଖପାଖ ଅଞ୍ଚଳରେ ମାଟିତଳ ଅନେକ ସ୍ଥାନରେ ଫମ୍ପା ଥିବାରୁ କର୍ତୃପକ୍ଷ ଗୃହ ନିର୍ମାଣ ପାଇଁ ଅନୁମୋଦନ ଦେବାରେ ସମସ୍ୟା ଉପୁଜୁଛି। ସହରର ଅନେକ ସ୍ଥାନରେ ବେଳେ ବେଳେ ମାଟି ଦବିବା, ଘରେ ଫାଟ ସୃଷ୍ଟି ହେବା ଆଦି ଘଟଣା ଲାଗି ରହୁଛି। କେବଳ ତାଳଚେର ନୁହେଁ ରାଜ୍ୟର ବହୁ ଖଣି ଅଞ୍ଚଳରେ ବି ଅନୁରୂପ ଅବସ୍ଥା। ଉତ୍ତୋଳିତ ଖଣିର ଗାତ ସବୁ ବୈଜ୍ଞାନିକ ପଦ୍ଧତିରେ ପୋତା ଯାଉନଥିବା ପରିଣାମରେଏଭଳି ପରିସ୍ଥିତି ସୃଷ୍ଟି େହଉଥିବା କୁହାଯାଉଛି। ଫଳରେ ଖଣି ଅଞ୍ଚଳଗୁଡ଼ିକ ବର୍ଷକୁ ବର୍ଷ ଅଧିକ ଭୂକମ୍ପ ପ୍ରବଣ ହୋଇପଡ଼ୁଛି।