ଉତ୍ତର ପ୍ରଦେଶ ମେନପୁରରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ! ଓଲଟିଲା ପର୍ଯ୍ୟଟକ ବସ୍, ୧୭ ମୃତ, ୩୫ଆହତ

34

କନକ ବ୍ୟୁରୋ: ଉତ୍ତରପ୍ରଦେଶରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ବସ୍ ଓଲଟି ୧୭ ଜଣଙ୍କ ମୃତ୍ୟୁ । ଉତରପ୍ରଦେଶ ମୈନପୁରୀରେ ଆଜି ସକାଳୁ ଘଟିଛି ଏହି ଦୁର୍ଘଟଣା । ପର୍ଯ୍ୟଟକଙ୍କୁ ନେଇ ଯାଉଥିବା ଏକ ଘରୋଇ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି । ଭାରସାମ୍ୟ ହରାଇ ବସଟି ଓଲଟି ପଡିଥିଲା । ଫଳରେ ୧୭ ଜଣ ପର୍ଯ୍ୟଟକଙ୍କ ମୃତ୍ୟୁ ହେବା ସହ ୩୫ ଜଣ ଆହତ ହୋଇଛନ୍ତି ।

ରାଜସ୍ଥାନର ଜୟପୁରରୁ ପର୍ଯ୍ୟଟକଙ୍କୁ ନେଇ ଗୁରସହାୟଗଂଜ ଯାଉଥିବା ବେଳେ ମୈନପୁରୀ ଦନ୍ନାହାରର କିରତପୁର ଚୌକି ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଛି । ଦୁର୍ଘଟଣା ନେଇ ଗଭୀର ଶୋକ ପ୍ରକାଶ କରିଛନ୍ତି ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ଆହତଙ୍କ ଉପଯୁକ୍ତ ଚିକିତ୍ସା ପାଇଁ ମଧ୍ୟ ସେ ନିର୍ଦ୍ଦେଶ ଦେଇଛନ୍ତି ।